ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୭୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବେଶ ଏମିତି ତାଙ୍କର ଥିଲା ପରିଧେୟ । ଅଳଗୋଣି ଛଡା ଏଗୁଡିକ ବାକ୍ସ ଦେଖନ୍ତି ନାହିଁ । ତାହାକୁ ସେ ଧୋଇ ଶୁଖାଇ ପିନ୍ଧନ୍ତି । ସବୁଦିନେ ସମାନ ବେଶ ପରିପାଟୀ । ଆଡମ୍ବରର ପ୍ରଶ୍ନ ନାହିଁ ।

                                                   ସେ ସମୟରେ ଅନ୍ୟ ସ୍କୁଲମାନଙ୍କରେ  ସାଧାରଣତଃ  ଶିକ୍ଷକମାନଙ୍କର ଅଲଗା ରୋଷେଇ ହୁଏ ।  ପୁଝାରୀଥାଏ ।  ସେ ରାନ୍ଧେ । କିନ୍ତୁ ଗୋବିନ୍ଦବାବୁଙ୍କ ପିଲାମାନେ  ରନ୍ଧା ବଢା କରନ୍ତି । ଜଙ୍ଗଲ ସ୍କୁଲ କୁ ଲାଗିଛି । ସେଠାରୁ ଜାଳ କାଠ ଆଣନ୍ତି । ପିଲାମାନେ ପାଣି ଆଣନ୍ତି , ଗୋବିନ୍ଦ ମାଷ୍ଟୋରଙ୍କର ସ୍ଥାନୀୟ ଡାକ୍ତର , କମ୍ପୌଣ୍ଡର,  ଥାନା ବାବୁ ,ରେଞ୍ଜର, ଅର୍ ଆଇ , ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ସମସ୍ତଙ୍କ  ସାଙ୍ଗେ ଘନିଷ୍ଟ  ସମ୍ପ୍ରର୍କ । ହଷ୍ଟେଲରେ କୋଣସି ପିଲାର ଦେହ ଖରାପ ହେଲେ  ଡାକ୍ତର ବାବୁ , କମ୍ପା ଉଣ୍ଡର ବାବୁ ଆସି ଚିକି୍ସ୍ୟା କରନ୍ତି । ଔଷଧ ଇଞ୍ଜେକ୍ସନ ଯାହା ଥାଏ ଦିଅନ୍ତି । ନିଜେ ହେଡ୍ ମାଷ୍ଟରର ବାବୁ ବୋଲି ଶାଗୁ ତିଆରି ଦିଅନ୍ତି । କାରନ ପିଲା ମାନେ ଏହା ପ୍ରସ୍ତୁତ କରିପାରିବେ ନାହିକ୍ଷ । କେବଲ ହଷ