ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୮୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶଂସତି କବିତାଂଶଟିର ରଚିୟିତା କିଏ ଜାଣିବା ବା ଅନୁମାନ କରିବା କଷ୍ଟର ନୁହେଁ।ବକୁଳ ବନର କ୍କୁଳକବି ଗୋଦାବରୀଶ ସତ୍ଯବାଦୀ ବନବିଦ୍ଯାଳୟର ସୁନ୍ଦର ଶ୍ଯାମଳ ପରିବେଶରେ ଚପଳକୋମଳ ଛାତ୍ର ମାନଙ୍କର ମଧୁର କଳ ରୋଳ ରେ ହୋଇଛନ୍ତି ସୁଗ୍ଧମୋହିତ|ଏହା କବି ମାନଙ୍କର କେବଳ ଏକ ଆବେଗ ନୁହେଁ,ଏହା ତାଙ୍କର ଅନ୍ତରର ଅଭୀପ୍ପା|ଏହି ଅନୁଷ୍ପାନ"ମନୁଷ୍ୟଗଣକାରଆଖାନା"ଓ ସବୁଜ ଛୁରିଆନା ଦଳକୁ କୁଞ୍ଜ ତାଙ୍କୁ ସାରାଜୀବନ ସେଠାରେ ଅତିବାହିତ କରିବା ପାଇଁ ପ୍ରେରଣା ଦେଇଛି|ତାର ପବିତ୍ର ଭୁମିରେ ସେ ନିଜର ଶରୀରକୁ ଶେଷରେ ମିଶାଇ ଦେବାକୁ ମନ କରି ଗାଇଛନ୍ତି;

ମାଗି ମୁଁ ମେଲାଣି ଜୀବନ ସାଯୟାହ୍ମେ ମୁଦନ୍ତି ମୁଁ ନେତ୍ରେ ବେନି, ଏ ଭୂମିର ମାଟି ମାଟିରେ ମିଶାଇ ରଖିବି ମୋ ତନୁ ଘେନି|

ଆଦର୍ଶ ଗୁରୁକୁନିର ପାଣିପବନ,ପ୍ରକୃତିପରିବେଶ ସ ହିତ ତାଙ୍କର ଆତ୍ମିକ ତ ଥା ହାଦ୍ଦିକସମନ୍ଧ ସ୍ଥାପିତ ହୋଇଥିଲା|ଉତ୍କଳମଣି ଗୋପବନ୍ଧୁ ଥିଲେ ତାଙ୍କ ପାଇଁ ଜଣେ ଅସାଧାରଣ ମହାପୁରୁଷ;ସେ ତେଣୁ ତାଙ୍କୁ ଆତ୍ମଜୀବନୀରେ ଲେଖିଥିଲେ,"ଗୋପବନ୍ଧୁ ବାବୁଙ୍କ ମୁହଁର ଲାବଣଣ୍ଯ,କଥାର ମାଧୁରୀ,ହସର ସାରଲ୍ଯ,ଆଖିର ଜ୍ଯେତି,କପାଳର ତେଜ ଓ ଯୁକ୍ତିର ଗାରିମା ,ସରଳ ତେଜିୟାନ୍ ତରୁଣ ପ୍ରାଣକୁ ଚୁମ୍ବକ ପରି ଟାଣି ନିଏ"

ଭାକ୍ତ କବି ମଧୁସୁଦନଙ୍କ ପରାମର୍ଶକ୍ରମେ ସତ୍ଯବାଦୀର ବଲୁକ ବନ ଏକ ସାର୍ଥକ ଜାତୀୟ ବିଦ୍ଯାଲୟ ପାଇଁ ଉପଯୁକ୍ତ ବିବେଚିତ ହେଲା|୧୯୧୧ମସିହାରେ ଏଠାରେ ଯେଉଁ ଶିକ୍ଷାନୁଷ୍ଟାନଟି ଗଢି ଉଠିଥିଲା,ଗୋଦାବରୀଶ୍ ଏମ।ଏ ପରିକ୍ଷାରେ ଉତ୍ତୀର୍ଣ୍ଣ ହେବାର ପରେ ଗୋପବନ୍ଧୁଙ୍କ ବ୍ଯକ୍ତିତ୍ୱ ଓ ଆଦର୍ଶର ଚାମ୍ବକୀୟ ଆକର୍ଷଣରେ ଆସି ସେଠାରେ ଜଣେ ସାଧାରଣ ଶିକ୍ଷକ ଭାବରେ ଯୋଗ ଦେଇଥିଲେ ୧୯୧୩ ମସିହାରେ|ସେ ଚାହୁଁଥିଲେ ଚକ୍ର ଅର୍ଥକାରୀ ଓ ଆଡମ୍ବରପୁର୍ଣ୍ଣ ପଦପଦବୀ ମଧ୍ଯରୁ ଗୋଟିଏ ବାଛି ପାରିଥାନ୍ତେ|ଆଧୁନିକ ସମାଜର ଭୌତିକ ମୋହ ମତାରେ ଜଲାଞ୍ଜଳି ଦେଇ ସେ କେବଳ ମହାନ୍ ଆଦର୍ଶ ଓ ମୂଲ୍ଯବୋଧରେ ଅନୁପ୍ରେରିତ ହୋଇ ନଥିଲେ,କିଶୋର ଛାତ୍ରମାନଙ୍କ ଗ ହଣରେ "ସରଳ ଜୀବନ ଓ ଉଚ୍ଚ ଚିନ୍ତନ"ର ଅଦର୍ଶରେ ଜିବନ ନିର୍ବାହ କରିବାକୁ ସ୍ଥିର କରିଥିଲେ|ସେ

                                                                    ୬୮