ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୯୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଦୀର୍ଘଶ୍ବାସ ତାଙ୍କ ଦେହପଞ୍ଜରାରୁ ନିର୍ଗତ ହେବା ପରେ ସେ ଧୀରେ ଧୀରେ ସ୍ପଷ୍ଟ, ମାର୍ଜିତ ଭଙ୍ଗିରେ ଯଥାଯଥ ବିରାମ ଦେଇ କ ହ ନ୍ତି " ଚତୁର୍ଦ୍ଦଗ ନୀରବ ନିସ୍ପନ୍ଦ ସାଇଁ ସାଇଁ ମାତ୍ର ଗରଳି ନିଶା " ଇତ୍ଯାଦି । ଦୂରରୁ ଭାସିଆସେ ଅବଲା କଣ୍ଠର ଉଚ୍ଚ୍ବାସଭରା କରୁଣ ବିଳାପ ମିଶ୍ରିତ ସଙ୍ଗୀତି ପ୍ରବେସ କରନ୍ତି ଚ୍ଚିନ୍ନବସ୍ରା , ଅଧୋମୁଖୀ, ଅଶ୍ରୃବିଗଳିତା ମାହାରାଣୀ ଶୈବ୍ଯା, କାନ୍ଧରେ ତାଙ୍କର ସର୍ପଦଂସନରେ ଅକାଳମୃତ୍ଯୁ ଲଭିଥିବା ସ୍ବାସ୍ଥ୍ଯପୁଷ୍ଟା କିଶୋର ପୁତ୍ରକୁ ଧରି । ରୁକ୍ଷ କଣ୍ଠରେ ଶୁଳ୍କ ଦାବି କରନ୍ତି ଶ୍ମଶାନରକ୍ଷକ ହରିଶ୍ଚନ୍ଦ୍ର । ନାରୀଜଣକ ଶୋକାବେଗରେ ରୁଦ୍ଧକଣ୍ଠ ହୋଇଉଠିବା ସଙ୍ଗେ ସଙ୍ଗେ ନିଜକୁ ନିଜ ଅବସ୍ଥାକୁ ଜନାଇବାକୁ ଯାଇ ସାମାନ୍ଯ ସୂଚନା ଦେବା ପରେ ପରେ ସମୁଦାୟ ପରିବେଶକୁ ଆଖି, ମୁହଁ ଓ ଅବୟବ ଚାଳନାଗତ ଅଭିନୟ ମାଧ୍ଯମରେ ଅଭିବ୍ଯକ୍ତ କରି ବିଷ୍ଣୁ ବାବୁ ଦର୍ଶକମାନଙ୍କୁ ଅଭିଭୂତ କରି ରଖିଥିଲା ବେଳେ ଏକ ଶୋକମୂର୍ଚ୍ଚିତ " ରୋହିତରେ ଉଚ୍ଚାରଣ କରି ଯେତେବେଳେ ଗଛ କାଟିଲାପରି ମୃତପୁତ୍ରର ଶବ ପିଣ୍ଡ ଉପରେ ଲିଟପଡ଼ନ୍ତି, ସମୁଦାୟ ଦର୍ଶକଣ୍ଡଳୀଙ୍କ ଆଖିରୁ ଧାର ଧାର ଅଶ୍ରୁ ବ ହିପଡ଼େ । ପତି -ପତ୍ନୀ ଚିହ୍ଣାଜଣା ହୋଇ ମୃତ ପୁତ୍ରର ନିତାଗ୍ନିରେ ଆତ୍ମଝାସ ଦେବାକୁ ପ୍ରସ୍ତୁତ ହେବା ଦୃଶ୍ଯରେ ଦର୍ଶକଙ୍କର ଧୌର୍ଯ୍ଯବନ୍ଧ ଭାଙ୍ଗିପଡ଼େ । ଶୁଭୁଥାଏ ଦର୍ଶକ ଦର୍ଶିକାଙ୍କର ସୁଁ ସୁଁ କାନ୍ଦଣା । ପ୍ରେକ୍ଷାଳୟରୁ ପରବର୍ତ୍ତୀ ଦୃଶ୍ଯରେ ଆସନ୍ତି ରାଜାପରିଚ୍ଚଦମଣ୍ଡିତ ହରିଶ୍ଚନ୍ଦ୍ର । ମୁଁ ଦେଖିଛି, ଚଣ୍ଡାଳ ବେଶ ଛାଡ଼ି ରାଜବେଶ ଧାରଣ କରିବାରେ ବିଷ୍ଣୁ ବାବୁଙ୍କର ହସ୍ତକୌଶଳଗତ କ୍ଷିପ୍ରତା । ସେ ୫ ମିନିଟ ବ୍ଯବଧାନରେ ପୂର୍ବଦୃଶ୍ଯର ପ୍ରଭାବ କଟୁ ନ କଟୁଣୁ ପ୍ରସ୍ତୁତ ହୋଇଯାଆନ୍ତି ପତ୍ନୀ ଓ ପୁତ୍ର ସ ହ ଅଯୋଧ୍ଯା ସିଂହସନରେ ଉପବି$1୍ଟ ରାଜା ହରିଶ୍ଚନ୍ଦ୍ରର ଭୂମିକା ଲାଗି । ତାଙ୍କର ସେ ଅଭିନୟ ପାରଦର୍ଶିତା ଶହ ଶହ ନାଟକ ଓ ଚଳଚ୍ଚିତ୍ର ଦେଖିବାପରେ ବିମୋର ସ୍ମୃତିପଟରେ ଅମ୍ଳାନ ରହିଛି ।କେବଳ 'ହରିଶ୍ଚନ୍ଦ୍ର' ନୁହେଁ ତ ତପରବର୍ଷ ଯଥାକ୍ରମେ ' ଜୟଦେବ' ଓ 'ମୂଲିଆ' ନାଟକି ଦୁଇଟି ସେ ମଞ୍ଚସ୍ଥ କରାଇଥିଲେ ପ୍ରସ୍ତାବିତ ପଣ୍ଡୁଆ ହାଇସ୍କୁ ଲାଗି ସମ୍ବଳ ସଂଗ୍ରହ ଉଦ୍ଦେଶ୍ଯରେ । 'ଜୟଦେବ' ଭୂମିକାରେ ବିଷ୍ଣୁବାବୁଙ୍କ ଅଭିନୟ କୁଶଳତା, ଗୀତ ଗାୟନ ପଟୁତା ସମଗ୍ର ନାଟକଟିକୁ ଆଚ୍ଚନ୍ନ କରି ରଖିଥିଲା ।ଆମ୍ଭାମାନେ ଏକାନ୍ତ ଗୌଣ ଓ ନିଷ୍ପ୍ରଭ ହୋଇପଡ଼ିଥିଲୁ । ଉଲ୍ଲେଖନୀୟ ଅନୁଭୂତିଟିଏ । 'ସ୍ମରଗଭନ ଖଣ୍ଡନଂ। ମମଶିରସି ମଣ୍ଡନଂ ' ଲେଖିବା ପରେ 'କେହି ପଦପଲ୍ଲବ ମୁଦାର' ଲେଖିବାକୁ ହାତ ନଟଳିବାରୁ ପୋଥିଟି ପତ୍ନୀ ପଦ୍ମାଙ୍କଟ ରଖିବାକୁ ଦେଇ ଜୟଦେବ