ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୯୭

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କଲିଜିଏଟ ସ୍କୁଲ୍‌ର ଗଣିତ ଶକ୍ଷକ ସ୍ୱର୍ଗତ ଗୋପାଳଚନ୍ଦ୍ର ସିହ୍ନା ସ୍କୁଲ୍‌ହଷ୍ଟେ‌ଲ୍‌ର ତ ତ୍ତ୍ୱାବଧାରକ ଥାନ୍ତି । ଓଡିଶାର ସ୍ୱନାମଧନ୍ଯ ଜଳସଂପଦ ମୁଖ୍ଯ ଯନ୍ତ୍ରୀ ସୁରେଶ ତ୍ରୀପାଠୀ ,ପୂ୍ର୍ବତନ ମନ୍ତ୍ରୀ ପ୍ରଦୀପ୍ତ କିଶୋର ଦାସ୍, ପୁର୍ବତନ ଏମ୍,ପି ତଥା ରାଜ୍ଯପାଳ ଚିନ୍ତାମଣି ପାଣିଗ୍ରାହି ସେତେବେଳେ ହଷ୍ଟେଲ୍ ଅନ୍ତେବାସୀ ଥନ୍ତି।କେତେଟା ସମସ୍ଯା ନେଇ ହଷ୍ଟେଲରେ ଆନ୍ଦୋଳନ ସୂତ୍ରପାତ ହେଲା । କଥା ବିଧାନସଭାଯାଏ ଗଲା । ବିଧାନସଭା ପ୍ରଶ୍ନ ଉପରେ ତୂରନ୍ତ ଗୋପାଲ ଚନ୍ଦ୍ର ସିହ୍ନା ସମ୍ବଲପୁର ଜିଲ୍ଲା ସ୍କୁଲ୍ କୁ ଗଲେ ଏବଂ ନାରାୟଣ ବାବୁ କଟକ କଲିଜିଏଟ୍ କୁ ବଦଳି ହେଲେ ।ଘରପାଖ ସ୍କୁଲ୍ । ନିଜ ଜାଗା ।କିନ୍ତୁ ସମ୍ବଲପୁର ଜିଲ୍ଲା ସ୍କୁଲ୍ ର ମମତା ହ ଠାତ୍ ଏମିତି ତୁଟେଇ,ତାଙ୍କୁ କଟକ ଆସିବାକୁ ଭାରି କଷ୍ଟ ଲାଗିଥିଲା । ଏଇ ସମୟରେ ବିଧନସଭାର ନିଷ୍ପତ୍ତି ଅନୁସାରେ ୧୨ବର୍ଷରୁ ଊର୍ଦ୍ଧ୍ୱ ଗୋତିଏ ସ୍କୁଲରେ ରହିଥିବା ଶିକ୍ଷକ ମାନଙ୍କର ବଦଳି କରାଯା ଉ ଥଲା ।ବିଖ୍ଯାତ ସବୁଜ ଯୁଗ କବି ବୈକୁ୍ଣ୍ଟନାଥ ପଟ୍ଟନାୟକ କଲିଜିଏଟ୍ ଛାଡ଼ିଲେ । ତାଙ୍କ ଜାଗାରେ ପ୍ରବୀଣ ଇତିହାସ ଶିକ୍ଷକ ମୋହିତ ମୋହ୍ନ ଦାସ୍ କଲିଜିଏଟ୍ ଆସିଥିଲେ । ପ୍ରଖ୍ଯାତ ଭୂଗୋଳ ଶିକ୍ଷକ ଲଳିତ ମୋହ୍ନ ଘୋଷ୍ ଙ୍କ ସ୍ଥାନରେ ଲବ୍ଧ ପ୍ରତିଷ୍ଟ ଶିଶୁ ସାହିତ୍ଯିକ ଅଧିରାଜ ମୋହ ନ ସେନାପତି କଲିଜିଏଟ୍ ସ୍କୁଲ୍ କୁ ଆସିଥଲେ। ଏ ସବୁ ନୂତନ ଶିକ୍ଷକ ମାନଙ୍କ ପ୍ରଭାବ ସ ହରର କର୍ମଚାରୀ ଲୋକ, ବଡ଼ ବଡ଼ ଅଧିକାରୀ ଏବଂ ଓଡ଼ିଶାର ରାଜା ରାଜୁଡ଼ାଙ୍କ ପିଲାମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇଥିଲାବୋଲି କଥା ରହିଆସିଛି ।କଲିଜିଏଟ୍ ସ୍କୁଲ୍ ର ଏହି ନୁତନ ଶିକ୍ଷକଙ୍କ ଧାଡ଼ିରେ ଆଗରେ, ଥିଲେ ପତିସାର୍ । ନାରାୟଣ ପତି ୧୯୩୮ ଅଗଷ୍ଟରୁ ୧୯୫୭ ଅଗଷ୍ଟ ଶେଷ ପର୍ୟ୍ୟନ୍ତ ଏହା ବିକ୍ରମେ ଦୀର୍ଘ ୧୯ବର୍ଷ କଲିଜିଏତ ସ୍କୁଲ୍ ର ସ ହକାରୀ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟକରି ସରକାରୀ କାର୍ଯ୍ୟରୁ ଅବସର ନେଇଥିଲେ ।

ଅବସର ସମୟେ ନାରାୟଣ ବାବୁ ତ୍ତ୍କାଳୀନ ରାଧାନାଥ ଟ୍ରେନିଂ କଲେଜର ଶିକ୍ଷା ସଂପ୍ରସାରଣ ବିଭାଗରେ ସମନ୍ୱୟ ଅଧିକାରୀ ଭାବେ ୩ ବର୍ଷ କାର୍ଯ୍ୟ କରିଥିଲେ ।ସ୍କୁଲ୍ ଶିକ୍ଷକ ଉନ୍ନତି କଳ୍ପେ ସେ ବ ହୁ ସେମିନାର, ରିଫ୍ରେସର୍ସ କୋର୍ସ , କର୍ମଶାଳୀ ପ୍ରଭୁତି ମାଧ୍ଯମରେ ରାଜ୍ଯର ଶିକ୍ଷକମାନଙ୍କର ବିଭିନ୍ନ ଶିକ୍ଷଣ ପଦ୍ଧତିର ପ୍ରଭୂତ ଉନ୍ନତି ସାଧନ କରାଇଥିଲେ ।ପରେ ଘରେ ତିନି ବର୍ଷ ପାଇଁ ମାଧ୍ଯମିକ ଶିକ୍ଷକବୋର୍ଡ଼ ର ଗଣିତ ଶିକ୍ଷା ପଦ୍ଧତିର ବିଶେଷଜ୍ଞ ଭାବରେ ସେ ଓଡ଼ିଶାର ହାଇସ୍କୁଲ୍ ମାନଙ୍କୁ ଯାଇ ଗଣିତ ଶିକ୍ଷାର ଉନ୍ନତି କଳ୍ପେ ଉଲ୍ଲେଖନୀୟ କର୍ଯ୍ୟ କରିଥିଲେ ।

୧୭୯