ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୨୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କେତେବେଳେ ନାହିଁ । ସେଥିପ୍ରତି ତାଙ୍କର ଙ୍ଜର ନ ଥାଏ , ମୂଲିଆ ମଜୁରିଆଠାରୁ ଆରମ୍ଭ କରି ଧନୀ ଯାଏ , ସାଧାରଣ ଶିକ୍ଷକଠାରୁ ବଡ଼ ଆଫିସର ପର୍ଯ୍ଯନ୍ତ ସମସ୍ତଙ୍କ ସାଥିରେ ତାଙ୍କର ସମାନ ବ୍ଯବହାର , ମଙ୍ଖୋଲା କଥାବାର୍ତ୍ତା ଆଉ ହସଖୁସି ।

ବାଣପୁରରେ ଯେତେ ଉତ୍ସବ ଅନୁଷ୍ଠାନ , ସବୁଥିରେ ତାଙ୍କର ଉପସ୍ଥିତି ଓ ସମ୍ପର୍କ । ଗୋଦାବରୀଶଙ୍କ ଜୟନ୍ତୀ ଓ ମୃତ୍ଯୁ ବାର୍ଷିକୀ ପାଳନ କରିବାରେ  ଥିଅ ତାଙ୍କର ନେତୃତ୍ବ । କଲେଜ ପ୍ରତିଷ୍ଠା କରିବା ଆଉ  ତା ପାଇଁ ଚାନ୍ଦାଭେଦା ଆଦାୟ କରିବାରେ ସେ ଥିଲେ ଆଗୁଆ ।  ପ୍ରାଥମିକ ଶିକ୍ଷକମାନଙ୍କର କେନ୍ଦ୍ର ବୈଠକରୁ ଆରମ୍ଭ କରି ବାର୍ଷିକ ଶିକ୍ଷକ ସଭା ସମ୍ମିଲନୀ ପର୍ଯ୍ଯନ୍ତ ସବୁଥିରେ  ସେ ହୁଅନ୍ତି ଉପସ୍ଥିତ । କେହି ଡାକନ୍ତୁ ବା ନ ଡାକନ୍ତୁ । ଭଲ କାମଟିଏ ହେଉଛି ତ ସେ ଆପେ ଆପେ ପହ୍ଞ୍ଚିଯାଆନ୍ତି । ତାଙ୍କ ପାଖରେ ମାନ ଆଭିମାନ ବା ଆହମିକାର ନାମଗନ୍ଧ ନଥିଲା ।

୧୯୮୩ ଏପ୍ରିଲ ୬ ତାରିଖର ସନ୍ଧ୍ଯାରେ ନିଜର ସବୁ ମାକଦାମ ସାରି ଆଉ ସମସ୍ତଙ୍କ ସହିତ କଥାବାର୍ତ୍ତା କରିସେ ଛାତିରେ ଟିକିଏ କଷ୍ଟ ଅନୁଭବ କଲେ । ଭୁବନେଶ୍ବରଠାରେ ଅବସ୍ଥାପିତ ତାଙ୍କର ଝିଅ ଜ୍ବାଇଁ ଡାକ୍ତରାଣୀ ଶୈଳବାଳା ଓ ଡାକ୍ତର ରାଧାରମଣ କ୍ଯାପିଟାଲ ଡାକ୍ତରଖାନାକୁ ନେଇଗଲେ ।ମାତ୍ର ଘଣ୍ଟାକ ଭିତରେ ସବୁଶେଷ । ତାଙ୍କର ମରଶରୀରକୁ ବହୁ ଦିନର କର୍ମସ୍ଥଳୀ ବାଣପୁରକୁ ନିଆଯାଇଥିଲା । ଏପ୍ରିଲ ୭ ତାତିଖ ସକାଳ । କାଉ କା' କା' କରି ଯେମିତି ସବୁରି ଘରେ ଏହି ଦୁଃସମ୍ବାଦ ଜଣାଇଦେଲା । ଦୋକାନ ବଜାର ବନ୍ଦ କରି,ଚାଷବାଷ କାମଛାଡ଼ି ଘର ଦ୍ବାର କାମ ପକାଇ ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ ପାଇଁ ହୃଦୟର ଭକ୍ତି ଅର୍ଘ୍ଯ ଜ୍ଞାପନ କରି ରୁଣ୍ଡ ହୋଇ ଯାଇଥିଲେ । ରାସ୍ତାଘାଟ ବନ୍ଦ ହୋଇଯାଇଥିଲା, ଆଉ ତାଙ୍କର ପ୍ରିୟ ବିଦ୍ଯାଳୟରେ ଜନ ସମୁଦ୍ରର ଉତ୍ତାଳ ଲହରୀ ଖେଲିଯାଇଥିଲା । ସବୁରି ମନରେ ଶୋକର ଛାୟା ଓ ନୟନରେ ଅଶ୍ରୁଜଳ ସେମାନଙ୍କର ବନ୍ଧୁ, ଶିକ୍ଷକ ଦିଗଦର୍ଶକ ସବୁଦିନ ପାଇଁ ତାଙ୍କୁ ଛିଡ଼ି ଚାଲିଗଲେ ।

କୃତି ଶିକ୍ଷକ ଭାବରେ ସେ ରାଜ୍ଯ ସରକାରଙ୍କ ଦ୍ବାରା ସମ୍ମାନିତ ହୋଇଥିଲେ । ଶିଶୁମାନଙ୍କ ପାଇଁ ସେ ପାଠ୍ଯ ପୁସ୍ତକଠାରୁ ଗଳ୍ପ କବିତା ପ୍ରଭୃତି ପର୍ଯ୍ଯନ୍ତ କେତେ ପ୍ରକାର ସାହିତ୍ଯ ସୃଷ୍ଟି କରି ଯାଇଛନ୍ତି ।ଲୋକପ୍ରିୟ 'ମଳୟ' ପତ୍ରିକାର ସେ ଥିଲେ ମୁଖ୍ଯ ସମ୍ପାଦକ । ସେ ଅନେକ