ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୨୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଥଳ, ଜ୍ଞାନ ବିତରଣ କେନ୍ଦ୍ର ଭଗବାନପୁର ଶାସନସ୍ଥ ଟୋଲ, ମୃତ୍ୟୁଞ୍ଜୟ ରଥଙ୍କ ଥିଲା ସେମ ସ୍ତରର। ଦେବୋପମ ଚେହେରା। ଗୋରା ତକ୍ ତକ୍ । ମୁହଁର ବାଁ ପଟରେ କଳାଯାଇ । ମୁଣ୍ଡରେ ଲୋଭନୀୟ କୁଞ୍ଚୁକୁଞ୍ଚୁଆ ବାଳ ସହ ସୁଦୀର୍ଘ ଶିଖା ତାଙ୍କୁ ଖୁବ୍ ମାନୁଥିଲା। ୭୫ ବୟଃକ୍ରମରେ ବି ତାଙ୍କର ତେଜସ୍ମିତା ହ୍ରାସ ପାଇ ନ ଥିଲା। ଧୋତି , ପଞ୍ଜାବି, ଦୋସଡ଼ା, ହଳଦିଆ ବା ଲାଲ ରଙ୍ଗର ପଞ୍ାବୀ ଗାମୁଛା ଏବଂ ନାହିରି ଚାକିରି ବେଳକୁ ନୁଆ ପାଟଣା ମଠା ଥିଲା ତାଙ୍କର ପରିଧାନ ତାଙ୍କୁ ଖୂବ ମାନୂଥିଲା ମସ୍ତକଏର ରାମାନନ୍ଦ ଚିତା ପଦରେ କଠାର ଓ ହାତରେ ଛତାଧରି ପଣ୍ୀଡଃ ମରୁତ୍ୟ ବ ହୁଏଲାକ ଏର ବାରି ଏହାଇ ଯ ଉ ଥିଲୈ । ତାଙ୍କର ଚେହେରା ପୋସାକ ତ୍ଥା ବାକ୍ୟଲାପରୁ ସେ ଜଣେ ବ୍ରାହ୍ମଣ ଏବଂ ସଂନ୍ସକୃତ ଶିକ୍ଷକ ବୋଲି ସହଜରେ ଜାଣିହେଉଥିଲା । ଟୋଲଟି ଗ୍ରାମ ବାହାରେ ଏକ ନିକାନ୍ଚନ ସ୍ଥାନରେ ଅବସ୍ଥିତ ଥିବାବେଳେ ଛାତ୍ରାବାସ, ଶାସନର ମଦ୍ଧ୍ୟ ଭାଗରେ ଗ୍ରାମର କୋଠାଘରେ ଚଳୁଥିଲା । ତାହାଥିଲା ଏକ ବଖରା ଚାଳଘର, ଶିକ୍ଷକ ତ୍ଥା ୨୦ ଜଣ ଛାତ୍ରଙ୍କ ରହଣି ସ୍ଥଳ, ରୋଷଘର,ଭୋଜନକକ୍ଷ । ବାଡିରେ ୠତୁକାଳୀନ ଫସଲ,ବିଲାତି ବାଇଗଣ ,ଲଙ୍କା ମରିଚ, କଦଳୀ,କନ୍ଦମୁଳ ଚାଷ କରାଯାଇ ଦୈନିକ ବ୍ୟବହାରରେ ଲାଗୁଥିଲା ।