ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୧୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଛବି

ପ୍ରେରଣାଦାୟୀ ଶିକ୍ଷକ ରଘୁନାଥ ମିଶ୍ର

ଶ୍ରୀ ପ୍ରଫୁଲ୍ଲ କୁମାର ଦାଶ

ମାଟ୍ରିକ୍ ପରୀକ୍ଷା ଚାଲିଥାଏ । ପିଲାଟିଏ ମ୍ଯାଟ୍ରିକ୍ ପରୀକ୍ଷା ଦେଉଥାଏ । ପରୀକ୍ଷା ପରେ ଜଣେ ଶିକ୍ଷକ କହିଲେ ପବିତ୍ର !!। ତୋର ଇଂରାଜୀ ବ୍ଯାକରଣ ଉତ୍ତରରେ କେତେକ ଭୁଲ୍ ରହିଗଲା ।

ଉତ୍ତରରେ ପିଲାଟି କହିଲା ରଘୁନାଥ ମିଶ୍ର ହେଛନ୍ତି ମୋର ଶିକ୍ଷକ । ତାଙ୍କର ନିର୍ଦ୍ଦେଶରେ ଯଦି ଭୁଲ୍ ଥିବ, ତେବେ ମୋରୁତ୍ତର ଭୁଲ ହୋଇଥିବ ।

ଫଲ ବାହାରିଲା । ପିଲାଟିର ଉତ୍ତର ଠିକ୍  ଥିଲା ।

ଉତ୍ତୁଙ୍ଗ ଶିଖରୀମାଳା ଓ ସବିଜ ବନାନୀ ବେଷ୍ଟିତ ପୁରାତନ ଗଡ଼ଜାତ ନରସିଂହପୁରହ୍ସିଲର ହରିଚନ୍ଦନପୁର ଶାସନନିବାସୀ ପଣ୍ଡତ ପୁରୁଷୋତ୍ତମ ମିଶ୍ର ଓ ତଦୀୟ ପତ୍ନୀ ଚମ୍ପାଦେବୀଙ୍କର କୋଲମଣ୍ଡନ କରି ୨୫,୬, ୧୯୧୭ରେ ଭୂମିଷ୍ଟ ହୋଇଥିଲେ ରଘୁନାଥ।