ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୯୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାରିପଦାର କ୍ଷେତ୍ର ମୋହନ ବିଦ୍ଯାମନ୍ଦିର ନାମକ ଏକ ପ୍ରାଥମିକ ବିଦ୍ଯାଳୟର ଉନ୍ନତରେ ସେ ମନ ପ୍ରାଣ ଢାଲି ଦେଇଥଲେ । ପ୍ରଥମେ ପାଞ୍ଚ ଛା ଜଣ ଛାତ୍ରଛାତ୍ରୀ ନେଇ ସେ ଆରମ୍ଭ କଲେ ଏହି ବିଦ୍ଯାଳ୍ୟ । ଏକ ଚାଟଶାଳୀ ରୂପେ ଜନ୍ମ ଲାଭକରିଥିବା ଏହି ଶିଶୁ ଅନୁଷ୍ଠାନର କଲେବର ବଡଢ଼ିବାକୁ ଲାଗିଲା ଛାତ୍ର ସଂଖ୍ଯା ବଢିଲେ । ଶିକ୍ଷଙ୍କ ସଂଖ୍ଯା ମଧ୍ଯ ବଢ଼ିଲେ ।ଲୋକମାନଙ୍କୁ ସଜାଗକରି ଏହି ବିଦ୍ଯାଳ୍ୟ ପାଇଁ ସରକାରୀ ସାହାଯ୍ଯ ଓ ଅନ୍ଯାନ୍ଯ କଲ୍ଯାଣରେ ଯୋଜନାରେ ସେ ଲାଗିପଡିଲେ । ସେହିଠାରୁ ସେ ଶିକ୍ଷକ ଭାବରେ ବାରିପଦାର ଗୁରୁତାଲିମ୍ ବାଦ୍ଯାଳ୍ୟ ( E.T school) କୁ ଗଲେ ତାଲିମ ପାଇଁ । ସେ ୧୯୩୯ ମସିହାରେ ଇ,ଟି, ପାସ୍ କରିବା ମାତ୍ରେ ଇ,ଟି, ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କ ଉପରେ ପ୍ରୀତ ହୋଇ ତାଙ୍କୁ ଅତିରିକ୍ତ ପ୍ରଧାନ ଶିକ୍ଷକ ରୂପେ ନିଯୁକ୍ତି ଦାନ କଲେ ।

ସେ ତାଙ୍କ ଶିକ୍ଷକ ଜୀବନର ପ୍ରାୟ ୩୯ ବର୍ଷ ମଧ୍ଯରୁ ବାରିପଦା ସହରରେ ପ୍ରାୟ ୨୪ ବର୍ଷ ଓ ଅବଶିଷ୍ଟକାଳ ବାରିପଦା ନିକଟସ୍ତରେ ବିଦ୍ଯାଳ୍ୟ କାର୍ଯ୍ଯକରିଛନ୍ତି । ମ୍ୟୂରଭଞ୍ଜ ମହାରାଜାଙ୍କ ରାଜତ୍ୱକାଳରେ ସେ ପ୍ରଧାନ ଶିକ୍ଷକ ଭାବରେ ପ୍ରଶଂସା ଓ ପ୍ରୀତିଭାଜନ ହୋଇଛନ୍ତି । ସେ ମହାରଣା ତକତକୁମାରୀ ମି,ଇ, ବିଦ୍ଯାଳ୍ୟରେ ମଧ୍ଯ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ଯ କରିବାର ସଔଭାଗ୍ଯ ଲାଭ କରିଛନ୍ତି ।


ସେ ଅତ୍ଯନ୍ତ ସ୍ନେହୀ ଛାତ୍ର, ବସ୍ଚଳ , ଜ୍ଞାନ ଲିପ୍ସୁ , ଗୁଣଗ୍ରାହୀ ଓ ପରୋପକାରୀ ଶିକ୍ଷକ ରୂପେ ଆଦୃତ ହୋଇଥାନ୍ତି । ମ୍ୟୂରଭଞ୍ଜର ଏକ ସ୍ୱନାମଧନ୍ଯ କୃତୀ ଶିକ୍ଷକ ଭାବରେ ମ୍ୟୂରଭଞ୍ଜର ଶକ୍ଷାତ୍ରକୁ ସୁଜଳା ସୁଫଳା ଓ ଶସ୍ଯ ଶ୍ଯାମଳା କରିବାରେ ତାଙ୍କର ଅବଦାନ କମ୍ ନୁହେଁ । ଏହି ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ମଢୁଆଳ ଅବ ସର ଗ୍ରହଣ କରନ୍ତି ୧୯୭୧ ମସିହାରେ ।ତାଙ୍କର ଅନୁପମ ଶିକ୍ଷାଦାନ କଔଶଳ, ଆଦର୍ଶ ଚରିତ୍ରବତ୍ତା ଓଛାତ୍ରବସ୍ୱ୍ୱ୍ୱ୍ୱଳତା ପାଇଁ ସେ ଅଦ୍ଯାବଧି ଛାତ୍ରମହଲରେ ଭକ୍ତି ଓ ପ୍ରିତିଭାଜନ ହଔଇଥାନ୍ତି । ତାଙ୍କ ଜୀବନର ଏକ ସ୍ମରଣୀୟ ଘଟଣା  :

ଦିଙ୍କ କଥା । ପୁଅ ସନ୍ତୋଷ ଓ ସେ ଦୁହେଁ ବସି ଗପ ସପ ହେଉଥାନ୍ତି । ବସନ୍ତ ଋତୁ ,ସମୟ ୍ରାୟ ୫ ଟା । ଆଗରେ ଫୁଲ ବଗିଚା । ମଲ୍ଲୀ ମାଲତୀ ଫୁଲରେ ହସରେ ହସି