ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୧୨

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କହିଲା, " ଆଇ ନୋ ମହାତ୍ମା ଗାନ୍ଧୀ " ତା' ପରେ ପ୍ରଶ୍ନ ହେଲା,'ହ୍ୱାଟ୍ ୱାଜ୍ ହି?' ଅନ୍ଯ ଗୋଟିଏ ପିଲା ସଙ୍ଗେ ସଙ୍ଗେ ଉଠିପଡି କହିଲା, "ହି ୱାଜ୍ ଏ-ଗ୍ରେଟ ପ୍ଯାଟ୍ରିୟଟ୍ " ଏଇ ପ୍ଯାଟ୍ରିୟଟ୍ ରୁ ଅଳ୍ପ କେତେକ ପ୍ରଶ୍ନୋତ୍ତର ପରେ ସେ ପ୍ରସଙ୍ଗଟିକୁ ସୂଚାଇବା ସହିତ କଳାପଟାରେ ଲେଖିଦେଲେ ବାରବାରା ଫ୍ରେଜି ଦୁଇ ତିନୋଟି ପଦ ସେ କବିତାରୁ ସେଦିନ ସେ ପଢାଇଲେ। ଶିକ୍ଷକତା ପାଇଁ ପ୍ରସ୍ତୁତ ହେଉଥିବା ମୋର ଅନ୍ତରାତ୍ମା ସେଭଳି ଆଦର୍ଶ ପାଠଦାନରେ ସେଦିନ ପରିତୃପ୍ତ ହୋଇ ଯାଇଥିଲା। କି ସରଳତା ବ୍ଯଞ୍ଜନ ଅଭିବ୍ଯକ୍ତି। କି ପ୍ରାଞ୍ଜଳ ଅବବୋଧ। ପରବର୍ତ୍ତୀ କାଳରେ ମୁଁ ବିଇଡି ପଢିଲି । କେତେ ଆଦର୍ଶ ପାଠଦାନ ପ୍ରତ୍ଯକ୍ଷ କଲି। କିନ୍ତୁ କୌଣସି ସାହାଯ୍ଯକାରୀ ଉପାଦାନ ବିନା ମଫସଲ ସ୍କୁଲର ସାଧାରଣତଃ ଇଂରାଜୀରେ ଦୁର୍ବଳ ଥିବା ପିଲାମାନଙ୍କୁ ସେଦିନ ବାସୁବାବୁ ଯେଉଁ ପ୍ରଣାଳୀରେ, ଯେଉଁ ଉପାୟରେ ଓ ଯେଭଳି ସରଳ ଭାଷା ଓଭାବର ସମବାୟରେ ସେହି ଦେଶାତ୍ମବୋଧମୂଳକ କବିତାଟି ପଢିଇ ଓ ପଢାଇଥିବା ବିଷୟକୁ ଆଦାୟ କରି ପାଠଦାନ ଶେଷ କରିଥିଲେ, ତାହା ମୁଁ ଅନ୍ଯତ୍ର ପ୍ରାୟତଃ ଦେଖିନାହିଁ।


ଛାତ୍ରାବାସରେ ଥିବା ସମୟରେ ସ୍କୁଲର ଗୋଟିଏ କମ୍ଯୁନିଟି ସେଟ୍ ରେଡିଓ ଆସିଲା। ପ୍ରଧାନଶିକ୍ଷକ ମୋତେ ଡାକି ନୂଆ ଦାୟିତ୍ୱଟିଏ ଦେଇ ବସିଲେ। ସେଇଟି ନ୍ଯୁଜ୍ ବୁଲେଟିନ୍। ମୁଁ ରେଡିଓ ଖବରକାଗଜରୁ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ସଂଗ୍ରହ କରି କାଗଜରେ ପ୍ରଥମେ ଲେଖେ। ପରେ ସବୁ ପିଲେ ଦେଖିପାରିଲା ଭଳି ସ୍ଥନରେ ରଖାଯାଇଥିବା କଳାପଟାରେ ବଡ ବଡ ଅକ୍ଷରରେ ଲେଖିଦିଏ। ଛାତ୍ରାବାସରେ ଥିବା ପର୍ଯ୍ଯନ୍ତ ମୁଁ ମାସ ମାସ ଧରି ଏ କାର୍ଯ୍ଯଟି କରୁଥିଲି। ପ୍ରଧାନ ଶିକ୍ଷକ ମୋର ନିଷ୍ଠରେ ସନ୍ତୁଷ୍ଟ ହୋଇଥିବା ମୁଁ ସହକର୍ମୀମାନଙ୍କ ଠାରୁ ଜାଣିବାକୁ ପାଏ। ବେଳେବେଳେ ବାତ୍ସ ଲ୍ଯ ଭାବରେ ଉଦବେଳିତ ହୋଇ ବାସୁବାବୁ ଗୋଟିଏ ହାତରେ ମୋତେ ଭିଡି ଧରି କହିପକାନ୍ତି, ରବିଟି ଭାରି ଭଅଲ। ଅନ୍ଯମାନଙ୍କୁ ମଧ୍ଯ ଛାତ୍ର ଶିକ୍ଷକ ନିର୍ବିଶେଷରେ ସେ ଏହିପରି ଆଦର କରିଥାନ୍ତି। ୧୯୫୯-୬୦ ମସିହାର ଏକାଦଶ ଶ୍ରେଣୀ ପିଲାଏ ଯେଉଁ ଗ୍ରୁପ୍ ଫଟୋ ଉଠାଇଥିଲେ ସେଥିରେ ବାସୁବାବୁ ଅଛନ୍ତି, ମୁଁ ବି ଅଛି। ତାକୁ ଚାହିଁଲେ ବାସୁବାବୁ ମୋର ମନେ ପଡନ୍ତି।

୧୯୬୦ ମସିହାର ସ୍କୁଲ କାମ ଆରମ୍ଭ ହେଉ ନହେଉଣୁ ମୁଁ ଷ୍ଟାଇପେଣ୍ଡ୍ ପାଇ ବିଇଡି ପଢିବାକୁ ରାଧାନାଥ ଟ୍ରେନିଂ କଲେଜ ଆସିଲି। ପରେ ଗାଁ ସ୍କୁଲକୁ ଫେରିପାରିଲି

୧୯୪