ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୮୨

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସମାଜେସବୀ ଶିକ୍ଷକ

                            ଲକ୍ଷ୍ମୀନାରାୟଣ ମିଶ୍ର 
                                କାଳୀକିଙ୍କର ମିଶ୍ର
 ମାଟିର  ଦୀପାଳୀଟିପାଠର ଦେବଉଳ ରେ

,ଘିଅର ସଳିତାଟି ଜାଳି ଏ ଅନ୍ଧାର ରେ, ବାଟ ଯେ ଦେଖାଉଛି ପାହାଡ ଜଙ୍ଗଳରେ,ତାକୁ କେ ଜୀବନେ ଭୁଲି ପାରେ । (ଜଣେ ଛାତ୍ର ଙ୍କ ଲେଖନୀରୁ ଶିକ୍ଷକ ଲକ୍ଷ୍ମୀନାରାଯଣଙ୍କ ଉଦ୍ଦେଶ୍ଯରେ) ଲକ୍ଷ୍ମୀ ମାଷ୍ଟରେ ଏଇ ନାଁଟି ଅନ୍ଯମାନଙ୍କ ପାଇଁ ସାଧାସିଧା ଡାକଟିଏ ନାରେ ଥିଲା ତଡିତ୍ ପ୍ରବାହର ଚମକ ଆଉ ଶକ୍ତି । ଏଇ ଡାକରେ ଥିଲା କେତେ ଆଶ୍ୱାସନା । ବାପା'ମାଆଅବିଭାବକ ମାନେ ପିଲାର ପଢ଼ାପଢ଼ି ନେଇ ଯେତେବେଳେ ଚିନ୍ତିତ ବିବ୍ରତ ବୋଧକରୁଥିଳେ ସେତେବେଳେ ଏଇ ଲକ୍ଷ୍ମୀ ମାଷ୍ଟ୍ରେ ଯାବତୀୟ ଗରିବ ପାଠଚୋର , ନିର୍ବୋଧ ଓ ଅଳ୍ପବୁଦ୍ଦିଆ ପିଲା ମାନଙ୍କର ବାପା ମାଆ ହୋଇ ଉଭା ହେଉ ଥିଲେ । ସେମାନ ଙ୍କର ପିଲା ମାନଙ୍କ ପାଇଁ ତାଙ୍କରି ହାତ ଦେଇ ଅନ୍ଧାରରେ ଆଲୋକର ରାହାପାଇ ଥିଲେ ବାପା ,ମାଆ ମାନେ ।

୧୯୪୩ ରୁ ୧୯୬୧ ପର୍ଯ୍ଯନ୍ତ ଅଠର ବର୍ଷ କାଳ ରାୟଗଡ ସହରର କି ଓଡିଆ କି,ତେଲୁଗୁ କି , ସିନ୍ଧି କି ,ମାର୍ୱାଡି ସବୁ ଭାଷା ସବୁ ଭଷାଭାଷୀ ଓ ସବୁ ଜାତିଧର୍ମର ମାଆମାଙ୍କ ପାଟି ରେ ବହୁ ଉଚ୍ଚାରିତ ନାଆଁଟି ଥିଲା ଲକ୍ଷୀ ମାଷ୍ଟ୍ରେ । ଛୋଟ ପୁଅ ଝିଅ ଅଳିଅଝଟ କଲେ, ଗାଧୁଆ,ମୁଣ୍ଡକୁଣ୍ଡା,ଖିଆ,ଶୁଆରେ ମାଆକୁ ହଇରାଣ କଲେ ମାଆ ତୁଣ୍ଡ ରୁ ଶୁଣାଯାଏ ହେଇ ମାଷ୍ଟ୍ରେ ଆସିଲେଣି ଯେ, ମାଷ୍ଟ୍ରେଙ୍କୁ କହୁଛି ରୁହ । ୟାକୁ ଲକ୍ଷ୍ମୀ ମାଷ୍ଟ୍ରେଙ୍କ ପାଖରେ ଛାଡି ଦିଅ । ପିଲା ପଢ଼ା ବୟଷର ହୋଇ ଗଲେ ବାପାମାଆ ମାନଙ୍କର ଚିନ୍ତା ନଥିଲା । କାରଣ ଲକ୍ଷ୍ମୀ ମାଷ୍ଟ୍ରେ ଅଛନ୍ତି ।