ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୬୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏପଟ ସେପଟ ହେବାର ଉପାୟ ନ ଥିଲା । ପ୍ରାର୍ଥନା ସଭାରେ ପିଲାମାନଙ୍କର ପୋଷାକ ପରିଚ୍ଛଦ ପରିଷ୍କାର ଅଛି କି ନାହି ତାହ ଦେଖାଯା ଉ ଥିଲା । ପିଲାମାନେ ନ ଖ କାଟୁଛନ୍ତି କି ନାହିଁ, ଭଲଭାବେ ଦାନ୍ତ ଘଷୁଛନ୍ତି କି ନାହିଁ, ତାହା ତଦାରଖ କରାଯା ଉଥିଲା। ପଢ଼ାବେଳେ ପଢ଼ା, ଖେଳ ବେଳେ ଖେଳ । ଖେଳକୁଦରେ ମାତି ପିଲାମାନେ ଯେପରି ପାଠପାଢ଼ା ପ୍ରତି ଅବ ହେଳା ନ କରନ୍ତି , ସେଥିପ୍ରତି ସବୁବେଳେ ସେ ସଜାଗ ଦୃଷ୍ଟି ରଖିଥିଲେ । ଥରେ ସ୍କୁଲର ପିଲାମାନେ ଖେଳିଖେଳି କରୁଥାନ୍ତି, ସଞ ହେଲା। ହଷ୍ଟେଲରରେ ପ୍ରାର୍ଥନା ଘଣ୍ଟା ବାଜିଲା । ପିଲାମାନେ ଖେଳକୁଦ ଛାଡ଼ି ହଷ୍ଟେଲ୍ଲକୁ ଗଲେ । ଛାତ୍ରମାନେ ମଧ୍ଯ ଯେଝା ଘରକୁ ଚାଲିଗଲେ । ଡ଼ିଆଁ ଡ଼େଇଁ ପାଇଁ ସ୍ଥାନ ନିର୍ଦ୍ଧାରିତ () ଥାଏ ପଡ଼ିଆର କିଛି ଦୂରରେ । ଘଣ୍ଟା ବାଜିବା ସତ୍ତ୍ବେ କେତେଜଣ ଅଭ୍ଯାସ କରିଥାନ୍ତି । ସେମାନଙ୍କ ଭିତରୁ ଜଣେଦେଖିଦେଲା, ହେଡ଼ମାଷ୍ଟ୍ରେ ଆସୁଛନ୍ତି। ଆରେ ବାପରେ ମଣିଷ ନୁହ ନ୍ତିତ ବାଘ । ସେମାନେ ପଡ଼ିଆ ଛାଡ଼ି ଚାଲିଗଲେ । କିନ୍ତି ପିଲାଟିଏ ବୋଦଘେ ଏକଥା ଜାଣିପାରିଲା ନାହିଁ । ସେ ଅଭ୍ଯାସ ଜାରି ରଖିଥାଏ । ହେଡ଼ମାଷ୍ଟ୍ରେ ତାକୁ ଧର ଢ଼ୋ କରି ତା ଗାଲରେ ଚାପୁଡ଼ଟାଏ କଷି ଦେଲେ ଅବଶ୍ଯ ପିଲାଟି ଥିଲା ଜଣେ ଭଲ ଖେଳାଳୀ। ଖେଳାଳୀ ହେଲା ବୋଲି କ'ଣ ଖାଲି କଜେଳରେ ମାତିଥିବ । ପଢ଼ାପଢ଼ି କରିବନି । ସେଇ ଛାପୁଡ଼ାରେ ତାର ଜୀବନର ଗତି ବଦଳିଗଲା । ପରବର୍ତ୍ତୀ କାଳରେ ସେ ଜଣେ ଖେଳଶିକ୍ଷକ ରୂପେ ସେଇ ସ୍କୁଲରେ ଅବସ୍ଥାପିତ ହୋଇଥିଲା। ଶ୍ରୀଯୁକ୍ତ ମାହାନ୍ତି ପ୍ରଧାନ ଶିକ୍ଷକ ଥିବାବେଳେ ବିଦ୍ଯାଳୟର ଛାତ୍ରମାନଙ୍କ ପୂର୍ଣ୍ଣ ବିକାଶ ପାଇଁ ଯଥେଷ୍ଟ ସଚେତନ ଥିଲେ । ପିଲାଙ୍କମନରେ ସାହିତ୍ଯାନୁରାଗ ସୃଷ୍ଟି କରିବା ପାଇଁ ସେ ସମୟରେ ପ୍ରତ୍ଯେକ ଶ୍ରେଣୀରୁ ମାସିକ ହାତଲେଖା ପତ୍ରିକମାନ ପ୍ରକାଶ ପା ଉଥିଲା । ଦେଶ ଖବର ଜଣାଇବା ପାଇଁ ପ୍ରତିଶ୍ରେଣୀରେ ସାପ୍ତାହିକ ସମ୍ବାଦ ବୁଲେଟିନ ମାନ ପ୍ରକାଶ ପାଇବା ସ ହ ପ୍ରତି ଶ୍ରେଣୀରେ ଶ୍ରେଣି ଲାଇବ୍ରେରୀମାନ ସ୍ଥାପିତ ହୋଇଥିଲା । କ୍ଲାସ ମନିଟର ଏହି ଲାଇବ୍ରେରୀ ଦାଯିତ୍ବରେ ରହୁଥିବା ବେଳେ ଜଣେ ଶିକ୍ଷକ ସ୍କୁଲ ଲାଇବ୍ରେରୀର ପରିଚାଳନା କରିଥିଲେ । ପ୍ରତ୍ଯେକ ଶ୍ରେଣୀରେ ଥିଲା ଡ଼ିବେଟି ସୋସାଇଟି। ପ୍ରତ୍ଯେକ ଶନିବାର ତର୍କପ୍ରତି ଯୋଗିତା ଅନୁଷ୍ଟିତ ହେଉଥିଲା । ବିଦ୍ଯାଳ୍ୟ ପରିସରରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରି ସେଥିରେ ବିଭିନ୍ନ ଦୁର୍ଲଭ ପଥର, କାଠ ଓ ଗୁଳ୍ମାଦିକୁ ସେ ସ୍ଥାନ ଦେଉଥିଲେ । ଏହା ଛାତ୍ରମାନଙ୍କ ଜ୍ଞାନତଷ୍ଣକୁ କେତେକାଂଶରେ ପ୍ରଶମିତ ।