ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୮୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୫/୬ କିଲିମିଟର ଦୂରବର୍ତ୍ତୀ ପଣ୍ଡୁଆ ସ୍କୁଲର ଛାତ୍ରାବାସରେ ପ ହ୍ଞ୍ଚିଥାଏ । ଆମ ଶ୍ରେଣୀର ପାଠଦାନ ସେ ଭଳି କିଛି ଆଗେଇ ନ ଥାଏ । ଅଧିକାଂଶ ପିଲା ବ ହି , ଖାତା କିଣି ନ ଥାନ୍ତି । ସାଙ୍ଗମାନଙ୍କଠାରୁ ଓ ଜନେ ଅଧେ ସିକ୍ଷକ (ସାର‌)ଙ୍କ ଠାରୁ ଆମର ଜନେ ନୂଆ ହେତୁମାଷ୍ଟର ଆସିବେ ବୋଲି ସୁଣିବାକୁ ପାଇଥାଏ । ସେ ପଙ୍କପାନ ମାଇନର ସ୍କୁଲରୁ ପାଣ୍ଡୁଆ ସ୍କୁଲକୁ ଆସୁଥାନ୍ତି । ପଙ୍କପାଳ ସ୍କୁଲରେ୪ ତାଙ୍କର ସ ହକର୍ମୀ ଥିବା ପ୍ରସିଦ୍ଧ ପଙ୍କପାଳ ଚୌଧୁରୀ ବଂସଜ ବିତିବାବୁ ଆମର ଜନୈକ ଶିକ୍ଷକ ଥାନ୍ତି । ନୂଆ ହେଡ଼ମାଷ୍ଟର ଆମ ଭଳି ଦୁଷ୍ଟ, ଆମନୋଯୋଗୀ, କର୍ମକୁଣ୍ଡ ପିଲାମାନଙ୍କୁ କିପରି ବାଟକୁ ଆଣିବାକୁ ହିଏ, ସେ ବିଦ୍ଯା ଭଲ ଭାବରେ କେବଳ ଜାଣନ୍ତି ନାହିଁ , ଛାଟ ପ୍ରୟଗ କରି କିପରି ଶାସନ କରିପାରନ୍ତି ତାହର କେତେକ ପୁର୍ବଦୃଷ୍ଟାନ୍ତ ଦେଇ ସେ ଆମକୁ ପୁରାପୁରି ସଂତ୍ରସ୍ତ କରିଦେଇଥାନ୍ତି। ନୂଆ ହେଡ଼ମାଷ୍ଟର ଆସି ପ ହ୍ଞ୍ଚିଲେ । ଚାଳ ଛପର ଇଟାକାନ୍ଥର ଘରଟିଏ ଦୁଇଭାଗ ହୋଇ ପ୍ରଥମ ବଖରାରେ ଅଫିସ ଓ ଦ୍ବିତୀୟ ବଖରାଟି ଛାତ୍ରାବାସ ତ ଥା ୭ମ ଶ୍ରେଣୀର ଶ୍ରେଣୀକକ୍ଷ ରୂପେ ବ୍ଯବ ହୃତ ହେଉଥାଏ । ସେ ଅଫିସ ଘରେ ହିଁ ରହିଲେ । ଅଲମାରି ବାଡ଼ଦେଇ ଛୋଟ ବଖରାଟିଏ ବାହାର କରି ସେଥିରେ ଖଟ୍ଠିଏ ପକାଇ ସେ ଶୁଆବସା କଲେ । ସେଇଠି ଟେବୁଲ ଚେୟାର ପକାଇ ଅଫିସ କାମ କଲେ । ଦିନେ ଦୁଇଦିନ ମଧ୍ଯରେ ସେ ଶ୍ରେଣୀଗୃହ ଓ ତାଙ୍କ କାର୍ଯ୍ଯାଳୟଟିଏ ଯଥା ସମ୍ଭବ ବ୍ଯବସ୍ଥିତ କରିଦେଲେ ।ବିଷ୍ଣୁବାବୁ ଅତିଗେଡ଼ା କି ଡ଼େଙ୍ଗା ନୁହ ନ୍ତି । ଗୌରବର୍ଣ୍ଣ, ଗୋଲ ମୁହଁ, ଉଜ୍ଜ୍ବଳ ଦୀପ୍ତି ସଂପନ୍ନ ଚାହାଣୀ ସାଙ୍ଗକୁ ଇସ୍ବୀକରା ଧୋତି ଓ ସାର୍ଟ ତାଙ୍କୁ ଓ ତାଙ୍କର ବ୍ଯକ୍ତିତ୍ବକୁ ବିଶେଷତ୍ବରେ ମଣ୍ଡିତ କରିରଖିଥାଏ । ସେ ପାଇ କଛା ମାରି ଧୋତି କୁ ଏପରି ପିନ୍ଧିଥାଆନ୍ତି ଯେ ତାହା ବେଳେବେଳେ ଫୁଲ ଫ୍ଯାଣ୍ଟର ଭ୍ରମ ସୃଷ୍ଟି କରୁଥାଏ । ତାଙ୍କର ସଂଖ୍ଯାଧିକ ଧୋତି ଓ ସାର୍ଟ ସାଙ୍ଗକୁ ଗଞ୍ଜି ଓ ଅଣ୍ଡର ଓ୍ବୟାର ଗଛେଇହୋଇ ରହିଥାଏ । ସେ ପ୍ରତି ସପ୍ତାହରେ ସେଥିରୁ ଗୋଟିଏ ସେଟ ବାହାର କରି ପିନ୍ଧନ୍ତି ଓ ବ୍ଯବ ହୃତ ସେଟ୍ଟି ରାହାମା ହାଟଦିନ ତାଙ୍କ ନିର୍ଦ୍ଧଷ୍ଟ ଧୋବା ପାଖକୁ ପଠାଇଦିଆଯାଏ । ସେ ସକାଳୁ ଶ ଯ୍ଯାତ୍ଯାଗ କରିବା ପରେ ମୁହଁଧୋଇ ପ୍ରାଯ ତାଙ୍କର ଗାତ୍ରମାର୍ଜନ ଆମକୁ କସରତ ଭଳିଲାଗେ । ସେ ଲୁଙ୍ଗି ପିନ୍ଧନ୍ତି ଓକଠାଇ ମାଡ଼ନ୍ତି । ଚୁଡ଼ା , ଚିନି ଓ ଦ ହି ତାଙ୍କର ପ୍ରାୟ ସବୁଦିନିଆ ଜଳଖିଆ ।