ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବିକାଶ କରାଯିବ ।" ବର୍ତ୍ତମାନ ମୋ ମନରେ ଦାରୁଣ ଭାବନା ଉପସ୍ଥିତ, ହିସାବ ପତ୍ର ଭଲ ଲାଗିବ କିଆଁ ? " ମୁଁ କହିଲି,"'ଆଜ୍ଞା, ମୋତେ କ୍ଷମା କରନ୍ତୁ, ଆଜି ଆପଣଙ୍କ ବସାକୁ ଯାଇପାରିବି ନାହିଁ ।" ଦ୍ୱାରକାବାବୁ ମୋ ବାହୁକୁ ଧରି ତାଙ୍କ ବସା ନର୍ମାଲ ସ୍କୁଲକୁ ଭିଡ଼ିନେଇଗଲେ । ସ୍କୁଲ ବାରଣ୍ଡାରେ ଗୋଟିଏ ଚଉକିରେ ବସାଇଲେ । ଦ୍ୱାରକାବାବୁ ଘର ବସାଇ ଭିତରୁ ଆସି ଉଣେଇଷ ଟଙ୍କା କେତେ ଅଣା ମୋ ହାତରେ ଗୁଞ୍ଝିଦେଇ କହିଲେ, "ତୁମ୍ଭର ମୋ ଉପରେ ଅଠଚାଳିଶ ଟଙ୍କା ଥିଲା । ତୁମେ ଗୋଟିଏ ବନ୍ଧୁକ ନେଇଅଛ ତାର ଦାମ କୋଡ଼ିଏ ଟଙ୍କା କାଟିନେଲି । ବାକିଟଙ୍କା ନିଅ । "ଚାରିବର୍ଷ ପୂର୍ବେ ଦ୍ୱାରକାବାବୁ କେତେଖଣ୍ଡ ଭାରତବର୍ଷର ଇତିହାସ କିଣିନେଇଥିଲେ । ସେ ବାବଦରେ ଯେ କିଛିଟଙ୍କା ବାକି ପାଉଣା ଥିଲା, ତା ମୋ ମନରେ ନଥିଲା ( ପୃ ୬୯ -୭୧-୧୯୬୯ ) ।