ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୬୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(୫୧) ବିଭିନ୍ନ ସ୍ଥାନରେ ସଂସ୍କୃତ ଟୋଲମାନ ବସାଇଥିଲେ |ପୁରୀର ସଂସ୍କୃତ ବିଦ୍ଯାଳୟରେ ସେ ପିଲାମାନଙ୍କୁ ଇଂରାଜୀ ଶିକ୍ଷା ମଧ୍ଯ ଦେଉଥିଲେ | ତାଙ୍କ ଗ୍ରାମ ଶ୍ରୀରାମଚନ୍ଦ୍ରପୁରର ସଂସ୍କୃତ ଟୋଇଟି ସେ ବୋସାଇଥିଲେ ଏବଂ ସତ୍ଯବାଦୀ ସ୍କୁଲ୍ ର ପ୍ରତିଷ୍ଠା ହେବାବେଳେ ସେଇଟା ସତ୍ଯବାଦୀ ବିଦ୍ଯାଳୟକୁ ଉଠିଆସିଥିଲେ |ପରେ ତାହା ବିଦ୍ଯାଳୟରୁ ଅଲଗା ହୋଇ ଅଦ୍ଯାବଧୀ ସତ୍ଯବାଦୀରେ ରହିଛି |ପଣ୍ଡିତ ହରିହର ' ଭାରତ ବିବରଣ ' ନାମରେ ଏକ ପୁସ୍ତକ ରଚନା କରିଥିଲେ ଏବଂ ତାହାପାଠ୍ଯପୁସ୍ତକ ରୂପେ ନିର୍ବାଚିତ ହୋଇଥିବା 'ଉତ୍କଳ ଦୀପିକା 'ରୁ ଜଣାଯାଏ |ମାତ୍ର ୩୨ ବର୍ଷ ବୟସରେ ଏହି ସୁଗନ୍ଧିତ ପୁଷ୍ପଟି ଅକାଳରେ ଝରିଯାଇଥିଲା | 'ଉତ୍କଳ ଦୀପିକା ' ଗୋପବନ୍ଧୁ, ନୀଳକଣ୍ଠ , ଗୋଦାବରୀଶ, ସଦାଶିବ ମିଶ୍ର ପ୍ରମୁଖ ଲେଖାରେ ଜଣେ ମୌଳିକ ସଂଗଠକ ଓ ସଂସ୍କାରକ ଭାବରେ ସେ ସ୍ମରଣୀୟ ରହିଛନ୍ତି |

                       ପଣ୍ଡିତ   ଗୋପବନ୍ଧୁ   ହରିହରଙ୍କ   ପ୍ରତିଭାକୁ     ସମ୍ମାନ   ଜଣାଇ କହିଛନ୍ତ :
                             "ମୂକ    ହୋଇକରି                                        ଆସିଯାଏ   ହରି
                                                          ଯେବେ    ରହିଥାନ୍ତି       ବଞ୍ଚି
                                   ଓଡିଆଙ୍କ    ହାତେ    ଦେଇଥାନ୍ତେ   ସତେ
                                                            ଉନ୍ନତି-ଭଣ୍ଡାର     କାଞ୍ଚି |
                                       **                        **                       **                      **
                               ଉତ୍କଳ  ମଣ୍ଡଳେ                                          ନବ୍ଯ           ସଭ୍ଯ
                                                        ସର୍ବେ       ଆଜି             ସ୍ୱାର୍ଥପର
                                 ଆସ        ହରିହର                                ପଣ୍ଡିତ          ପ୍ରବର
                                                      ସମାଜ            ସଂସ୍କାର        କର         |"
                                                                    


                                                                                            ( ଛବି)