ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୮୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(୩୭୧) ଅନୁଷ୍ଠାନ ଗଢ଼ିଯାଇଛନ୍ତି ଶିକ୍ଷା ସାହିତ୍ଯ ଓ ସଂସ୍କୃତିକ ପାଇଁ। ସର୍ବୋପରି ଜଣେ ମରମୀ ଓ ଦରଦୀ ମଣିଷ ଭାବରେ ତାଙ୍କର ଆଚରଣ ଓ କାର୍ଯ୍ଯକଳାପ ସମସ୍ତକର ଚିରସ୍ମରଣୀୟ ହୋଇ ରହିବ। ଜୀବନରେ ସେ ଯେମିତି ହର୍ଷୋତ୍ଫୁଲ ଓ କର୍ମଠ ଥିଲେ, ମୃତ୍ଯୁପରେ ସେମିତି ସତେଜ ଓ ପ୍ରଫୁଲ୍ଲ ବଦନ। ସତେ ଯେମିତି ମରଣର ସ୍ପର୍ଶ ତାଙ୍କ ମନରେ ଲେଶମାତ୍ର ଦୁଃଖ ଜାତ କରିନଥିଲେ। ସେ ଯେମିତି ହସି ହସି ସମସ୍ତଙ୍କଠୁ ବିଦାୟ ଦେଇଯାଇଛନ୍ତି। ତାଙ୍କ ମୃତ୍ଯୁରେ ଏକ ସଫଳ ଓ ସକ୍ରିୟ ଜିବନର ଅବସାନ ହେଲା। ଏକ ଜ୍ଜଳନ୍ତ ବର୍ତ୍ତିକା ଲିଭିଗଲା। କରୁଣାର ଏକ ଝରଣା ଅବା ସରିତ ଝରିଗଲା ସବୁଦିନ ପାଇଁ। ହେ ମହାମାନବ, ହେ ଶିକ୍ଷକ,ହେ ସଂଗଠକ ଆମ୍ବମାନଙ୍କର ଭକ୍ତିପୂର୍ଣ୍ଣ ପ୍ରଣତି ଘେନ।