ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୮୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଆଚରଣ ସମ୍ପର୍କରେ ଶିକ୍ଷା ଦେଲେ । ହସ୍ତାକ୍ଷର ଲେଖା ଉପରେ ସେ ତୀକ୍ଷ୍ମ ଦୃଷ୍ଟି ରଖିଥାନ୍ତି,କହିବା ବାହୁଲ୍ୟ,ତାଙ୍କର ହାତ ଲେଖା କି ଇଂରେଜୀ,କି ଓଡ଼ିଆ,ସବୁଥିଲେ ସୁନ୍ଦର ।

ମାନଚିତ୍ର,କାହାଣୀ ଚିତ୍ରପଟ,ଅଙ୍କ ଶିକ୍ଷା ପାଇଁ କାଠ ସଂଗ୍ରହ କରିବା,ସାଧାରଣ ଜ୍ଞାନ ସମ୍ପର୍କରେ ନୂଆ ନୂଆ କଥା ସଂଗ୍ରହ କରିବା,ଡାକ ଟିକଟ ସଂଗ୍ରହ କରିବାରେ ସେ ଯେତିକ ଆଗ୍ରହି ପିଲାଙ୍କୁ ତା'ଠୁ ବେଶୀ ଆଗ୍ରହୀ କର ଗଢ଼ି ତୋଳନ୍ତି ।

ସବୁଠାରୁ ବେଶି ଗୁରୁତ୍ୱ ସେ ଦିଅନ୍ତି ପିଲାର ଶୈକ୍ଷିକ,ମନସ୍ତାତ୍ତ୍ୱିକ,ସାମାଜିକ,ପାରିବାରିକ,ଆର୍ଥିକ,ସଂସ୍କୃତିକ ଗୋଷ୍ଠୀ ଜୀବନ ସର୍ମ୍ପକୀୟ ସମସ୍ୟାଗୁଡ଼ିକୁ ଆବିଷ୍କାର କରି ତଦନୁଯାୟୀ ପଦକ୍ଷେପ ନେବାରେ । ଏଣୁ ଏଇ ଶିଶୁ ମାନଙ୍କ ଜରିଆରେ ସେ ସେମାନଙ୍କ ଅଭିବାଭକ ଓ ବାପାମାଆଙ୍କ ସହ ବ୍ୟକ୍ତିଗତ ସର୍ମ୍ପକ ରକ୍ଷା କରନ୍ତି । ଫଳରେ ସେମାନଙ୍କର ଶ୍ରଦ୍ଧା ଓ ଭକ୍ତି ଭାଜନ ହୁଅନ୍ତି ।

ପରେ ପରେ କୋରାପୁଟ ଜିଲ୍ଲାର ବଡ଼ସହର ଜୟପୁରର କେନ୍ଦ୍ର ଉ:ପ୍ରା: ସ୍କୁଲକୁ ତାଙ୍କର ବଦଳି ହୁଏ । ବଦଳି ମୂଳରେ କର୍ତ୍ତୃପକ୍ଷଙ୍କର ଉଦ୍ଦେଶ୍ୟ ଥାଏ ଜୟପୁରର ଏକ ଆଦର୍ଶ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା । ପାଞ୍ଚଶହରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ତଥା ୧୫/୧୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବିଶିଷ୍ଟ ସ୍କୁଲ ଥିଲା ସେଇଟି । ଓଡ଼ିଆ,ତେଲୁଗୁ ଉଭୟ ଭାଷାରେ ଶିକ୍ଷାଦାନର ବ୍ୟବସ୍ଥା ସେଠାରେ ଥାଏ । ସ୍ଥାନାଭାବରୁ ପାଳି ଅନୁଯାୟୀ ଓଡ଼ିଆ ଓ ତେଲୁଗୁ ଶ୍ରେଣୀ ଚାଲେ । ସ୍କୁଲରେ ଯୋଗଦେଇ ପ୍ରଥମେ ସେ ସ୍କୁଲକୁ ଆଦର୍ଶ କରି ତୋଳିବା ନିମନ୍ତେ ସହକାରୀ ମାନଙ୍କର ସହଯୋଗ ଲୋଡ଼ନ୍ତି । ପରେ ଶୃଙ୍ଖଳିତଭାବେ ସମୟ ନିଘର୍ଣ୍ଟ,ଶିକ୍ଷା ଦାନର ଦାୟିତ୍ୱ ବଣ୍ଟନ,କ୍ରୀଡା,ମନୋରଞ୍ଜନ,ସଂଗ୍ରହାଳୟ,ନାଟକାଭିନୟ,ପାଠ୍ୟ ଓ ପାଠଟୀକାର ପ୍ରଚଳନରେ ନୀତିନିୟମ ଭରିଦିଅନ୍ତି । ଧନି,ସ୍ୱଚ୍ଛଳ ଅଭିଭାବକଙ୍କଠାରୁ ଆର୍ଥିକ ସାହାଯ୍ୟ ସଂଗ୍ରହ କରି ସ୍କୁଲ୍ ମରାମତି,ଚୂନ ଧଉଳା କାମ ହୁଏ କାନ୍ଥରେ ମାନଚିତ୍ର,ମହାପୁରୁଷଙ୍କ ଚିତ୍ର,ନୀତିବାକ୍ୟ ଇତ୍ୟାଦି ଲେଖାଯାଏ । ପଢ଼ାରେ ବ୍ୟବହାର ପାଇଁ ମାନଚିତ୍ର ଓ ଉପକରଣ,କାହଣୀ ପଟ୍ଟଚିତ୍ର ଇତ୍ୟାଦି ରଖାହୁଏ ।

ପ୍ରଧାନଶିକ୍ଷଙ୍କର ଅଧ୍ୟବସାୟ,ଆଗ୍ରହ,ଆନ୍ତରିକତା ଲକ୍ଷ୍ୟକରି ଜଣେ ବ୍ୟବସାୟୀ ବିଜ୍ଞାନ ଶିକ୍ଷା ଉପଯୋଗୀ ଉପକରଣ କିଣିବା ପାଇଁ ଦୁଇ ହଜାର ଟଙ୍କା ଦାନ କଲେ ।