ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୦୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଆଶ୍ଚର୍ଯ୍ଯରେ ସାର୍ ଙ୍କ ଆଡକୁ କିଛି ସମୟ ଚାହିଁ ରହିଲି। ଧନ୍ଯ ଏହି ବିଦ୍ଯାନୁରାଗ। ମନରେ ବାରମ୍ବାର ଏଇ ପ୍ରଶ୍ନ ମୋର ଉଦିତ ହୋଇଥିଲା। ୬୪ ବର୍ଷ ବୟସରେ, ଦୃଷ୍ଟିଶକ୍ତି କ୍ଷାଣତମ ହେବା ଅବସ୍ଥାରେ ଏତେ କଷ୍ଟ ସ୍ୱୀକାର କରି ସାର୍ କାହିଁକି ଏଇ ନୋଟ୍ ପ୍ରସ୍ତୁତ କରିଛନ୍ତି। ଏଠିତ ଚାକିରିଟିଏ ହୋଇଗଲେ ପୋଥିରେ ଡୋରି ବନ୍ଧା ହୁଏ। ଏପରିକି ଶିକ୍ଷକମାନଙ୍କର ମଧ୍ଯ ପ୍ରମୋଶନ ଆଶାରେ ଅଥବା ନାମ ପାଇଁ କେହି କେହି ଥେସିସ୍ ବା ନିବନ୍ଧ ପ୍ରସ୍ତୁତ କରିଥାନ୍ତି। ମାତ୍ର ସାର୍ ଙ୍କର ଏ ବୟସରେ ଏ ସବୁରେ କି ଆବଶ୍ଯକ ? କେବଳ ଜ୍ଞାନ ଅର୍ଜନ ପାଇଁ ସିନା ଏତେ କୃଚ୍ଛା ସାଧନା। ଅନ୍ତିମ ସମୟର ଅବ୍ଯବହିତ ପୂର୍ବରୁ ମଧ୍ଯ ସେ ନିଜ ଗ୍ରାମରେ ସେଇ ଉପନିଷଦ ଚର୍ଚ୍ଚା କରି ଲୋକଙ୍କୁ ବୁଝାଇ ଶେଷ ନିଃଶ୍ୱାସ ତ୍ଯାଗ କଲେ। ଆଜୀବନ ଏହି ଜ୍ଞାନ-ତପସ୍ୱୀଙ୍କୁ କୋଟି ନମସ୍କାର। ଭାଗ୍ଯରେ ଥିଲେ ଏପରି ଶିକ୍ଷକ ସିନା ମିଳନ୍ତି।

          ତାଙ୍କଠାରୁ   ଶୁଣିଛି,  କର୍ମଗୀବନରେ   ଉପରିସ୍ଥ  ହାକିମଙ୍କ   ରୋଷ, ଔଦ୍ଧତ୍ଯ   ଓ  ସରକାରୀ    ନାଲିଫିତାର   ଅବହେଳା   ସେ  ବହୁତ   ଭୋଗିଛନ୍ତି।    ତଥାପି   ବହୁକୁଟୁମ୍ବୀ   ପରିବାରର   ନାନା   ଜଞ୍ଜାଳ  ଓ  ବାର୍ଦ୍ଧକ୍ଯରେ  ପୁତ୍ରଶୋକର    ନିଦାରୁଣ   ଆଘାତ   ମଧ୍ଯରେ  ଅବିଚଳିତ  ଉଦାସୀ  ରହି  ସେ  କାଳ  କଟାଇଗଲେ।  ଆଜୀବନ   ସାହିତ୍ଯସାଧନାର  ସ୍ୱୀକୃତି    ସ୍ୱରୂପ  ଉତ୍ତରୀୟଣ ର   କବି  ଭାବେ  ତାଙ୍କୁ  କେନ୍ଦ୍ର  ସାହିତ୍ଯ   ଏକାଡେମୀ   ଅବଶ୍ଯ  ସମ୍ମାନିତ କରିଛନ୍ତି।    ମାତ୍ର   ଆନୁଷ୍ଠାନିକ  ଭାବେ   ତାଙ୍କୁ   ସମ୍ମାନିତ  ଓ  ସ୍ମରଣ  କରିବାକୁ   ଏହିପରେ  ଆମେ  କିଛି   କରିନାହୁଁ।   ୧୯୭୮   ଜାନୁଆରୀ  ମାସ  ପହିଲାଦିନ   ସମ୍ବଲପୁର  ବିଶ୍ୱବିଦ୍ଯାଳୟ   କବିଙ୍କୁ  ସମ୍ମାନିତ  କରିବାକୁ  ଆନୁଷ୍ଠନିକ  ଭାବେ  ପୂଜ୍ଯ   ପୂଜା  ପାଇଁ  ଏକ  ପ୍ରଶଂସନୀୟ  ବ୍ଯବସ୍ଥା   କରିଥିଲେ।   ଭଗ୍ନ  ସ୍ୱାସ୍ଥ୍ଯ  ଦୃଷ୍ଟିରୁ   ସେହି  ଉସ୍ଚବରେ  ଯୋଗିଦେବା   କବିଙ୍କ  ପକ୍ଷେ  ସମ୍ବବ  ହୋଇନଥିଲା।  ମାତ୍ର  ଏହି  ଉପଲକ୍ଷେ  ସେ  ଯେଉଁ    ସାରଗର୍ଭକ   ପ୍ରବନ୍ଧଟି  ପଠାଇଥିଲେ,    ତାହା  ସେହି  ଉସ୍ଚବର  ପ୍ରଧାନ   ଅତିଥି   ଭାବେ   ଶୁଣିବାର   ସୁଯୋଗ   ଏ  ଲେଖକ  ଲାଭ  କରିଥିଲା।  ଏହି  ଥିଲା  ଲେଖକ  କବିଙ୍କ   ସାହିତ୍ଯାଦର୍ଶ  ଓ  ଜୀବନାଦର୍ଶ  ସମ୍ପର୍କୀୟ   ଏକ  ସ୍ୱୀକାରୋକ୍ତି।   ଏହି  ପରେ   ସମ୍ବଲପୁର   ବିଶ୍ୱବିଦ୍ଯାଳୟର   ମୁଖପତ୍ର   ସପ୍ତଷିରେ   ବୋଧହୁଏ   ପ୍ରକାଶ  ପାଇଛି।  ସମ୍ବବତଃ   ଏଇଟି  କବି   ବୈକୁଣ୍ଠନାଥଙ୍କ   ଶେଷ  ରଚନା।

କବିଙ୍କ କାବ୍ଯସଞ୍ଚୟନ ୧୯୪୪ରେ ପ୍ରକାଶ ପାଇଥିଲା। ତାହାଙ୍କ ଉତ୍ତରାୟଣ କବିତା ସଙ୍କଳନ ପାଇଁ ସେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ପାଇଥିଲେ।

୧୮୮