ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୭୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୫୧ ଶିକ୍ଷାବର୍ଷ ଆରମ୍ଭରୁ ମୁଁ ପଣ୍ଡୁଆ ପ୍ରସ୍ତାବିତ ଉଚ୍ଚ ଇଂରାଜୀ ବିଦ୍ଯାଳୟ ଛାଡି ମଣିଚରଣ ଶାରଳା ଏକାଡେମୀ , ତିର୍ତ୍ତୋଲ୍ ରେ ପରିକ୍ଷା ଦେଇ ଯୋଗ୍ଯ ବିବେଚିତ ହେବାରୁ ନବମ ଶ୍ରେଣୀରେ ବିନା ସ୍ଥାନାନ୍ତର ଅନୁମତିପତ୍ରରେ ନାମ ଲେଖାଇ ପଣ୍ଡୁଆଠାରୁ ପୂରାପୂରି ଦୁରେଇଗଲି । ଶୁଣିଲି , ବିଷ୍ନୁବାବୁ ବି ସେଠାରୁ ବିଦାୟନେଇ ଅନ୍ଯତ୍ର ଚାଲିଗଲେ ।

ସେଇ ମାଇନର୍ ସ୍କୁଲ୍‌ଟିକୁ ହାଇସ୍କୁଲରେ ପରିଣତ କରିବା ପାଇଁ ସେ ଗାଁ ଗାଁ ବୁଲି ସାହାଯ୍ଯଭିକ୍ଷା କରି ଲାଗିଥିଲେ ବିଦାୟନେବା ପୂର୍ବ ପର୍ଯ୍ଯନ୍ତ । ୧୯୬୫ ବା ୬୬ ମସିହା ବେଳକୁ ମୁଁ ରେଭେନ୍ଯୁ ସାଧ୍ଯ କଲେଜରେ ଅଧ୍ଯାପନା କରୁଥାଏ । ବିଷ୍ନୁବାବୁ ଶିକ୍ଷା ସଂପ୍ରସାରଣ ଅଫିସର ଭାବରେ ତିର୍ତ୍ତୋଲ୍ ବ୍ଲକ୍ ଅଧୀନରେ ବୃତ୍ତିନିର୍ବାହ କରୁଥିବାରୁ । ମଣିଜଙ୍ଗା ରାସ୍ତାପାଖକୁ ଥିବା ଏକ ଭଡାଘରେ ରହୁଥାନ୍ତି । ବହୁଦିନ ଛୁଟି ବେଳ । ମୁଁ ସେଆଡେ ସାଇକେଲ୍ ରେ ଯାଉଥିଲା ବେଳେ ବିଷ୍ନୁବାବୁଙ୍କୁ ସାକ୍ଷାତ କରିବାକୁ ତାଙ୍କ ବାସଗୃହ ପାଖରେ ଓହ୍ଲାଇଲି । ମୋତେ ଦେଖି ସେ ଚିହ୍ନିପରିଲେ ନୁହେଁ, ମୋର ଦୁଷ୍ଟାମିର ନିର୍ଦ୍ଧିଷ୍ଟ ଦୃଷ୍ଟାନ୍ତର ସ୍ମୃତିବାରଣ କରିବସିଲେ । ରେଡ଼ିଓଟିଏ ପ।ଖରେ ବାଜୁଥାଏ। ବିଷ୍ନୁବାବୁ ବସି ଫାଇଲ୍ କାମ କରୁଥାନ୍ତି । ସେଦିନର ଛାତ୍ରମାନଙ୍କର ଆଜ୍ଞାଧୀନତାକୁ ଝୁରି ହେଲେ ସେ । ମୁଁ ପାନ ଖାଏ ବୋଲି ସେ ଜାଣିଥିଲେ ବୋଲି ସେହି କଥା କହି ମୋତେ ପାନ ଯାଚିଲେ । ମୁଁ ଯୋଡ ହସ୍ତରେ ଅତ୍ଯନ୍ତ ନମ୍ର ଭାବରେ ନାହିଁ କରିବାରୁ ତାଙ୍କ ପୁଅକୁ ଶୁଣାଇ ଶୁଣାଇ ମୋର ପୂର୍ବ ପରିଚିତ ସେହି ଅନନୁକରଣୀୟ କର୍ତ୍ତୃତ୍ବଭରା ସ୍ବର ଓ ଭାସାରେ କହିଲେ, ଦେଖୁଛ, ଏ କେବେ ଦିନେନେ ମୋର ଛାତ୍ର ଥିଲେ ,ଆଜିକେତେ ବଡ ହେଲେଣି । ଆଗରେ ପାନ ଖଣ୍ଡେ ଖାଇପାରୁ ନାହାନ୍ତି । " ମୁଁ ସେଦିନ ତାଙ୍କଠାରୁ ନେଇ ଆସିବାପରେ ଆଉଥରେ ଫୁଲ୍‌ପ୍ୟାନ୍ଟ ଓ ହାୱନି ସାର୍ଟ ପରିହିତ ବିଷ୍ନୁବାବୁଙ୍କୁ ଭେଟିଥିଲି ଆମ ଗାଁରେ ପଞ୍ଚାୟତ ଭୋଟ୍ ଦିନ । ମୁଁ ବିନମ୍ର ପ୍ରଣତି ଜଣାଇ ଆମ ଘରକୁ ଯେତେ ଅନୁନୟ କରି ତାଙ୍କୁ ଡାକିଲେ ମଧ୍ଯ ସେ କାର୍ଯ୍ଯଭାର ଓ ଦାୟିତ୍ବସଂପନ୍ନତାର କାରଣ ଦର୍ଶାଇ ମୋ ଅନୁରୋଧକୁ ପ୍ରତ୍ଯାଖ୍ଯାନ କରିଥିଲେ । ଆହା, ମୁଁ ସେତେବେଳେ ଯଦି ଜାଣିପାରିନଥାନ୍ତେ , ସେଇଟି ତାଙ୍କ ସହ ମୋର ଶେଷ ସାକ୍ଷାତ, ମୁଁ ତାଙ୍କୁ ଏମିତି ଛାଡି ଦେଇନଥାନ୍ତି ।

ପରେ ଶୁଣିଲି, ପରିଣତ ବୟସରେ ତାଙ୍କର ଏକମାତ୍ର ପୁତ୍ରଟି ତାଙ୍କୁ ଛାଡିଦେଇ କୁଆଡେ ନିରୁଦ୍ଦିଷ୍ଟ ହୋଇଗଲା ପରେ ବିଷ୍ନୁବାବୁ ମାନସିକ ଭାରସାମ୍ଯ ହରାଇ ଭାଙ୍ଗିପଡିବାରୁ ପେଟମରା ରୋଗରେ ପଡି ପଡି ଗାଆଁରେ ୧୯୭୬ ମସିହାରେ ଶେଷନିଶ୍ବାସ ।

୨୫୫