ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୫୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କାର୍ଯ୍ୟଦକ୍ଷତାବଳରେ ପାଇଥିବା ରାଜ୍ୟପାଳ ପୁରସ୍କାରଲବ୍ଧ ଅର୍ଥକୁ ସେ ଛାତ୍ରଛାତ୍ରୀମାନଙ୍କର ପୁରସ୍କାର ପାଇଁ ବ୍ୟାଙ୍କରେ ରଖିଦେଇଛନ୍ତି। ଏତଦ୍ ବ୍ୟତୀତ ସେ ନାରାଯଣ ହାଇସ୍କୁଲ୍ ଶରଣକୁଳ, ଅନନ୍ତ ନାରାୟଣ ହାଇସ୍କୁଲ୍ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନରସିଂହପୁରରେ ଛାତ୍ରଛାତ୍ରୀମାନଙ୍କର ଉନ୍ନତି କଳ୍ପେ ପୁରସ୍କାର ପାଇଁ ବ୍ୟାଙ୍କରେ ସ୍ଥାୟୀ ଜମା ସ୍ଥାପନ କରିଛନ୍ତି।

ରଘୁନାଥ ଯେ କେବଳ ଜଣେ ଦକ୍ଷ ଶିକ୍ଷକ ଥିଲେ ତାହା ନୁହେଁ, ଲେଖକ ଭାବରେ ମଧ୍ୟ ସେ ସାରା ଓଡ଼ିଶାରେ ଥିଲେ ପରିଚିତ।୧୯୬୦ରୁ୧୯୭୨ ପର୍ଯ୍ୟନ୍ତ ଷଷ୍ଠରୁ ଏକାଦଶ ଶ୍ରେଣୀ ମାନଙ୍କରେ ଚଳୁଥିବା ଯେଉଁ ସାମାଜିକ ପାଠ ବହି ସେ ଲେଖୁଥିଲେ ତାହା ନିର୍ଦ୍ଦେଶକଙ୍କ ମଂଜୁରୀ ଲାଭ କରିଥିଲା। ଏତଦ୍ ବ୍ୟତୀତ ସେ ନବମ ଓ ଦଶମ ଶ୍ରେଣୀର ଇତିହାସ, ଭୂଗୋଳ ଓ ତ୍ରିକୋଣମିତି ବହି ମଧ୍ୟ ସେ ଲେଖୁଥିଲେ। ତାହା ଛାତ୍ର ଓ ଶିକ୍ଷକମାନଙ୍କ ଦ୍ୱାରା ଆଦୃତ ହୋଇଥିଲା ।

ଅବସର ଗ୍ରହଣ ପରେ ବୟାଅଶି ବୟଃକ୍ମରେ ସେ ଏବେ ମଧ୍ୟ ସାରସ୍ୱତ ସାଧନାରେ ବ୍ରତୀ ଅଛନ୍ତି। ସେ ଛଅଟି ବିଶିଷ୍ଟ ବିଶ୍ୱ ସାହିତ୍ୟର ଅନୁବାଦ କରିଛନ୍ତି। ସେଗୁଡ଼ିକ ହେଉଛି 'ତିନିଜନ' । 'ଜେନ୍ ଆୟାର', 'ଜୀବଜନ୍ତୁ ଫାର୍ମ', 'ଭୂଗର୍ଭ ଅଭିଯାନ', ଓ ୧୯୮୪। ଏତଦ୍ ବ୍ୟତୀତ ତାଙ୍କର ଦୁଇଟି ମୌଳିକ ରଚନା ପରିପ୍କାଶ ଅପେକ୍ଷାରେ ଅଛି। ସେ ଦୁଇଟି ହେଉଛି ଶ୍ରାବଣର ଖରା (କ୍ଷୁଦ୍ରଗଳ୍ପ ସମାରୋହ) ଓ ଜୀବନ ଦର୍ଶନ (ଉପଦେଶତ୍ମକ ସନ୍ଦର୍ଭ)।

ଶିକ୍ଷା କ୍ଷେତ୍ରରେ ଦକ୍ଷତା, କର୍ତ୍ତବ୍ୟନିଷ୍ଠା ତଥା ସ୍ୱତନ୍ତ୍ର ଅବଦାନ ପାଇଁ ୧୯୭୦ ମସିହାରେ ସେ ରାଜ୍ୟପାଳପୁରସ୍କାର ଲାଭ କରିଥିଲେ।

ଆଉ ଏକ ସ୍ମରଣୀୟ ଘଟଣା ଘଟିଥିଲା ୧୯୯୬ ମସିହା ଜୁନ୍ ମାସରେ ଶରଣକୁଳ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଅବସରରେ। ଅଗଣିତ ଗୁଣମଗ୍ଧ ଛାତ୍ର ରଘୁନାଥଙ୍କୁ ତାଙ୍କ ଗହଣରେ ପାଇ କୁଣ୍ଢ଼ା ପକାଇଥିଲେ ଓ ଆନନ୍ଦାଶ୍ରରେ ତାଙ୍କ ଚରଣ ଧୌତ କରିଥିଲେ। ଏହି ଅବସରରେ ତାଙ୍କୁ ଏକ ଉପାୟନ ଓ ମାନପତ୍ର ପ୍ରାଦାନ କରାଯାଇଥିଲା।