ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୦୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଆଶାତୀତ ବୃଦ୍ଧିପ୍ରାପ୍ତ ହେବାରୁ ଗୃହନିର୍ମାନ ସମସ୍ଯାର ସମାଧାନ ଲାଗି ତାଙ୍କୁ କଠୋର ପରିଶ୍ରମ କରିବାକୁ ହେଲା । ତାଙ୍କର ତ୍ତ୍କାଳୀନ ସହକର୍ମୀ ଅନନ୍ତବାବୁ ସେଦିନର ସ୍ମୃଇତିଚାରଣ କରି ଖୁଥିଲେ ଯେ, ବାଞ୍ଛାନିଧିବାବୁ ରାଣୀହାଟ ସ୍କୁଲ୍ ଗଢ଼ିବାରେ ତାଙ୍କର ସମସ୍ତ ଧ୍ଯାନ ,ଧାରଣା ,କର୍ମ ଓ ସମୟ ବ୍ଯୟ କରିବାକୁ ଯାଇ ନିଜ ପରିବାରକୁ ଭୁଲି ଯାଇଥିଲେ । ନବପରିଣୀତା ପତ୍ନୀଙ୍କୁ ମଧ୍ଯ ଚାହିଁନଥିଲେ । ପରିଣତ ବୟସରେ ପତ୍ନୀଙ୍କ ପ୍ରତି ଦୃଷ୍ଟି ଦେଲାବେଳକୁ ସମୟ ଅତିକ୍ରାନ୍ତ ହୋଇ ସାରିଥିଲା ସେଥିପାଇଁ ସେ ଶେଷ ପର୍ଯ୍ଯନ୍ତ ନିରପତ୍ଯ ରହିଥିଲେ । ମାତ୍ର କାଳକାଳକୁ ରଖିଗଲେ ତାଙ୍କର ଅହୋରାତ୍ର ନିରବଚ୍ଛିନ୍ନ ପ୍ରଗାଢ଼ ଉଦ୍ଯମର ଫଳଶ୍ରୁତି ଦ୍ବିତଳ ପ୍ରସାଦୂପମ ସୌଧ ଶ୍ରେଣୀ ଶୋଭିତ ରାଣୀହାଟ ହାଇସ୍କୁଲ୍, ୧୯୬୦-୬୧ ବେଳକୁ ଯାହାର ଛାତ୍ର-ଛାତ୍ରୀ ସଂଖ୍ଯ ଥିଲା ତିନିହଜାରରୁ ଅଧିକ ଅନ୍ଯ ଶ୍ରେଣୀକୁ ବାଦ୍ ଦେଲେ ବି କେବଳ ଏକାଦଶ ଶ୍ରେଣୀଟି ଚାରିଭାଗରେ ବିଭକ୍ତ ହେଲା । ସକାଳ ଓ ମଧ୍ଯାନ୍ନ ଦୁଇଟି ପର୍ଯ୍ଯାୟରେ ସ୍କୁଲ୍ ଚଲୁଥିଲା । ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସଂଖ୍ଯା ଥିଲା । ଚାଲିଶରୁ ଅଧିକ । କ୍ରମବର୍ଦ୍ଧନ ଛାତ୍ରସଂଖ୍ଯା ପାଇଁ ସ୍ଥାନାଭାବସମସ୍ଯା ଉତ୍କଟ ହୋଇ ଉଠିବାରୁ ବିଦ୍ଯାଳୟ ପରିସରକୁ ବିସ୍ଥାରିତ କରିବାର ଲକ୍ଷ୍ଯ ନେଇ ସେ ଘଟଣାକ୍ରମେ ସ୍ବନାମଧନ୍ଯା ମହିଳା ଡାକ୍ତର ଜ୍ଯୋସ୍ନା ଦେଈଙ୍କ ସହ ଦେୱାନି ମୋକଦ୍ଦମା ଚଲାଇବାକୁ ବାଧ୍ଯ ହୋଇଥିଲେ । ପରିଚାଳନାସମିତିର ପୂର୍ଣ୍ଣ ସମମତିକ୍ରମେ ଏହା ଚଲୁଥିବାରୁ ବିଦ୍ଯାଳୟ ପାଣ୍ଠିରୁ ଏଥି ପାଇଁ ଅର୍ଥବ୍ଯୟ କରିବାକୁ ପଡୁଥିଲା । ଫଳରେ ଶିକ୍ଷକ-ଶିକ୍ଷ୍ୟିତ୍ରୀ ଯଥା ସମୟରେ ଦରମା ପାଉନଥିଲେ ବାଞ୍ଛାନିଧିବାବୁଙ୍କ ବ୍ଯକ୍ତିତ୍ବର ପ୍ରଭାବ ଯୋଗୁଁ ବିଦ୍ଯାଳୟର ସ୍ବାର୍ଥକୁ ଆଗ୍ରାଧିକାର ଦେବା ଲାଗି କେହି ମଧ୍ଯ ପଶ୍ଚାତପଦ ନଥିଲେ । ଅଧ୍ଯୟନ କାର୍ଯ୍ଯ ସେଥିପାଇଁ କୌଣସି ସମୟରେ ବିଘ୍ନିତ ହେଉନଥିଲା । ସ୍କୁଲ୍ କାର୍ଯ୍ଯ ଚଲୁଥିବା ବେଳେ ବାଞ୍ଛାନିଧିବାବୁ ନୀରବରେ ଶ୍ରେଣୀ କକ୍ଷ ପାଖ ଦେଇ ଘୂରି ଆସୁଥିଲେ । ଶିକ୍ଷକ ଓ ଛାତ୍ରମାନଙ୍କ ପାଇଁ ସେତିକି ଯଥେଷ୍ଟ ଥିଲା। ଛାତ୍ରଛାତ୍ରୀଙ୍କର ନୈତିକ ଆଚାର-ବ୍ଯବହାରଗତ ତ୍ରୁଟିକୁ ସେ କ୍ଷମା କରୁନଥିଲେ । ଅଫିସ୍ ବାରଣ୍ଡାରେ ଠିଆ କରାଇ ସେ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦେଉଥିଲେ । ସବୁ ଶ୍ରେଣୀର ପିଲା ଯେପରି ଏହି ଦୃଷ୍ଟାନ୍ତମୂଳକ ଶାସ୍ତିକୁ ପ୍ରତ୍ଯକ୍ଷ କରି ଭବିଷ୍ଯତ ଲାଗି ସଜାଗ ହେବେ, ଏହା ଥିଲା ତାଙ୍କର ଉଦ୍ଦେଶ୍ଯ ।

ବାଞ୍ଛାନିଧି ଶତପଥୀ ଥିଲେ ଗୌରବର୍ଣ୍ଣର ।ସାସ୍ଥ୍ଯ କ୍ଷୀଣ ଓ ଉଚ୍ଚତାରେ ଗେଡ଼ା । ତାଙ୍କର ପରିଧେୟ ଥିଲା ଶୁଭ୍ର ଧୋତି ସାଙ୍ଗକୁ ଧଳା ଅଦିକନାର ପଂଜାବି । ସେ ଧୋତିକୁ

୨୩୦