ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୯୨

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପରୋପକାରୀ ଶିକ୍ଷକ ସୁରେନ୍ଦ୍ର ନାଥ ମଢୁଆଳ

ଡକ୍ଟର ଭାଗବତ ପ୍ରସାଦ ଲେଙ୍କା

ବାରିପଦାର ବେଲଗଡ଼ିଆ ରାଜବାଟୀ ସନ୍ନିକଟ ବାରିପଦା ସହରର ଉପକଣ୍ଠ । ଏଠାରେ ସହରର ଜନଗହଳି ନାହିଁ । ଶାନ୍ତ ଶୀତଳ ପରିବେଶ । ଆମ୍ରକୁଞ୍ଜ ତଳେ ମଥାନୁଆଁଣିଆ ଚାଳଘର । ବର୍ତ୍ତମାନ ଅବଶ୍ୟ ଟାଇଲ୍ ଛପର ଘରଟିଏ ଛିଡ଼ାହେଲାଣି । ନିକଟରେ ବୋଳଙ୍ଗନଦୀ, କୂଳ ଦେଶରେ ଦିଗନ୍ତ ବିସ୍ତାରୀ ଶ୍ୟାମଳ କେଦାରମାଳା । ଏପରି ଏକ ଶାନ୍ତ ସୁନ୍ଦର ପରିବେଶ ମଧ୍ୟରେ ବେଲଗଡ଼ଆ ଉ ପ୍ରା ବିଦ୍ୟାଳୟର କର୍ମ ପ୍ରବାହ ବହି ଚାଲିଛି ସ୍ୱଚ୍ଛନ୍ଦ ଗତିରେ ।

ସମସ୍ତ ବିଦ୍ୟାଳୟ କର୍ମମୁଖର । ସମୟ ପ୍ରାୟ ଏଗାରଟା । ହଠାତ୍ ବିଦ୍ୟାଳୟ ହତାରୁ ଭାସି ଆସିଲା ଏକ ଶିଶୁକଣ୍ଠର କରୁଣ ଚିତ୍କାର । କି କରୁଣ ସେ ଚିତ୍କାର ! କି ମର୍ମନ୍ତୁଦ ସେ ଦୃଶ୍ୟ ମଝିରେ ମଝିରେ ଶୁଭୁଥାଏ"ମାଆ ଲୋ, ବାପା ଲୋ ମରିଗଲି-ଆଉ ମାରନା । ପୁଣି