ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୧୯

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ତାଙ୍କ ଚେଷ୍ଟା ଫଳରେ ୧୯୨୭ ମସିହାରେ ଭଗ୍ନ ପ୍ରାୟ ବାଳିକା ନି·ପ୍ରା· ବିଦ୍ୟାଳୟଟି କ୍ରମେ ଉଚ୍ଚପ୍ରାଥମିକ, ତା' ପରେ ମଧ୍ୟ ଇଂରାଜୀ ଓ ଶେଷରେ ଏକ ଉଚ୍ଚ ଇଂରାଜୀ ସ୍କୁଲରେ ପରିଣତ ହୋଇପାରିଛି। ସ୍କୁଲଟି ମଧ୍ଯ ଇଂରାଜୀ ବିଦ୍ୟାଳୟ ହେବାରୁ ସେ ପ୍ରଧାନ ଶିକ୍ଷୟିତ୍ରୀ ପଦରୁ ସହକାରୀ ଶିକ୍ଷୟିତ୍ରୀ ପଦ ଗ୍ରହଣ କଲେ ମଧ୍ୟ ତାଙ୍କର ସମ୍ମାନରେ ଆଞ୍ଚ ଆସି ନଥିଲା। ସହରର ଅନ୍ୟତମ ସରକାରୀ ବାଳିକା ଉଚ୍ଚ ଇଂରାଜୀ ବିଦ୍ୟାଳୟ ଆରମ୍ଭ ହେବାରୁ ସେ ସେଥିପାଇଁ ମଧ୍ୟ ଛାତ୍ରୀ ଯୋଗାଡ଼ କରିଦେବା ପାଇଁ କୁଣ୍ଟିତା ହୋଇଥିଲେ। ସେ ଅନ୍ୟ ସ୍କୁଲମାନଙ୍କର ତଥା ବୃତ୍ତି ପରିକ୍ଷା ଦେଇଥିବା ଛାତ୍ରୀମାନଙ୍କର ସିଲେଇ ଆଦିର ପରୀକ୍ଷିକା ଭାବେ ମୂଲ୍ୟାୟନ କରୁଥିଲେ। ତାଙ୍କର ମୁରବିମାନଙ୍କ ସହିତ ଯେଉଁ ଅତୁଟ ଯୋଗାଯୋଗ ଥିଲା ତାହା କଳ୍ପନାନିତ। ସେ ସ୍ତ୍ରୀ ଲୋକ ଓ ଛାତ୍ରୀମାନଙ୍କର ମା' ମାନଙ୍କୁ ନେଇ ନିୟମିତ ସଭା କରନ୍ତି। କୌଣସି ଝିଅ ଦୁଇ ତିନି ଧରି ଅନୁପସ୍ଥିତ ରହିଲେ ସ୍ରମତୀ ମହାରଣା ତାଙ୍କ ଘରେ ଯାଇ ପହଞ୍ଚୁଥିଲେ। ଜ୍ୱର ବାଧିକା ହୋଇଥିଲେ ଗଛ ଉପାଡ଼ିବା, ଚେରମୂଳ ବାନ୍ଧିବା, ଝଡ଼ାଫୁଙ୍କା କରିବା ସେତେବେଳେକାର ରୀତି ଥିଲେ। ଶ୍ରୀମତୀ ମହାରଣା କାହାରି ଆତ୍ମ୍ ବିଶ୍ୱାସ ଉପରେ ବାଧା ନଦେଇ ଏଥିସାଙ୍ଗକୁ ଔଷଧପତ୍ରର ବ୍ୟବସ୍ଥା ମଧ୍ୟ କରାଉଥିଲେ। ସେ ପ୍ରଥମେ ଆସି ତତ୍-କାଳୀନ ଲେଡ଼ି ଡ଼ାକ୍ତର ଶ୍ରୀମତୀ ବସନ୍ତ କୁମାରୀ ବାନାର୍ଜୀଙ୍କ ସହିତ ଅନେକ ଦିନ ରହିଥିଲେ। ତେଣୁ ସେ ଅନେକ ରୋଗର ସାଧାରଣ ଚିକିତ୍ସା, ରୋଗୀର ଆବଶ୍ୟକ ସେବା ଯତ୍ନରେ ବେଶ୍ ପାରଙ୍ଗମ ହୋଇପାରିଥିଲେ।

ଏବେ ତାଙ୍କଲର ବୟସ ଅଶୀ ପାଖେଇଲାଣି। ତଥାପି ଗାଁ ସାହିରେ ସେବା କାର୍ଯ୍ୟ କରିବାକୁ ସେ ଆଗଭର। କାହା ଘରେ ବାହା ବନ୍ଦାପନା ହେଉଛିତ ସେ ତାଙ୍କ ଘରେ ଯାଇ କାର୍ଯବ୍ୟସ୍ତ, କିଏ ଯଦି ମରିଯାଇଛି କିରଣ ମାଷ୍ଟ୍ରାଣି ସାଶ୍ରୁ ଲୋଚନରେ କିନ୍ତୁ ଧୈର୍ଯ୍ୟର ସହିତ ତାଙ୍କ ଘର ଲୋକଙ୍କୁ ପ୍ରବୋଧନା ଦେଉଛନ୍ତି। ରାଜ ଅନ୍ତଃପୁର ଠାରୁ ଦରିଦ୍ର ପ୍ରଜାର ଭଗ୍ନ କୁଟୀର ପର୍ଯ୍ୟନ୍ତ ସବୁଠି ତାଙ୍କର ଆଦର। ସମସ୍ତେ ତାଙ୍କର ନିଜର।

ସେ ଦୀର୍ଘ ଏକଚାଳିଶି ବର୍ଷ ସେହି ସ୍କୁଲରେ କାର୍ଯ୍ୟକରି ୧୯୬୭ ମସିହା ଜୁଲାଇ ମାସରେ ଅବସର ଗ୍ରହଣ କଲେ। କିନ୍ତୁ ତାଙ୍କର ରହିବା ଘରଟି ସରକାରଙ୍କର ଶିକ୍ଷା ବିଭାଗୀୟ ଘର ବୋଲି ଦାବି କରି ତାଙ୍କର ପେନ୍-ସନ୍ ମିଳୁନଥିଲା। ବହୁ ଚେଷ୍ଟା ପରେ ଆଇନ ଅଦାଲତରେ ଆଶ୍ରୟ ନେଇ ସେ ସେଥିରେ ଡ଼ିଗ୍ରୀ ପାଇଥିଲେ ମଧ୍ୟ ତାଙ୍କୁ ପୁରା ପେନ୍ ସନ୍ ନମିଳିବାରୁ କେବଳ ସେ ଏକା ନୁହନ୍ତି ସ୍ଥାନୀୟ ସଚେତନ ଲୋକମାନେ ମଧ୍ୟ

୨୦୧