ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୯୫

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ହାଇସ୍କୁଲ୍ ରେ ଏବଂ ଅବସର ଗ୍ରହଣ ପରେ ଗୋଟିଏ ଘରୋଇ ହାଇସ୍କୁଲରେ ପନ୍ଦର ବର୍ଷ ପ୍ରଧାନଶିକ୍ଷକ ଭାବେ ସେ କାର୍ଯ୍ଯ ପରିଚାଳନା କରିଥିଲେ ।ରାଜ୍ଯର ଅବିସ୍ମରଣୀୟ ଶିଶୁସାହିତ୍ଯିକ ଓ ଶିକ୍ଷକ, ନାରଣବାବୁଙ୍କ ପଡୋଶୀ ରାମକୃଷ୍ଣ ନନ୍ଦଙ୍କ ମତରେ ଯେଉଁ ସମୟରେ ସମାଜରେ ଶିକ୍ଷକର କୌଣସି ପଦମର୍ଯ୍ଯାଦା ନଥିଲା , ମଣିଷର ମୂ୍ଲ୍ଯାୟନ କରାଯାଇ ଥିଲା ତା'ର ମାସକ ବେତନରୁ, ସେହି କାଳରେ ଶିକ୍ଷକତାକୁ ଜୀବନର ବୃତ୍ତି ରୂପେ ବାଛି ନେଇଥିଲେ ସ୍ୱର୍ଗତ ନାରାୟଣ ପତି ।ସେ ଗଣିତରେ ବର୍ଷ ବର୍ଷ ଧରି ଚମତ୍କାର ପାଠଦାନ କରିବା ଛଡା , ବହୁମାନବିକ ଗୁଣ ଏବଂ ଯଥେଷ୍ଟ କ୍ଷମତାର ଅଧିକାରୀ ଥିଲେ । ହେଲେ କ୍ଷମତା ତାଙ୍କୁ ଆଦୌ ପଥ ଭ୍ରଷ୍ଟ କରିପାରି ନଥିଲା । ନାରାୟଣ ବାବୁ ଙ୍କ ଜନ୍ମ ଊନବିଂଶ ଶତାଦ୍ଦୀର ଶେଷଭାଗରେ, ୧୮୯୯ ମସିହା ସେପଟେମ୍ବର ୨୫ ତାରିଖ । ତାଙ୍କ ପିତାଙ୍କ ନାମ ଭାଗବତ ପତି । ମାତା ଅଗଣିତ ଦେବୀ । ଘର କଟକ ନଗର ସନ୍ନିକଟ କାଠଯୋଡୀ-ଦେବୀ ନ ଦୀ ଦ୍ୱୟର ମଧ୍ଯସ୍ଥଳରେ ବୟାଳିଶ ମୌଜାର ଟାଉଁକଣା ଗ୍ରାମରେ ।ସେ ଥିଲେ ଏକ ଅନାମଧେୟ ପଲ୍ଲୀ । ଗାଁ ପାଖ ପ୍ରାଥମିକ ସ୍କୁଲରୁ ଉ.ପ୍ରା. ବୃତ୍ତି ପାଇ କଟକ ଟାଊନ୍ ଭିକ୍ ଟୋରିଆ (ଏବେକା ଉକ୍ତ ମଧୁ ବିଦ୍ୟା ପୀଠ) ସ୍କୁଲରୁ ସେ ସ୍କୁଲ ଶିକ୍ଷା ଶେଷ କରିଥିଲେ ।୧୯୨୪ ମସିହାରୁ ରେଭେନ୍ସା ମହାବଦ୍ୟାଳୟରୁ ଗଣିତ ସ ହ ବି.ଏ. ଡିଷ୍ଟିଂସନ୍ ସହ ପାସ୍ କରି , ୧୯୨୫ରେ କଟକ ଟ୍ରେନିଂ କଲେଜରୁ ଏଲ୍.ଟି. ତାଲିମ ଗ୍ରହଣ କରିଥିଲେ ।ସେହି ବର୍ବ ସେ ସେକାଳର ଡେପୁଟି କଲେକ୍ଟର କଟକ ଜିଲ୍ଲା ପଞ୍ଚପଲ୍ଲୀ ନିବାସୀ ବ୍ରଜବନ୍ଧୁ ମିଶ୍ରଙ୍କ କନ୍ କ୍ଷେତ୍ରମଣିଙ୍କୁ ବିବାହ କରିଥିଲେ ।ପରେ ପରେ ୧୯୨୫ଜୁଲାଇରୁ ୧୯୨୬ ଜାନୁଆରୀ ଯାଏ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଜଣେ ଅସ୍ଥାୟୀ ଶିକ୍ଷକ ଭାବରେ ତାଙ୍କ ଶିକ୍ଷକ ଜୀବନ ଆରମ୍ଭ କରିଥିଲେ ।


ନାରାୟଣବାବୁ ୧୯୫୭ ମସିହା ଯାଏ ତିନୋଟି ଜିଲ୍ଲାସ୍ତରୀୟ ସରକାରୀ ହାଇସ୍କୁଲରେ ଦକ୍ଷତାର ସ ହ ଶିକ୍ଷକତା କାର୍ଯ୍ଯ କରିଥିଲେ । ୧୯୨୬ଜାନୁଆରିରୁ ୧୯୩୦ଜୁଲାଇ ଯାଏ ସେ ଅନୁଗୋଳ ହାଇସ୍କୁଲ୍ ରେ ସହକାରୀ ଶିକ୍ଷକ ଥିଲେ । ସେତେବେଳେ ସେ ଯୁବକ। ବିବାହ କରିଥିଲେ ମଧ୍ଯ ଘରଜଞ୍ଜାଳକୁ ସାଙ୍ଗରେ ବାନ୍ଧି ନଥିଲେ। ସ୍କୁଲ ପାଖ ଅମଲାପଡ଼ାରେ ଏକ ଭଡ଼ାଘରେ ସେ ରହୁଥିଲେ । ବହୁସମୟ ସ୍କୁଲ୍ ସହିତ ଜଡ଼ିତ ହୋଇ ରହୁଥିଲେ ।ପାଠବେଳେ ପାଠ, ଖେଳବେଳେ ରୀତିମତ ପିଲାମାନଙ୍କ ସାଙ୍ଗରେ ମିଶି ଖେଳୁଥିଲେ । ଏମିତି ଖେଳୁ ଖେଳୁ ଦିନେ ଦୈବାତ୍ ପଡ଼ିଯାଇ ତଙ୍କର ବାମହାତ ହାଡ଼