ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୪୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଫଳରେ ଗୋଟିଏ ବଡ଼ କାଠ ଆଲମାରୀ ଓ ଅନ୍ଯାନ୍ଯ ଉପକରଣ କିଣାଯାଇ ସ୍କୁଲରେ ବିଜ୍ଞାନାଗାର ଉଦଘାଟିତ ହେଲା । ଜାତୀୟ ଦିବସ, ନାମଲେଖା ଅଭିଯାନ , ଇତ୍ଯାଦିରେ ସ୍ଲୋଗାନଲେଖିବା, ପିଲାଙ୍କୁ ଶିଖାଇବା, ଶୋଭାଯାତ୍ରା ପରିଚାଳନା, ସଭାସମିତିର ବ୍ଯବସ୍ଥା ସ୍କୁଲରେ କରି , ଲୋକ ପ୍ରତିନିଧି, ବିଶିଷ୍ଟ ନାଗରିକ, ବୁଦ୍ଧିଜୀବୀମାନଙ୍କୁ ସ୍କୁଲକୁ ନିମନ୍ତ୍ରଣ କରି ଛାତ୍ରଛାତ୍ରୀଙ୍କର ସାମାଜିକ ଚେତନାର ଅଭିବୃଦ୍ଧି ଘଟାଇବା ସ୍କୁଲର ଅଭାବ ଅସୁବିଧା ପ୍ରତି ସ ହରର ପ୍ରଭାବଶାଳୀ ଲୋଙ୍କର ଦୃଷ୍ଟି ଆକର୍ଷଣ କରି ତା ର ପ୍ରତିକାର ମୂଳକ ପଦକ୍ଷେପ ନେବା ତାଙ୍କର ଯୋଜନାବଦ୍ଧ କର୍ମ ପନ୍ଥାର ଅନ୍ଯ ଏକ ଦିଗ ଥିଲା । ଜାତୀୟ ଦିବସର ଶୋଭାଯାତ୍ରୀ ବେଳେ ଶାନ୍ତି ଶୃଖଳା ଓ ପରିପାଟୀ ପାଇଁ ସ୍କୁଲ ସ୍କୁଲ ମଧ୍ଯରେ ହେଉଥିବା ପ୍ରତି ଯୋଗିତା ମାନଙ୍କରେ ମିଶ୍ରଙ୍କର ସ୍କୁଲ ଅନେକଥର ପୁରସ୍କାର ପା ଉଥିଲା । ଶିକ୍ଷକତା ପ୍ରତି ତାଙ୍କର ଯେ କେତେ ଆଗ୍ରହ ଓ ଆନ୍ତରିକତା ଥିଲା ଗୋଟିଏ ଘଟଣାରୁ ତାହା ଅନୁମେୟ । ୧୯୪୯ ମସିହାରେ ସରକାର ପ୍ରାଥମିକ ଶିକ୍ଷକମାନଙ୍କ ମଧ୍ଯରୁ ସାକ୍ଷାତକାର ଜରିଆରେ ମନୋନୟନ କରି୮ ସ୍କୁଲ ସ ହଦାରି ଉପ