ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୭୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେ ମୋର ଅନୁଗ୍ରହ ଭିକ୍ଷା କଲେ। ଆଉ ଦୁଇ ଚାରିଦିନ ରହି ସୁବିଧାରେ ବସା ଛାଡ଼ିବାକୁ ଅକୁଣ୍ଠିତ ଚିତ୍ତରେ ମୁଁ ତାଙ୍କୁ ଅନୁମତି ଦେଲି। ସେତିକିବେଳେ ମୋର ମନେ ପଡ଼ିଲା ଯେ, କିପରି ମୋର ନ୍ଯାଯ୍ଯ ପ୍ରାପ୍ଯ କ୍ୱାଟର୍ସରୁ କୂଟକୌଶଳ କରି ମୋତେ ସେ ବାହାର କରି ଦେଇଥିଲେ । ଆଜି ତାଙ୍କ କ୍ୱାଟର୍ସରେ ଆଉ ଦୁଇ ଚାରିଦିନ ରହିବା ପାଇଁ ସେ ମୋର ଅନୁଗ୍ରହପ୍ରାର୍ଥୀ। ଭଗବାନଙ୍କ ଦରବାର ରେ ବିଚାର ଓ ଶାସ୍ତିବିଧାନ ଏହିପରି ସାଙ୍ଗେ ସାଙ୍ଗେ ହୁଏ। ନାଲି ଫିତାର ଜାଲଫିସାଦି ତାକୁ ଦଣ୍ତେ ଅଟକାଇ ରଖିପାରେ ନାହିଁ।

"ଏହା ୧୯୪୨ ମସିହା ଜାନୁଆରି ପ୍ରଥମ ସପ୍ତାହର ଘଟଣା । ସେହି ମାସ ୨୦ ତାରିଖ ଆଡ଼କୁ ପଡ଼ିଲା ସରସ୍ୱତୀ ପୂଜା। ସ୍କୁଲରେ କିପରି ଶୃଙ୍ଖଳାର ସହ ପୂଜାକାର୍ଯ୍ଯ ସାରି ବିସର୍ଜନ ଅନୁଷ୍ଠିତ ହେବ, ସେ ବିଷୟରେ ମୁଁ ଚିନ୍ତିତ ହୋଇ ପଡ଼ିଲି। ପୂଜାକାର୍ଯ୍ୟ ସାରି ବିସର୍ଜନ ଦିନ ହାଇସ୍କୁଲ୍ ଛାତ୍ରମାନେ ସହରର ପ୍ରଧାନ ରାସ୍ତା ଦେଇ ବୁଢ଼ାବଳଙ୍ଗ ନଦୀକୁ ଯାଆନ୍ତି ମେଢ ସହିତ ପଟୁଆର କରି। ଦୀର୍ଘ ପଥ। ପୂର୍ବ ବର୍ଷ ମାନଙ୍କରେ ଏହି ଉପଲକ୍ଷେ କେତେଥର ଗଣ୍ତଗୋଳ ଘଟିଛି। ଏଥର ପୁଣି ଛାତ୍ରମାନେ ଅଧିକ ଶକ୍ତିଶାଳୀ ହୋଇଛନ୍ତି। ଏକ ସମ୍ପୂର୍ଣ୍ଣ ଅଭିନବ ଉପାୟରେ ଟେଷ୍ଟ ପରୀକ୍ଷା ବନ୍ଦ କରିଦେଇଛନ୍ତି। ତା' ସତ୍ତ୍ୱେ ହେଡ଼୍ ମାଷ୍ଟରଙ୍କର ଚାକିରି ବରଂ ଯାଇଛି, ସେମାନ ଙ୍କର କିଛି କ୍ଷତି ହୋଇନାହିଁ।

ମଣିଷ ନିଜର ସତ୍ଯନିଷ୍ଠା, ସାଧୁତା ଓ ସ୍ପଷ୍ଟବାଦିତା ବଳରେ କିପରି ସଫଳ ହୋଇଥାଏ, ତା'ର ଜ୍ଳନ୍ତ ଦୃଷ୍ଟଟାନ୍ତ ହେଲେ ସ୍ୱର୍ଗୀୟ ରାମକୃଷ୍ଣ ନନ୍ଦ । ଦୃଢ଼ ଆତ୍ମପ୍ରତ୍ଯୟ ଓ ଗଣତାନ୍ତ୍ରିକ ମୂଲ୍ଯବୋଧ ବଳରେ ସେ ଆଠ ଶହ ଉଚ୍ଛଶୃଙ୍ଖଳ ଛାତ୍ରଙ୍କୁ ଆୟତ୍ତ କରି ନିର୍ବିଘ୍ନରେ ପୂଜା କାର୍ଯ୍ଯ ତୁଲାଇବାକୁ ସ୍ଥିର କରିଲେ। ପୂଜାର ସପ୍ତାହକ ପୂର୍ବରୁ ଦିନେ ସେ ଶିକ୍ଷକଙ୍କବନ୍ଧୁମାନଙ୍କୁ କହିଲେ ମୁଁ, "ଟିକିଏ ଆଜି ଉପର ଚାରି ଶ୍ରେଣୀର ଛାତ୍ରମାନଙ୍କୁ ହଲ୍ ରେ ଏକୁଟିଆ ଭେଟିବି। ଆପଣମାନେ ତଳ ଶ୍ରେଣୀର ପିଲାମାନଙ୍କୁ ସମ୍ଭାଳି ରଖିଥାନ୍ତୁ।"

ଉପର ମହଲାର ଗୋଟିଏ ହଲ୍-ରେ ପ୍ରାୟ ଚାରି ଶହ ଛାତ୍ରଙ୍କୁ ନେଇ ସେ ଆନଲୋଚନା ଆରମ୍ଭ କଲେ । ପୂର୍ବରୁ ପ୍ରଧାନ ଶକ୍ଷକ ଓ ତିରିଶ ଜଣ ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରମାନେ ନାନା ଗଣ୍ତଗୋଳ କରୁଥିଲେ। ମାତ୍ର ଉକ୍ତ ଦିନ ସେ ଏକାକୀ ସେମାଙ୍କର ସମ୍ମୁଖୀନ ହେଲେ ଏବଂ କହିଲେ, -"ପିଲାମାନେ, ଏଥିମଧ୍ଯରେ ଯାହାସବୁ ଘଟିଯାଇଛି ସେଥିରୁ ସାଧାରଣ ଲୋକଙ୍କର ଏବଂ ମହାରାଜାଙ୍କର ମଧ୍ଯ ଧାରଣା ହୋଇଛି ଯେ, ହାଇସ୍କୁଲ ପିଲାମାନେ

୧୫୮