ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୬୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହୋଇଥିଲା। ଔଷଧ ଆଣିବାକୁ ସେ ଆନନ୍ଦପୁର ଡ଼ାକ୍ତରଖାନାକୁ ଯାଇଥିଲା । ସେଠାରେ ତାର ଜଣେ ଶୁଭାକାଂକ୍ଷୀ ଗୋପାଳ ବାବୁଙ୍କ ସ ହ ସାକ୍ଷାତ ହେଲା । ଗୋପାଳବାବୁ ତାକୁ ପଚାରିଲେ, "କିରେ , କେଉଁଠି ପଢ଼ିବୁ ବୋଲି ଭାବିଛୁ।" ପିଲାଟି ତାଙ୍କୁ କ ହିଲା-ଆଜ୍ଞା, ମାଇନର ସିନା ପାସ କରିଗଲି, ହେଲେ ହାଇସ୍କୁଲରେ ପଢ଼ିବକୁ ମୋ ପାଖରେ ସମ୍ବଳ କାହି ? ସେତବେଳେ ସମଗ୍ର ଜିଲ୍ଲରେ କେଙ୍କୁଝର ଗଡ଼ଠାରେ ଗୋଟିଏ ମାତ୍ର ହାଇସ୍କୁଲ ଥିଲା । ଯୋଗକୁ କେନ୍ଦୁଝର ଗଡ଼ ହାଇସ୍କୁଲର ପ୍ରଧାନଶିକ୍ଷକ ଆନନ୍ଦପୁରକୁ ଆସିଥାନ୍ତି। ଗୋରା ତକ ତକ ଚେହେରା ଡ଼େଙ୍ଗା,ହୃଷ୍ଟପୁଷ୍ଟ, ନାକ ତଳକୁ ପ୍ରଜାପତିଆ ନିଶ। ଦେଖିଲେ ଛାତିରେ ଛନ କା ପଶିଯିବ। ଗୋପାଳବାବୁଙ୍କଠାରୁ ପିଲାଟିର ପରିଚୟ ଜାଣି ସେ ତାକୁ ପଚିରିଲେ , "ସ୍କୁଲରେ ଆଡ଼ମିସନ ନିଲିନି କାହିଁକି ? ମୁଁ ତୋ ପାଇଁ ସିଟ ଟିଏ ରିଜର୍ଭ କରି ରଖିଛି । " ପିଲାଟି ତାଙ୍କୁ ସବୁକଥାକ ହିଲା । ସେ ସବୁ ଶୁଣି ସାରି କ ହିଲେ , " ଚିନ୍ତା କରିବାର କିଛି ନାହିଁ । ତୁ ମୋ ଘରେ ରହିପାଠ ପଢ଼ିବୁ । ଡ଼େରି ନ କରି ଶୀଘ୍ର ଚାଲିଆ।" ପରବର୍ତ୍ତୀ କାଳରେ ପିଲାଟି ପାଠପଢ଼ି ଜଣେ ହାମିମ ହେଲା । ସେହି ହୃଦୟବାନ ପ୍ରଧାନଶିକ୍ଷକ ଜଣକ କିଏ ଜାଣିନ୍ତି ? ସେ ହେଉଛନ୍ତି ଆମ ରାଜ୍ଯ ଜଣେ ସ୍ମରଣୀୟ ଶିକ୍ଷକ ସ୍ବର୍ଗତ ଭାବଗ୍ରାହୀ ମହାନ୍ତି।୧୯୦୧ ମସିହାରେ ଭାବଗ୍ରାହୀ ମହାନ୍ତି କଟକ ଜିଲ୍ଲା ତିର୍ତ୍ତୋଲ ଥାନାର କଣ୍ଟାପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୧୫ ମସିହାରେ କଙ୍କପୁର ମାଇନର ସ୍କୁଲରୁ ମାଇନର ପାସ କରିବା ପରେ ପ୍ଯାରିମୋହ ନ ଏକାଡ଼େ୪ମୀରୁ ୧୯୨୦ ମସିହାରେ ମାଟ୍ରିକ ଓ ରେଭେନସା କଲେଜରୁ ୧୯୨୨ ମସିହାରେ ଆଇ ଏ ପାସ କଲେ। ଜଙ୍କପୁର ମାଇନର ସ୍କୁଲର ପ୍ରଧାନ ଶିକ୍ଷକ ରୁପେ ସେ ଅବସ୍ଥାପିତ ହୋଇଥିଲେ। ସେଠାରେ ସେ ଦୁଇବର୍ଷ ଚାକିରୀ କରିବାପରେ ପଢ଼ିବା ପାଇଁ କଟକଗଲେ । ସେଠାରୁ ସେ ପାସ କରି ଅନଙ୍କ ପୁରଠାରେ ସ୍କୁଲ ସବ ଇନପେକ୍ଟର ଚାକିରୀ କରିଥିଲେ। ଚାକିରୀ କରିମଧ୍ଯ ତାଙ୍କର ଜ୍ଞାନଲିପସା ପ୍ରଶମିତ ହୋଇନଥିଲା । ତେଣୁ ପାଠପଢ଼ି ଘରୋଇ ଭାବେ ରେଭେନ୍ସା କଲେଜରୁ ବି ଏ ଓ କଲିକତାରୁ ସେ ଓଡ଼ିଆରେ ଏମ ଏ ପାସ କରିଥିଲେ । ୧୯୩୪ ମସିହାରେ କେଙ୍କୁଝରଗଡ଼ରେ ହାଇସ୍କୁଲ ପ୍ରତିଷ୍ଠିତ ହୋଇଥିଲା । ଭାବଗ୍ରାହୀ ବାବୁଥିଲେ ଏହି ସ୍କୁଲର ପ୍ରାଧାନ ଶିକ୍ଷକ ।୧୯୩୪ ମସିହାରୁ ୧୯୪୬ ମସିହାର ପର୍ଯ୍ଯନ୍ତ ଦୀର୍ଘ ବାରବର୍ଷକାଳ ସେ ଏହି ହାଇସ୍କୁର ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ହୋଇଥିଲେ ।ସେ ଥିଲେ ଖୁବ୍ ସମୟାନୁବର୍ତ୍ତୀ । ତାଙ୍କର ଶୃଖଳାଜ୍ଞାନ ମଧ୍ଯଥିଲା ଖୁବ ଅଧକ ଠିକ ସମୟରେ ସେ ସ୍କୁଲକୁ ଆସୁଥିଲେ । ସବୁକାମ ନିୟମାନୁଯାୟୀ ହେଉଥିଲା । ନିୟମରୁ ଟିକିଏ ।