ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୫୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପରୋପକାରୀ ଶିକ୍ଷକ ସୁରେନ୍ଦ୍ର ନାଥ ମଢ଼ୁଆଳ ଡ଼କ୍ଟର ଭାଗବତ ପ୍ରସାଦ ଲେଙ୍କା ବାରିପଦାର ବେଲଗଡ଼ିଆ ରାଜବାଟୀ ସନ୍ନିକଟ ବାରିପଦା ସ ହରର ଉପକଣ୍ଟ। ଏଠାରେ ସ ହରର ଜନ ଗ ହଳି ନାହିଁ। ଶାନ୍ତ ଶୀତଳ ପରିବେଶ। ଆମ୍ରକୁଞ୍ଜ ତଳେ ମଥାନୁଆଣିଆ ଚାଳଘର । ବର୍ତ୍ତମାନ ଆବଶ୍ଯ ଟାଇଲ ଛପର ଘରଟିଏ ଛିଡ଼ାହେଲାଣି। ନିକଟରେ ବୋଜଙ୍ଗନ ଦୀ, କୂଳ ଦେଶରେ ଦିଗନ୍ତ ନିସ୍ତାର ଶ୍ଯାମଳ କେଦାରମାଳା । ଏପରି ଏକ ଶାନ୍ତ ସୁନ୍ଦର ପରିବେ"ଶ ମଧ୍ଯରେ ବେଲଗଡ଼ିଆ ଉ ପ୍ରା ବିଦ୍ଯାଳୟର କର୍ମ ପ୍ରବାହ ବ ହି ଚାଲିଛି ସ୍ବଚ୍ଛନ୍ଦ ଗତିରେ । ସମସ୍ତ ବିଦ୍ଯାଳୟ କର୍ମମୁଖର । ସମୟ ପ୍ରାୟ ଏଗାରଟା। ହଠାତ ବିଦ୍ଯାଳୟ ହତାରୁ ଭାସି ଆସିଲ ଏକ ଶିଶୁକଣ୍ଠର କରୁଣ ଚିତ୍କାର । କି କରୁଣ ସେ ଚିତ୍କାର !! କି ମର୍ମନ୍ତୁକ ସେ ଦୃଶ୍ଯ। ମଝିରେ ମଝିରେ ଶୁଭୁଥାଏ "ମାଆ ଲୋ, ବାପ ଲୋ ମରିଶଲ;ଇ ଆଉ ମାରନା। ପୁଣି