ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୬୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କୃତୀ ଶିକ୍ଷକ ଉଦୟନାଥ ପଣ୍ଡା ଡ଼ଃ ଦିଗରାଜ ବ୍ରହ୍ମା । ୧୯୭୭ ମସିହା। ସେହିବର୍ଷ ମୁଁ ସମ୍ବଲପୁର ସରକାରୀ ପ୍ରଶିକ୍ଷଣ ମହାବିଦ୍ଯାଳୟ (ାଧୁନା ଡ଼ଃ ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଟାନ ) ରେ ଅଧ୍ଯାପକ ରୂପେ ଯୋଗ ଦେଇଥାଏ । ଯୋଗଦାନର ଅଳ୍ପ କେଇଦିନ ପରେ ଅଧ୍ଯକ୍ଷ ପ୍ରଫେସରେ ?ଶରଚନ୍ଦ୍ର ଦାଶଙ୍କ ପ୍ରଚେଷ୍ଟାରେ ଶ୍ରୀ ଅରବିନ୍ଦଙ୍କ ଶିକ୍ଷାଦର୍ଶନ ସମ୍ପର୍କରେ ଏକ ଶିକ୍ଷା ସମିନାର ଅନୁଷ୍ଠିତ ହୋଇଥିଲା । ସେ ହି ସେମିନାରରେ ଯୋଗ ଦେବାକୁ ଆସିଥିଲେ କୃତୀ ଶିକ୍ଷକ ଉଦୟ ନାଥ ଉଦୟନାଥ ପଣ୍ଡା । ସେହିଠାରେ ହିଁ ମୋର ତାଙ୍କ ଷିତ ପରିଚୟ ହୋଇଥିଲା । ସେତେବେଳେ ସତୁରୀ ଅତିକ୍ରମ କରିଥିବା ଏହି ଯୁବ ସୁଲଭଜ ଉତ୍ସାହଥିବା ଶିକ୍ଷାବିତଙ୍କର ଆତ୍ମିକ ଚେତନା ଏତେ ଅଧିକ ଥିଲା ଯେ ତାହା ପରବର୍ତ୍ତୀ ସମୟରେ ମୋତେ ତାଙ୍କ ଜୀବନୀ ଅନୁଧ୍ଯାନ କରିବାକୁ ଉଦ ବୁଦ୍ଧ କରିଥିଲେ । ୧୯୧୧ ମସିହା ଏପ୍ରିଲ ୧୪ ତାରିଖ । ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ସମ୍ବଲପୁର ଜିଲ୍ଲାର ତାଲବ ଗ୍ରାମରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଉଦୟନାଥ ଜନ୍ମ ଗ୍ରହ ଣ କରିଥିଲେ। ପରିବାରର ପ୍ରଥମ ସନ୍ତାନ ହୋଇଥିବାରୁ ପିତାମାତା ଶ୍ରଦ୍ଧାରେ ତାଙ୍କ ନାମ ଉଦୟନାଥ ରଖିଥିଲେ । ବାଲ୍ଯକାଳରୁ ପିତା ସୁଦର୍ଶନ ଓ ମାତା ଜମ୍ଭୁଜତାଙ୍କ ସଦଗୁଣର ବିଶେଷ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ସେ ୧୯୨୯ ମସିହାରେ ପାଟନା ବିଶ୍ବବିଦ୍ଯାଳୟ ଅଧୀନରେ ଅନୁଷ୍ଟିତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ରେଭେନ୍ନସା ମହାବିଦ୍ଯାଳୟରେ ଆଇ ଏସସି ପଢ଼ିଥିଲେ । ପଣ୍ଡା ମହାଶୟଙ୍କର ଶିକ୍ଷକ ଜୀବନ ୧୯୩୪ ମସିହାରେ ଟାମିରସରା ମଧ୍ଯ ଇଂରାଜୀ ବିଦ୍ଯାଳୟରେ ଆରମ୍ଭ ହୋଇଥିଲା । ଉକ୍ତ ବିଦ୍ଯାଳୟରେ ସେ କିଛି ଦିନ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଇଥିଲେ । ସେହି ସମୟରେ ସେ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଶେଷ ଯତ୍ନ କରିଥିଲେ । ଶିକ୍ଷାଦାନ ସ ହିତ ବିଦ୍ଯାୟଳର ବଗିଚାକାମ ଖେଳ, ଲସରତ, ତର୍କ ଆଦି ତାଙ୍କ ଦ୍ବାର।।