ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୫୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପଚାରିଲେ। ପୁଝାରୀ କହିଲେ, "ଆଜ୍ଞା ସବୁ ତ ଭ୍ଦାବଧାରକଙ୍କ ପାଇଁ ଏଭଳି ହୋଇଥାଏ।" ରଘୁନାଥ ମାଗଣାରେ ଏପରି ସ୍ୱତନ୍ତ୍ର ଖାଦ୍ୟ ଗ୍ରହଣର ପ୍ରତିବାଦ କରି ତାହା ବନ୍ଦ କରାଇଥିଲେ।

ଶେଣକୁଳ ହାଇସ୍କୁଲରେ ସେ ଶିକ୍ଷକ ଥିବାବେଳେ ଗୋଟିଏ ପିଲା ବିଷ ଖାଇଦେଲା ଓ ତାଙ୍କ ନାମରେ କର୍ତ୍ତବ୍ୟରେ ଅଭେଳାର ଆରୋପ ହେଲା। ଶିକ୍ଷାବିଭାଗୀୟ ଅଧିକାରୀ ଅନୁସନ୍ଧାନରେ ଆସିଲେ। ସେ ଉତ୍ତର ଦେଲା, "ମୁଁ ମୋର କର୍ତ୍ତବ୍ୟ କରିଛି। ମୋ ସ୍ଥାନରେ ଆପଣ ଥିଲେ କ'ଣ ଅଧିକ କରିପାରିଥାଆନ୍ତେ। ଯାହାର ରତ୍ନ ଚାଲିଗଲା ସେ ତ ମୋ ନାମରେ ଆରୋପ କରିନାହିଁ। ଆପଣ ଏହି ଅଭିଯୋଗରୁ କ'ଣ ଜାଣି ପାରୁଛନ୍ତି।" ନିଜର କର୍ତ୍ତବ୍ୟନିଷ୍ଠାରେ ସେତିକି ଆସ୍ଥା ନଥିଲର ଏପରି ସ୍ପଷ୍ଟ ଉତ୍ତର କେତେଜଣ ପ୍ରଧାନ ଶିକ୍ଷକ ପ୍ରଧାନ କରିପାରନ୍ତି?

ରଘୁନାଥଙ୍କ ପ୍ରଧାନ କାର୍ଯ୍ୟସ୍ଥଳି ଥିଲା ଦଶପଲ୍ଲା, ନୟାଗଡ଼, ଶରଣକୁଳ ପ୍ରଭୃତି ଗଡ଼ଜାତ ଅଞ୍ଚଳ। ଗଡ଼ଜାତ ଅଞ୍ଚଳର ପିଲାମାନଙ୍କୁ ରାଜ୍ୟର ଅନ୍ୟ ସମସ୍ତଙ୍କ ପରି ଉଚ୍ଚସ୍ଥାନରେ ପହଞ୍ଚାଇବା ତାଙ୍କ ଜୀବନର ପରମ ଲକ୍ଷ୍ୟ ହୋଇଥିଲା। ସେ ଯେଉଁ ବିଦ୍ୟାଳୟକୁ ଯାଉଥିଲେ ସେଠାରେ ସମସ୍ତ ଆନୁଷ୍ଟାନିକ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରୁଥିଲେ। ସ୍କୁଲକୁ ଠିକ୍ ସମୟରେ ଯିବା ଓ ଶିକ୍ଷକମାନଙ୍କ କାର୍ଯ୍ୟ ତଦାରଖ କରିବା ଥିଲା ତାଙ୍କର ନିତିଦିନିଆ କାମ। ପାଠଦାନ ବହିର୍ଭୂତ ଏପରି କୌଣସି କାର୍ଯ୍ୟ ନାହିଁ ଯାହା କରିବାକୁ ସେ ଭୁଲିଥାନ୍ତି। ରଘୁନାଥ ଛାତ୍ରମାନଙ୍କୁ ଦୁଇଭାଗରେ ବିଭକ୍ତ କରନ୍ତି। ଭଲ ପିଲାମାନଙ୍କୁ ଭଲ କରିବା ପାଇଁ ଓଦୁର୍ବଳ ପିଲାମାନଙ୍କୁ ପାସ୍ କରିବା ପାଇଁ ସ୍କୁଲ୍ ସମୟରେ ଶନିବାର ଛୁଟି ପରେ ଓ ଅନ୍ୟ ଛୁଟି ଦିନରେ ସେ ଲାଗିପଡ଼ିଥାନ୍ତି।

ସେ ଯେଉଁ ସ୍କୁଲକୁ ଯାଆନ୍ତି, ସେଠାରେ ଶିକ୍ଷାର ବାତାବରଣ ଖୈଳିଯାଏ। ରଘୁନାଥ ଶିକ୍ଷକ ହିସାବରେ ଏତେ ପରିଚିତ ଥିଲେ ଯେ, ତାଙ୍କର ବ୍ୟକ୍ତିତ୍ୱର ପ୍ରଭାବ ନୟାଗଡ଼ ଓ ଶରଣକୁଳ ଅଞ୍ଚଳର ଗ୍ରାମେ ଗ୍ରାମେ ବ୍ୟାପ୍ତ ହୋଇଥିଲା।

ଦିନେ ସେ ଶରଣକୁଳସ୍ଥ ବାସଭବନରେ ବସିଥିବା ସମୟରେ ପ୍ରୌଢ଼ା ଜଣେ ଆସି ପଚାରିଲେ, "ବଡ଼ ସାର୍ କାହାନ୍ତି?"

"ବଡ଼ସାର୍ ତ' ମୁଁ। କଣ କହିବ କୁହ"- ରଘୁନାଥ ଉତ୍ତର ଦେଲେ "ଆଜ୍ଞା ପଡ଼ୋଶୀ ସହ ମୋର ଗୋଟିଏ ମୋକଦ୍ଦମା ହୋଇଛି। ଗାଁ କମିଟିକୁ ତାହା ବିଚାର ପାଇଁ ନୟାଗଡ଼