ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୮୦

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନିଜ ନିଜ ଅଭିନୟ ସାରି ବାହୁଡିବେ କାଳ ବଳେ' । 'ବାଳ୍ଯକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏଜୀବନ ଅନିଶ୍ଚିତ 'ଧର୍ମ ଏକ ପୋତ ଗଢ଼ି ଛନ୍ତି ବିଧି,ତରିବାକୁ ଏହି ସଂସାର -ଜଳଧି' ସାଙ୍ଗକୁ ପାନ, ବିଡି ନୁହେଁ ଛୋଟିଆ ନିଶା ଜଣାପଡେ ନାହିଁ ଟାଣେ ପଇସା' ଇତ୍ଯାଦି ଉପଦେଶାତ୍ମକ ଉକ୍ତିଟି ମାନ ଆମେ ପଢ଼ୁନାହୁଁ ,ଅକ୍ଷର ଶିକ୍ଷା କରୁଥିବା ପିଳା ମାନେ ବଡ ପାଟିରେ ସେ ଗୁଡିକୁ ଚିହ୍ନି ଚିହ୍ନି ପଢ଼ନ୍ତି । କାନ୍ଥର ମଝିଭାଗରେ ଶିକ୍ଷାମୂଳକ ବିଷୟ ଯଥା ଗୁଣନ ଖନ୍ଦା,ମିଶାଣ ଖନ୍ଦା,ପ୍ରକୃତି ପାଠର ଚିତ୍ର ଶୋଭିତ ମାନଚିତ୍ର ଇତିହାସ ପ୍ରସିଦ୍ଧ ଘଟଣା ର ସମୟ ଏମିତି କେତେ କ'ଣ ନାଳି,କଳା ସବୁଜ କାଳୀରେ ଅଙ୍କିତ ହୋ ଇପଟାଯୋଡେଇ କାଗଜରେ ଲେଖାଯାଇ କଣ୍ଟା ମାନଙ୍କରେ ଝୁଳୁ ଥାନ୍ତି । ଏସବୁ ଥିଲା ଜଣେ ମାତ୍ର ବ୍ଯକ୍ତିଙ୍କର ଅସାଧାରଣ କୃତିତ୍ୱ ସମୟ ୧୯୪୧ରୁ୧୯୪୫ ମସିହା ।ବ୍ଯକ୍ତି ଜଣକ ଥିଲେ କୃଷ୍ଣଚନ୍ଦ୍ର ତ୍ରିପାଠୀ ସେ ତିର୍ତ୍ତୋଲା ଥାନା ଅଃନ୍ତପାତୀ ତିରଣ(ଜଗନ୍ନାଥପୁର) ଅଞ୍ଚଳର ଶ୍ରୀରାମଚନ୍ଦ୍ରପୁର ଶାସନରେ ୧୯୧୪ ମସିହା ଡିସେମ୍ବର ୨୪ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ସ୍ୱନାମଧନ୍ଯ ଜୋତିର୍ବିଦ୍ ପଣ୍ତିତ କାଶୀନାଥ ତ୍ରିପଠୀ ଏବଂ ଏବର ସୁପ୍ରସିଦ୍ଧ ଡାକ୍ତର ନିରଞ୍ଜନ ତ୍ରିପାଠୀ ଙ୍କର ଜନକ ହେଉଛନ୍ତି କୃଷ୍ଣସାର୍ । ଆଜି ଯେପରି ପ୍ରାଥମିକ ବିଦ୍ଯାଳୟର ଶିକ୍ଷକ ମାନେ ବୃତିଗତ ସ୍ୱାଛନ୍ଦ୍ଯ ପ୍ରାପ୍ତ ହୋଇ ହେଉଛନ୍ତି; ସେତେବେଳେ ସେମାନେ ତାହା ସେ ପାଉନଥିଲେ । ମାସକୁ ଦରମା ଥିଲା ସାତ ଟଙ୍କା । ସେତିକି ମାତ୍ର ସମ୍ବଳ ରେ ଏତେଗୁଡାଏ ଆୟୋଜନ କୃଷ୍ଣସାର କିପରି କରୁଥିଲେ,ଆଜି ଭବିଲେ ମୁଁ ବିସ୍ମିତ ହୁଏ । ହରିତାଲିକା ଓ ଶ୍ରୀପଞ୍ଚମିକୁ ବାଦ୍ ଦେଳେ ଆମେ ପିଲାଏ କେବେ କିଛି ସାର୍ ଙ୍କୁ ଭେଟି ଦେବା ପାଇ ମୋର ମନେ ନାହିଁ । କେବଳ ଧାନ କଟାବେଳେ ଆମକୁ ନେଇ ବିଳକୁ ଯାଉ ଥିଲେ ଓ ସେ ଶିଖାଇ ଥିବା ଛାନ୍ଦ ଗୀତ 'ବିଳକୁ ଆଲିଙ୍ଗନ କରି ଜାନ୍ନବୀ ଶୋଭନ' ବନ୍ଦର ହରି ଦେବ ମୁରାରି;'କଳାକଳେ ବର କହ୍ନାଇ;'ଖି ମନ ଆରେ ମୋର ବୋଲ କର'ପ୍ରଭୃତି ଉଚ୍ଚ ସୱର ରେ ବୋଲି ଆମେ ଜଣପିଛ ୨/୪ଟି କରି ଧନ ହଳା ଆଣୁ ଥିଲୁ । ସେଥରୁ ବର୍ଷ କର ଚକ୍ଖଡି,କାଗଜ ପତ୍ର କିଣା ଯାଉ ଥିଲା । ଅନ୍ଯାନ୍ଯ ଜିନିଷ ସାର୍ ତାଙ୍କ ହାତରୁ କିମ୍ବା ଅନ୍ଯ କେଉଁ ସୂତ୍ରରୁ କିଣୁ ଥିଲେ,ଆମେ ଜାଣୁନଥିଲୁ । ବାବୁ(ସବ୍ଇନ୍ସ୍ପେଟର ବା ଡି ଆଇ)ସ୍କୁଲ ପରିଦର୍ଶନ ରେ ଆସିବା ଦିନ ସାରଙ୍କ ବ୍ଯବସ୍ଥା ଓ ଅତିଥି ଆପ୍ଯାୟନର ଆୟୋଜନ ସବୁ ମନେପଡିଲେ ସେକାଳ ଓ ଏକାଳର ପ୍ରଭେଦ ଜାଣି ହୁଏ ।ସ୍କୁଲ ପରିଦର୍ଶନ ଏବେ ଆଉ ପ୍ରାୟ ନାହିଁ ।