ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୦୫

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବିହିଟି ହେଉଛି, ଶଶୀଭୂଷଣ ଦାସଗୁ " ଅବସକିଓଅର୍ ରେଜିଜିୟମ୍ କଲ୍ଟଜ୍ଞ " ମାତ୍ର ୧୫ ଦିନରେ ମୁଁ ତାନ୍କୁ ପଡି ଫେରାଇ ଦେବି ।"

ପଚାରିଲି - " ସାର୍ ! ଆପଣ ଆଖିକୁ ପରା ଭଲ ଦେଖାଯାଉ ନାହିଁ । ଯେତିକି ସାମାନ୍ୟ ଦେଖାଯାଉଛି ସେଥିରେ ଆଖିକୁ ବିଶ୍ଆମ ଦେବା କଥା ।

              ସେ  କହିଲେ  -  ସେଇଥିରେ  ତ  କଷ୍ଟେମଷ୍ଟେ  ଚଳୁଛି ।  ମ୍ଯାଗ୍ନିଫାଇଙ୍ଗ୍   ଗ୍ଲାସ୍ ର  ସାହାଯ୍ଯ  ତ  ନେଉଛି।  ନପଢି   ରହିପାରିବି  କେମିତି ? 
       ତା'ପରେ   ଅନେକ   ସମୟ  କଥାବାର୍ତ୍ତା,  ପରକୀୟା  ପ୍ରୀତିତତ୍ତୱ  କିପରି  ସବୁ  କାବ୍ଯ  ସାହିତ୍ଯର  ପ୍ରେରଣା ର   ଉସ୍ଚ  ସେ   ବିଷୟରେ  ତାଙ୍କର   ଅଭିମତ  ସେ  ମୋତେ  ବୁଝେଇଲେ।  ଦୋତାଲାର  ସେଇ  କ୍ଷୁଦ୍ର   ପ୍ରକୋଷ୍ଠ   ସାରା  ଗୁଡାଏ   ବହିପତ୍ର,  ଦେବ  ଦେବୀଙ୍କ   ପ୍ରତିକୃତିରୁ   ଆରମ୍ଭ  କରି  ଷ୍ଟୋଭ୍  ପ୍ରଭୃତି  ବହୁ ବ୍ଯବହାର୍ଯ୍ଯ  ଉପକରଣ।   ସେଇ   ପ୍ରକୋଷ୍ଠକୁ  ଲାଗି  ଛୋଟ  ବାଲକୋନୀ,  ସେଇଠି  ଯାଇ  ପୁଣି  କେତେ  ସମୟ  କଥାବାର୍ତ୍ତା   ହେଲୁ। ସେ  ଚାହୁଁଥିବା  ବହି  ଲାଇବ୍ରେରୀରୁ   କେହି  ନେଇ  ନଥିଲେ   ଦିନେ  ଦୁଇଦିନ  ମଧ୍ଯରେ  ଆଣି  ଦେଇ  ଯିବି  କହି  ବିଦାୟ   ନେଇ  ଫେରିଲି।
    ୨/୪   ଦିନ   ପରେ   ବହିଟି   ନିଜ   ଦାୟିତ୍ୱରେ  ଆଣି  ତାଙ୍କୁ  ଦେଇଗଲି।  ବହିଟି   ଆକାରରେ  ବେଶ୍   ବଡ।
   ପ୍ରାୟ   ୨୫୪  ପୃଷ୍ଠାର  ବହି।୧୫/୨୦   ଦିନ  ପରେ   ଯାଇ  ବୁଝିଲି,  ସାର୍   ବହିଟି  ଶେଷ   କରିପାରି  ନାହାନ୍ତି ।  ବହିଟି    ଫେରାଇବା  ଜରୁରୀ   ନଥିଲା;  ଏମିତି ୨/୩  ମାସ  ବିତିଗଲା।   ଇତ୍ଯବସରରେ   ମୋର   କଟକରୁ   ବଦଳି  ଆଦେଶ  ଆସି  ପ ହ୍ଞ୍ଚିଲା।  ଲାଇବ୍ରେରୀରୁ  ନେଇଥିବା   ସମସ୍ତ  ବହି  ଫେରାଇଦେବା   ଆବଶ୍ଯକ।  ସାର୍  ଙ୍କୁ  ଦେଇଥିବା   ବହିଟି   ଆଣିବା   ଲାଗି   ଦିନେ  ତାଙ୍କ   ପାଖକୁ  ଗଲି।

ସାର୍ କହିଲେ- ବହିଟିର କାମ ସରିଯାଇଛି। ବେଶ୍ ପାଣ୍ତିତ୍ଯପୂର୍ଣ୍ଣ ଉପାଦେୟ ଲେଖା। ଯାହା ସେଥିରୁ ନୋଟ୍ କରିବାର କଥା ମୁଁ ଟିପିରଖିଛି। ଏହା କହି ବହିଟି ଫେରାଇଦେଲେ। କୌତୁହଳବଶତଃ କ'ଣ ନୋଟ୍ କଲେ ପଚାରିବାରୁ ତାଙ୍କ ନୋଟ୍ ଖାତାଟି ଦେଖାଇଲେ। ପ୍ରାୟ ୫୦/୬୦ ପୃଷ୍ଠା ବ୍ଯାପୀ ନୋଟ୍। ସେଇ ବହିଟିରୁ ଏଠୁ ସେଠୁ ସେ ନିଜ ହାତରେ ଟିପିଥାନ୍ତି।

୧୮୭