ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୮୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଗୋପାଳପୁର ବନ୍ଦରବାଟେ ସେମାନେ ରେଙ୍ଗୁନ ଯାତ୍ରା କଲେ । ବାମନବାବୁ ତାଙ୍କର ରେଙ୍ଗୁନ ଯିବା ଅନୁଭୁତି ଏକ ଟାପ୍ପା ଖାତାରେ ଲେଖିଛନ୍ତି। "ଆମେ ଦୁହେଁ ଯାତ୍ରା କରିବା ଦିନ ମେଘୁଆ ପାଗ । ଜାହାଜ ବନ୍ଦର ଠାରୁ ପ୍ରାୟ ଦୁଇ କିଲୋମିଟର ଦୁରରେ ଥାଏ । ଆମ୍ଭେମାନେ ପଢ଼ୁରେ ବସିଲୁ, ତୋଫାନ ବ ହିଲା । ଆମ୍ଭମାନଙ୍କୁ ଶୋଇଥିବା ଜ୍ଯାକେଟ ଟିଏ ଲେଖାଏଁ ପିନ୍ଧାଇ ଦିଆଗଲା । ଆମେ ଦେଖିଲୁ, ଗୋଟିଏ ପଢ଼ୁ ପାଣିରେ ଓଲଟି ପଡ଼ିଛି। ଶୋଇ ଜ୍ଯାକେଟ ପିନ୍ଧିଥିବାରୁ ତା'ର ଯାତ୍ରୀମାନେ ଭାସି ଭାସି କୁଳରେ ଲାଗିଗଲେ । ଉଚ୍ଚା ଲହଡ଼ି ଗୋଗୁଁ ପଢ଼ ଉ ଉପରକୁ ଭସିଉଠେ । ଯାତ୍ରୀମାନେ ଦୁଇ ବାହୁ ଉପରକୁ ଟେକି ପଢ଼ ଉ ପରେଛିଡ଼ା ହୋଇ ରହ ନ୍ତି। ନୋଳିଆମାନେ କାଠପଟା ଉପରେ ଛିଡ଼ାହୋଇ ଯାତ୍ରୀମାନଙ୍କୁ ଜାହଜ ଉପରକୁ ଟେକି ଦିଅନ୍ତି। କଷ୍ଟେ ମଷ୍ଟେ ଆମେ ଜାହାଜ ଭିତରେ ପ୍ରବେଶ କଲୁ। ଜାହାଜ ଚାଲିଛି ଦିନରାତି ଚାଲିଛି। ଜାହାଜଟିରେ ବ ହୁ ଦକ୍ଷିଣ୍ୟାତ୍ରି । ଆମେ ଦୁହେଁ ରୃତୀୟ ଶ୍ରେଣୀ ଯାତ୍ରୀ । ତୃତୀୟଶ୍ରେଣୀ ଯାତ୍ରୀମାନେସାଧାରଣଃ ଜାହାଜର ଉପର ଭାଗରେ ପଟା ପକାଇ ତା' ଉପରେ ବସନ୍ତି। ଉପର ଖୋଲା ଆକାଶ । ପାଗ ଖରାପ ଥିଲେ ବା ବର୍ଷା ହେଲେ ଜାହାଜ ଭିତରେ ଫଟି ବା ପାରି ବସନ୍ତି। ଏହିପରି ଦୟନୀୟ ଓ ବିପଜ୍ଜନ କ ଅବସ୍ଥାରେ ସମୁଦ୍ର ଯାତ୍ରା କରି ନୂତନ ହାଇସ୍କୁଲ ପାଇଁ ରେଙ୍ଗୁନ ପରି ବିଦେଶରୁ ଚାନ୍ଦା ସଂଗ୍ରହ କରିବାକୁ ଦୁଇ ଜଣ ଶିକ୍ଷକ ଯିବା ଆଜିକାଲି ଅଚିନ୍ତନୀୟ । ପୁଣି ସେମାନେ ଜାହାଜରେ ଯିବା ଫଳରେ ସମୁଦ୍ରର ଲୁଣୀ ବାୟୁରେ ବାନ୍ତି ଓ ଦରିଆ ବେମାରି ରେ-ଆକ୍ରାନ୍ତ ହେଲେ । ସାଥାରେ ନେଇଥିବା ଚୁଡ଼ା, ଚିନି,ଲେମ୍ବୁ, ମିଶ୍ରୀ ଓ କଦଳୀ ଆହାର କରି ସେମାନେ ଯାତ୍ରା କରିଥିଲେ ।ସେଠାରେ ବାଣପୁର ଓ ଗଞ୍ଜାମର ଅନେକ ଲୋକଥିଲେ ହେଁ ଅଧିକାଂଶ ଶ୍ରମିକ ଶ୍ରେଣୀର ଏବଂ ଧନୀମାନେ କୁଲିସର୍ଦ୍ଦାର ହୋଇଥିବାରୁ ନାନା ଭୟ ଓ ଆଶଙ୍କାର ଶିକାର ହେଲେ ବିଶ୍ବନାଥ ବାବୁ । ଆନ୍ତ୍ରିକଜ୍ଜରରେ ('ଟାଇଫେଡ଼) ଆକ୍ରାନ୍ତ ହୋଇ ଡ଼ାକ୍ତରଖାନାରେ ପଡ଼ିଲେ । ବାମନବାବୁ ତାଙ୍କ ଚିକିତ୍ସା ଓ ସେବାଯତ୍ନରେ ବ୍ଯସ୍ତ ରହିଲେ । ଆଜି ହାଇସ୍କୁଲ ଆଜି ଗୋଦାବରୀଶ ବିଦ୍ଯାପୀଠ ନାମରେ ସୁପରିଚିତ ଓ ସୁପ୍ରତିଷ୍ଠିତ ହୋଇ ଉଠିଛି । ମାତ୍ର ବାଣପୁର ବାଲୁଗାଁ ଅଞ୍ଚଳରେ କୌଣସି କଲେଜ ନ ଥିବାରୁ