ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୫୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଚାନ୍ଦବାଲିରୁ ଆଳି ଓ ପଟ୍ଟାମୁଣ୍ଡାଇରୁ ଜଗତ୍ ସିଂହପୂର ପ୍ରାୟ ପଚାଶ ମାଇଲ୍ ବାଟ ଚାଲି ଚାଲି ସେ କଟକ ସହରରେ ଫଞ୍ଚୁଥିଲେ । ଜେତେବେଳେ କାମିତି ଅସୁବିଧା ହେଲେ ରେମୁଣାରୁ ବାଲେଶ୍ବର ଯାଇ ଜଗନ୍ନାଥ ସଡକରେ କଟକକୁ ପାଦରେ ଯିବାକୁ ତାଙ୍କୁ ପ୍ରାୟ ତିନି ଚାରି ଦିନ ଲାଗୁଥିଲା । ୧୮୮୯ ମସିହାରେ ସେ ପାଷ୍ଟ୍ ଗ୍ରେଡ୍ରେ ବି ଏ ପାସ୍ କରି କର୍ମମୟ ଜୀବନ ଆରମ୍ଭ କରିଥିଲେ ।

ଚନ୍ଦ୍ରମୋହନ ବି ଏ ପାସ୍ କରିବା ପରେ କିଛିଦିନ ତାଳଚେର ଯୁବକମାନଙ୍କ ଘରୋଇ ଶିକ୍ଷକ ଭାବେ କାର୍ଯ୍ଯ କରିଥିଲେ । ସେତେବେଳେ ନବିନର ରାଧାନାଥ ରାୟ ଜଏଣ୍ଟ୍ ଇନ୍ସ୍ ପେକ୍ଟର ଥାଆନ୍ତି । ଚନ୍ଦ୍ରମୋହନ ତାଙ୍କ ଉପଦେଶ ଅନୁଯାୟୀ ବାଲେଶ୍ବର ଜିଲ୍ଲା ସ୍କୁଲ୍ ରେ ଖୋଜିଥିବା ସହକାରୀ ଶିକ୍ଷକ ପଦବୀରେ ୧୮୯୧ ମସିହାରେ ଯୋଗ ଦେଲେ । କିଛିଦିନ ପରେ ସେ କଟକ ଟ୍ରେନିଂ ସ୍କୁଲ୍ କୁ ବଦଳି ହୋଇଗଲେ । ଏହି ବିଦ୍ଯାପୀଠ ପ୍ରଥମରୁ ବହୁ ବର୍ଷ ପର୍ଯ୍ଯନ୍ତ ନର୍ମାଲ ସ୍କୁଲ୍ ନାମରେ ପରିଚିତ ଥିଲା । ସମଯକ୍ରମେ ତାହା ସେକେଣ୍ଡାରୀ ଟ୍ରେନିଂ ସ୍କୁଲ୍ ନାମରେ ଅଭିହିତ ହେଲା । ଓଡିଶାର ସମସ୍ତେ ଜାଣନ୍ତି ଭକ୍ତକବି ମଧୁସୁଦନ ରାଓ ଓ ସ୍ବର୍ଗତ ସାହିତ୍ଯରଥୀ ଚନ୍ଦ୍ରମୋହନ ମହାରଣା ବହୁବର୍ଷ ପର୍ଯ୍ଯନ୍ତ ଉକ୍ତ ବିଦ୍ଯାପିଠର ତୀର୍ଥଗୁରୁ ଥିଲେ ।

ଚନ୍ଦ୍ରମୋହନ ଥିଲେ ଶିକ୍ଷାଦାନ ଓ ଶିକ୍ଷାଶାସନ କ୍ଷେତ୍ରରେ ନାରିକେଳ ତୁଲ୍ଯ । ଅର୍ଥାତ୍ ଯେପରି ନାରିକାଳର ଭିରାବରଣ ଅତି କଠୋର ଏବଂ ଅନ୍ତର ରସମୟ ଖାଦ୍ଯପୂର୍ଣ୍ଣ, ସେହିପରି ତାଙ୍କର କଥା ଓ ଦୃଷ୍ଟି କର୍କଶ ଥିଲା ଓ ଅନ୍ତର ଖୁବ୍ କୋମଳ ଓ କ୍ଷମାଶୀଳ ଥିଲା । ଛାତ୍ରମାନେ ଅନ୍ଯାୟ ଓ ଅନ୍ଯାଚାରରୁ ଦୂରରେ ରହୁଥିଲେ । ତେଣୁ ଗୁରୁଦେବଙ୍କୁ କଔଣସି ଦଣ୍ଡ ଦେବାକୁ ପଡୁନଥିଲା । ଯଦି ଦୈବାତ୍ କେହି ଦୋଷ କରୁଥିଲେ , ସେ ତାଙ୍କୁ ଶାରୀରିକ କିମ୍ବା ଆର୍ଥିକ ଦଣ୍ଡ ନ ଦେଇ ଅନିତାପ ସୁତରେ ତାର ପ୍ରାୟଶ୍ଚିତ ବିଧାନ କରୌଥିଲେ ।

ଏହି ନର୍ମାଲ୍ ସ୍କୁଲ୍ କୁ କେନ୍ଦ୍ରକରି ଏକ 'ଆଲୋଚନା ସଭା" ତାଙ୍କରି ଉଦ୍ଯମରେ ଗଢି ଉଠିଥିଲା । ପରେ ଏହା "ଉତ୍କଳ ସାହିତ୍ଯ-ସମାଜ" ନାମରେ ପରିଚିତ ହେଲା । ତାପରେ ତାଙ୍କର ପଦୋନ୍ନତି ହେଲା ଡେପୁଟି-ଇନ୍ସ୍ ପେକ୍ଟର ପଦବିକୁ । ଏହି ପଦବୀରେ ସେ ଅନେକ ସ୍କୁଲ୍ ପରିଦର୍ଶନ କରି ସମସ୍ଯାର ସମଧାନ କରିଥିଲେ । ଶିକ୍ଷାର ସମୃଦ୍ଧି ପାଇଁ

                                                                                ୪୨