ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୭୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅନୁରୁପ ଘଟଣା ସେ ବର୍ଷ ଡ଼ିସେମ୍ବର ମାସରେ ଘଟିଥିଲା ଦଶପଲ୍ଲୀଠାରେ । ସ୍ବାଧୀଚେ ତା ଶିକ୍ଷକ ରଘୁନାଥ ଆଞ୍ଜୁଳା ପାତି ଏକ ପାଣ୍ଠି ମୁହୂର୍ତ୍ତକ ମଧ୍ଯରେ ସୃଷ୍ଟି କରିଥିଲେ ଛାତ୍ରମାନଙ୍କ ବୃତ୍ତି ପାଇଁ, ଯାହାକି ତାଙ୍କର ବଳିଷ୍ଟ ବ୍ଯକ୍ତିତ୍ବ୍ର ପରାକାଷ୍ଟା ଥିଲା । ତାଙ୍କୁ ସେଠାରେ ମଧ୍ଯ ସମ୍ମାନନିତ କରାଯାଇଥିଲା । ଏପରି ଭାବବିହ୍ବ ଳ ସମ୍ମାନପ୍ରଦାନ କ୍ବଚିତ ଦେଖିବାକୁ ମିଳିଥାଏ । ଏହି ସିକ୍ଷକଙ୍କର ଜୀବନ କାହାଣୀ ନରସିଂହପୁର ମାଟି ମାଆର ଏକ ସୁଯୋଗ୍ଯ ସନ୍ତାନ ତ ଥା ଗୌରବମୟୀ ଉତ୍କଳ ମାଟିର ଏକ ସୁଯୋଗ୍ଯ ବ୍ଯକ୍ତିଙ୍କର ଜୀବଙ୍କାହାଣୀ। ତାଙ୍କ ଆଦର୍ଶରେ ବର୍ତ୍ତମାନର ଶିକ୍ଷକପୀଡ଼ି ଅନୁପ୍ରାଣିତ ହେଲେ ଅଧୁନା ଶିକ୍ଷାକ୍ଷେତ୍ରରୁ ଅନେକ କଳୁଷ ଦୁର ହୋଇଯାଆନ୍ତା ।