ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୬୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୀର୍ଘଶ୍ୱାସ ତାଙ୍କ ଦେହପଞ୍ଜରାରୁ ନିର୍ଗତ ହେବା ପରେ ସେ ଧିରେ ଧିରେ ସ୍ପଷ୍ଟ,ମାର୍ଜିତ ଭଙ୍ଗିରେ ଯଥାଯଥ ବିରାମ ଦେଇ କହନ୍ତି "ଚତୁର୍ଦ୍ଦିଗ ନିରବ ନିସ୍ପନ୍ଦ.... ସାଇଁ ସାଇଁ ମାତ୍ର ଗରଜର ନିଶା...... "ଇତ୍ୟାଦି । ଦୂରରୁ ଭାସିଆସି ଅବଳା କଣ୍ଠର ଉଚ୍ଚ୍ୱାସଭରା କରୁଣ ବିଳାପ ମିଶ୍ରିତ ସଙ୍ଗୀତ ପ୍ରବେଶ କରନ୍ତି ଚ୍ଚିନ୍ନବସ୍ତ୍ରା,ଅଧୋମୁଖୀ,ଅଶ୍ରୁବିଗଳିତା ମହାରାଣୀ ଶୈବ୍ଯା, କାନ୍ଧରେ ତାଙ୍କର ସର୍ପଦଂଶନରେ ଅକାଳମୃତ୍ଯୁ ଲଭିଥିବା ସ୍ୱାସ୍ଥ୍ୟପୁଷ୍ଟା କିଶୋର ପୁତ୍ରକୁ ଧରି । ରୁକ୍ଷ କଣ୍ଟରେ ଶୁକ୍ଳ ଦାବି କରନ୍ତି ଶ୍ମଶାନରକ୍ଷକ ହରିଶ୍ଚନ୍ଦ୍ର । ନାରୀଜଣକ ଶୋକାବେଗରେ ରୁଦ୍ଦକଣ୍ଠ ହୋଇଉଠିବା ସଙ୍ଗେ ସଙ୍ଗେ ନିଜକୁ ନିଜ ଅବସ୍ଥାକୁ ଜଣାଇବାକୁ ଯାଇ ସାମାନ୍ଯସୂଚନା ଦେବା ପରେ ପରେ ସମୁଦାୟ ପରିବେଶକୁ ଆଖି,ମୁହଁ ଓ ଅବୟବ ଚାଳନାଗତ ଅଭିନବ ମାଧ୍ଯମରେ ଅଭିବ୍ଯକ୍ତ କରି ବିଷ୍ନୁ ବାବୁ ଦର୍ଶକ ମାଙ୍କୁ ଅଭିଭୂତ କରି ରଖିଥିଲାବେଳେ ଏକ ଶୋକମୁର୍ଚ୍ଚିତ "ରୋହିତରେ .... "ଉଚ୍ଚାରଣ କରି ଯେତେବେଳେ ଗଛ କାଟିଲାପରି ମୃତପୂତ୍ରର ଶବ ପିଣ୍ଡ ଊପରେ ଲୋଟିପଡନ୍ତି,ସମୁଦାୟ ଦର୍ଶକମଣ୍ଡଳୀଙ୍କ ଆଖିରୁ ଧାର ଧାର ଅଶ୍ରୁ ବହିପଡେ ,ପତି-ପତ୍ନୀ ଚିହ୍ନାଜଣା ହୋଇ ମୃତ ପୁତ୍ରର ଚିତାଗ୍ନୀରେ ଆତ୍ମଝାସ ଦେବାକୁ ପ୍ରସ୍ଥୂତି ହେବା ଦୃଶ୍ଯରେ ଦର୍ଶକଙ୍କର ଧର୍ୟ୍ଯବନ୍ଧ ଭାଙ୍ଗିପଡେ । ଶୁଭୁଥାଏ ଦର୍ଶକ ଦର୍ଶିକାଙ୍କର ସୁଁ ସୁଁ କାନ୍ଦଣା। ପ୍ରେକ୍ଷାଳୟରୁ ପରବର୍ତ୍ତୀ ଦୃଶ୍ଯରେ ଆସନ୍ତି ରାଜପରିଚ୍ଚଦମଣ୍ଡିତ ହରିଶ୍ଚନ୍ଦ୍ର । ମୁଁ ଦେଖିଛି। ଚଣ୍ଡାଳ ବେଶ ଛାଡି ରାଜବେଶ ଧାରଣ କରିବାରେ ବିଷ୍ନୁ ବାବୁଙ୍କର ହସ୍ତକୌଶଳଗତ କ୍ଷିପ୍ରତା । ସେ ୫ ମିନିଟ୍ ବ୍ଯବଧାନରେ ପୂର୍ବ ଦୃଶ୍ଯର ପ୍ରଭାବ କଟୁ ନକଟୁଣୁ ପ୍ରସ୍ତୁତ ହୋଇଯାଆନ୍ତି ପତ୍ନୀ ଓ ପୁତ୍ର ସହ ଅଯୋଧ୍ଯା ସିଂହାସନରେ ଉପବିଷ୍‌ଟ ରାଜା ହରିଶ୍ଚନ୍ଦ୍ରର ଭୁମିକା ଲାଗି । ତାଙ୍କରେ ସେ ଅଭିନୟ ପାରଦର୍ଶିତା ଶହ ଶହ ନାଟକ ଓ ଚଳଚିତ୍ର ଦେଖିବାପରେ ବିମୋର ସ୍ମୃତିପଟରେ ଅମ୍ଲାନ ରହିଛି ।

କେବଳ' ହରିଶ୍ଚନ୍ଦ୍ର'ନୁହେଁ,ତ‌ତ୍‌ପରବର୍ଷ ଯଥାକ୍ରମ 'ଜୟଦେବ' ଓ 'ମୂଲିଆ' ନାଟକ ଦୁଇଟି ସେ ମଞ୍ଚସ୍ଥ କରାଇଥିଲେ ପ୍ରସ୍ତାବିତ ପଣ୍ଡୁଆ ହାଇସ୍କୁଲ ଲାଗି ସମ୍ବଲ ସଂଗ୍ରହ ଉଦ୍ଦେଶ୍ଯରେ। 'ଜୟଦେବ' ଭୁମିକାରେ ବିଷ୍ନୁବାବୁଙ୍କ ଅଭିନୟ କୁଶଳତା, ଗୀତ ଗାୟନ ପଟୁତା ସମଗ୍ର ନାଟକଟିକୁ ଆଚ୍ଛନ କରି ରଖିଥିଲା।

ଆମ୍ଭେମାନେ ଏକାନ୍ତ ଗୌଣ ଓ ନିଷ୍ପ୍ରଭ ହୋଇପଡିଥିଲୁ । ଉଲ୍ଲେଖନୀୟ ଅନୁଭୁତିଟିଏ । 'ସ୍ମରଗରଳ ଖଣ୍ଡନଂ,ମମସିରସି ମଣ୍ଡନଂ ଲେଖିବା ପରେ 'ଦେହି ପଦପଲ୍ଲବ ମୁଦାରଂ'ଲେଖିବାକୁ ହାତ ନ ଚଳିବାରୁ ପୋଥୀଟି ପତ୍ନୀ ପଦ୍ମାଙ୍କୁ ରଖିବାକୁ ଦେଇ ଜୟଦେବ

୨୫୧