ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୧୩

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନାହିଁ କିମ୍ବା ବାସୁବାବଙ୍କୁ ଆଉ ଦେଖି ପାରିଲି ନାହି । ଜୀବନ ସଂଗ୍ରାମର ତୀବ୍ର କୋଳାହଳ ମଧରେ ସେ ହୁଏତ ମୋର ମନେ ପଡ଼ିଛନ୍ତି ,କିନ୍ତୁ ସାକ୍ଷାତର ସୁଯୋଗ ଆଉ କେବେ ଆସି ନାହିଁ। ଖବରକାଗଜରୁ ପଢି ଜାଣିଲି,ସେ ଇହଧାମରୁ ବିଦାୟ ନେଇଛନ୍ତି। ୧୯୭୧ ମସିହା ଜାଗର ଅମାବାସ୍ଯା ଦିନ ଢେଙ୍କାନାଳରେ ପୁତ୍ରର କର୍ମସଥଳୀରେ ଶେଷନିଃଶ୍ୱାସ ନେଲାବେଳକୁ ବାସୁବାବୁ ୭୭ ବର୍ଷ ବୟସ ଅତିକ୍ରମ କରିସାରିଥିଲେ। ପୁରୀ ଜିଲ୍ଲା ସ୍କୁଲ ଶତିବର୍ଷିକା ସ୍ମରଣୀକାରେ ଉତ୍ତୀର୍ଣ୍ଣ ଛାତ୍ରମାନଙ୍କ ତାଲିକାରେ ୧୯୧୩ ମସିହାରେ ପ୍ରଥମ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ୍ କରିଥିବା ଛାତ୍ରଙ୍କ ମଧ୍ଯରେ ବାସୁଦେବ ମହିନ୍ତିଙ୍କ ନାମ ଲିପିବଦ୍ଧ ଥିବାର ମୁଁ ଦେଖିଛି। ତେଣୁ ସେ୧୮୯୬-୯୭ରେ ଜନ୍ମଗ୍ରହଣ କରିଥିବା ଅନୁମାନ କରାଯାଇପାରେ।


ବାସୁବାବୁ ଥିଲା ତାଙ୍କ ଲୋକପ୍ରଚଳିତ ନାମ। ସେ ଭବାନୀପାଟଣା ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଭାବେ ଅବସର ନେଇଥିଲେ। ଡକ୍ଟର ମାୟାଧର ମାନସିଂହ ଓ ଅଧ୍ଯାପକ ରାଜକିଶୋର ରାୟଙ୍କ ଭଳି ବ୍ଯକ୍ତି ତାଙ୍କ ଅଧୀନରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ଯ କରିଥିଲେ ସ୍ୱନାମଧନ୍ଯ ଶିକ୍ଷାବିଦ୍ ରାମସ୍ୱାମୀ ସେନାପତି ଓ ଅନ୍ଯ ଅନେକ ଥିଲେ ତାଙ୍କର ଛାତ୍ର। ସେ ଅସରକାରୀ କର୍ମକ୍ଷେତ୍ରରୁ ଅବସର ନେବାପରେ ଦୀର୍ଘଦିନ ଧରି ଘରୋଇ ସ୍କୁଲମାନଙ୍କର ପ୍ରଧାନ ଶିକ୍ଷକ ଭାବରେ ଦକ୍ଷତାର ସହିତ କାର୍ଯ୍ଯ ଚଳାଇଥିଲେ। ମୁଁ ୧୯୪୯ ମସିହାରେ କମନ୍ ଏମ୍ ଇ ପରୀକ୍ଷା ଦେବା ପାଇଁ କନକପୁର ହାଇସ୍କୁଲ କୁ ଗଲାବେଳେ ସେ ସେଠାରେ ପ୍ରଧାନ ଶିକ୍ଷକ ଥିଲେ। ୧୯୫୫ ମସିହାରୁ ୧୯୬୯ ମସିହା ପର୍ଯ୍ଯନ୍ତ ଦୀର୍ଘ ୧୪ ବର୍ଷ କାଳ ସେ ଜଗନ୍ନାଥପୁର ହାଇସ୍କୁଲ, ତିରଣର ପ୍ରଧାନ ଶିକ୍ଷକ କାର୍ଯ୍ଯ ନିର୍ବାହ କରିଥିଲେ। ସ୍କୁଲଟି ପୂରାପୂରି ସରକାରୀ ହୋଇଯିବାର ଅବ୍ଯବହିତ ପୂର୍ବରୁ ସେ ସେଠାରୁ ବିଦାୟ ନେଇଥିଲେ। ତାଙ୍କ ଭଳି ସଦାକର୍ମତତ୍ପର ବ୍ଯକ୍ତି ଯେତେବେଳେ ନିର୍ଦ୍ଦିଷ୍ଟ ଭାବେ କର୍ମହୀନ ହୋଇପଡିଲେ ସେତେବେଳେ ସାରା ଜୀବନର ପୁଞ୍ଜିଭୂତ ଅବସାଦ ବୋଧହୁଏ ତାଙ୍କୁ ଗ୍ରାସ କଲା ଓ ଧୀରେ ଧୀରେ ତାଙ୍କର ଜୀବନପ୍ରଦୀପ ନିର୍ବାପିତ ହୋଇଆସିଲା।


ବାସୁବାବୁ ସେପରି ଅସାଧାରଣ କୀର୍ତ୍ତିଶାଳୀ ପୁରୁଷ ନଥିଲେ ମଧ୍ଯ ଅମାୟିକ ଥିଲେ। ମୋ ଜାଣିବାରେ ମଡର୍ଣ୍ଣ ରିଭ୍ଯୂ,ଝଙ୍କାର,ଷ୍ଟେଟସମ୍ଯାନ ଇତ୍ଯାଦି ଅଳ୍ପ କେତେକ

୧୯୫