ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୩୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହୋଇଥିଲା। ଔଷଧ ଆଣିବାକୁ ସେ ଆନନ୍ଦପୁର ଡ଼ାକ୍ତରଖାନାକୁ ଯାଇଥିଲା । ସେଠାରେ ତାର ଜଣେ ଶୁଭାକାଂକ୍ଷି ଗୋପାଳ ବାବୁଙ୍କ ସହ ସାକ୍ଷାତ ହେଲା। ଗୋପାଳବାବୁ ତାକୁ ପଚାରିଲେ, "କିରେ, କେଉଁଠ ପଢ଼ିବୁ ବୋଲି ଭାବିଛୁ। " ପିଲାଟି ତାଙ୍କୁ କହିଲା - ଆଜ୍ଞା, ମାଇନର ସିନା ପାସ୍ କରିଗଲି, ହେଲେ ହାଇସ୍କୁଲରେ ପଢ଼ବାକୁ ମୋ ପାଖରେ ସମ୍ବଳ କାହିଁ? ସେତେବେଳେ ସମଗ୍ର ଜିଲ୍ଲାରେ କେନ୍ଦୁଝର ଗଡ଼ଠାରେ ଗୋଟିଏ ମା୍ତର ହାଇସ୍କୁଲ ଥିଲା। ଯୋଗକୁ କେନ୍ଦୁଝର ଗଡ଼ ହାଇସ୍କୁଲର ପ୍ରଧାନଶିକ୍ଷକ ଆନନ୍ଦପୁରକୁ ଆସିଥାନ୍ତି। ଗୋରା ତକ ତକ ଚେହେରା ଡ଼େଙ୍ଗା, ହୃଷ୍ଟପୃଷ୍ଟ, ନାକ ତଳକୁ ପ୍ଜାପତିଆ ନିଶ। ଦେଖିଲେ ଛାତରେ ଛଙ୍କା ପଶିଯିବ। ଗୋପାଳବାବୁଙ୍କଠାରୁ ପିଲାଟିର ପରିଚୟ ଜାଣି ସେ ତାକୁ ପଚାରିଲେ " ତୁ ସ୍କୁଲରେ ଆଡ଼୍-ମିସନ୍ ନେଲୁନି କାହିଁକି? ମୁଁ ତୋ ପାଇଁ ସିଟ୍ ଟିଏ ରିଜର୍ଭ କରି ରଖିଛି।" ପିଲାଟି ତାଙ୍କୁ ସବୁକଥା କହିଲା। ସେ ସବୁ ଶୁଣି ସାରି କହିଲେ "ଚିନ୍ତା କରିବାର କିଛି ନାହିଁ। ତୁ ମୋ ଘରେ ରହି ପାଠ ପଢ଼ିବୁ। ଡ଼େରି ନ କରି ଶିଘ୍ର ଚାଲିଆ।" ପରବର୍ତ୍ତୀ କାଳରେ ପିଲାଟି ପାଠପଢ଼ି ଜଣେ ହାକିମ ହେଲା। ସେହି ହୃଦୟବାନ ପ୍ରଧାନଶିକ୍ଷକ ଜଣକ କିଏ ଜାଣନ୍ତି? ସେ ହେଉଛନକ୍ଷତି ଆମ ରାଜ୍ୟର ଜଣେ ସ୍ମରଣୀୟ ଶିକ୍ଷକ ସ୍ୱର୍ଗତ ଭାବଗ୍ରାହୀ ମହାନ୍ତି।

୧୯୦୧