ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୮୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କାର୍ଯ୍ଯ କରିଥିଲେ । ସତ୍ଯବାଦୀ ସ୍କୁଲ୍ ଚାରିପାଖର ବ୍ତାହ୍ମଣ ଶାସନମାନଙ୍କରେ ସେହି ସ୍କୁଲ୍ ଘର ଅକସ୍ମାତ୍ ପୋଡିଯିବା ଯୋଗୁଁ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ ଉଠିବା ସ୍ବାଭାବିକ " ବିଦ୍ଯାଳୟ ଗୃହଦାହ ହେଲା ପରେ ଛାତ୍ର ଓ ଶିକ୍ଷଗଣ ହତୋତ୍ସାହ ନହୋଇ ବକୁଳ କୁଞ୍ଜରେ ଅଦ୍ଦାପନା କାର୍ଯ୍ଯ ଚାଲୁ ରଖିଲେ । ବୃକ୍ଷଲତାର ସବୁଜ ଶାନ୍ତ ପରିବେଶରେ ଏହି କାର୍ଯ୍ଯ ସନ୍ତୋଷଜନକ ହେଲା । କବିପ୍ରାଣ ଗିଦାବରୀଶ ତାଙ୍କ ଜୀବନରେ ପୁଣି ଲେଖିଛନ୍ତି, "ଇତା ଚୁନ କାନ୍ଥ ଅପେକ୍ଷା ଶ୍ଯାମଳପତ୍ରର ବେଷ୍ଟନୀ ପ୍ରାଣକୁ ଯେ ଶୀତଳ କରେ, ତାହା ଅନୁଭବ କରୁଛୁ । ପଢିଲା ବେଳେ ପିଲାଙ୍କ ମୁଣ୍ଡରେ ଉପରୁ ଗୋଟି ଗୋଟି ହୋଇ ବୁଳ ଫୁଲ ଝଡି ପଡୁଥାଏ । ଗଛ ଡାଳରେ ବସି କୋଇଲି ରାବୁଥାଏ । ନିର୍ମଳ -ସ୍ବଚ୍ଛ-ସୁଗନ୍ଧ ମଳୟ ପତ୍ର ଫୁଲ ସବୁକୁ ସ୍ପର୍ଶ କରି ସନ୍ସନ୍ ସ୍ବରରେ ବହୁଥାଏ ।"


ସତ୍ଯବାଦୀ ବିଦ୍ଯାଳୟ ସରକାରୀ ମଞ୍ଜୁରିପ୍ରାପ୍ତ ହୋଇ ଉନ୍ନତିର ମଧ୍ଯାହ୍ନରେ ଉପନୀତ ହେଲା ବିହାର-ଓଡିଶାର ଲାଟ୍ ସାର୍ ଏଡ୍ୱଡ୍ ଗେଟ୍ଙ୍କଠାରୁ ଆରମ୍ଭ କରି କଲିକତା ବିଶ୍ବବିଦ୍ଯାଳ୍ୟର କୁଳପତି ସାର୍ ଦେବପ୍ରଶାଦ ସର୍ବାଧିକାରୀ ଓ ଆଶୁତିଷ ମୁଖର୍ଜୀ ପର୍ଯ୍ଯନ୍ତ ବହୁ ମାନ୍ଯଗନ୍ଯ ବ୍ଯକ୍ତି ସତ୍ଯବାଦିରେ ପଦାର୍ପଣ କଲେ । ବନବିଦ୍ଯାଳୟ ହେଲା ଅନାକଙ୍କର ଆକର୍ଷଣ । ବହୁ କବି ଲେଖକ ,ଐତିହାସିକ,ଜନନେତା,ଶିକ୍ଷାବିତ୍ ଏଠାକୁ ଆସି ଏହାର ଶିକ୍ଷା ବ୍ଯବସ୍ଥା ଓ "ମୁକ୍ତ ବାୟୂ ସ୍କୁଲ୍ ",ପଦ୍ଧତି ସହିତ ଶିକ୍ଷକମାନେ ଘନିଷ୍ଠ ଭାବରେ ସଂପୃକ୍ତ ହୋଇ ସମାଜର ସମସ୍ଯା ଓ ଜାତୀୟ ଆନ୍ଦିଳନର ଅଗ୍ରଗତି ସଂପାଦକୀୟ ସବୁ ପ୍ରକାଶ ସଚେତନ କରାଯାଇଥିବା ଦେଖି ମୁଗ୍ଧ ହୋଇଥିଲେ । 'ଆଶା','ସତ୍ଯବାଦି' ଓ 'ସମାଜ' ପତ୍ରପତ୍ରିକାରେ ଏଠାରେ ଶିକ୍ଷକମାନେ ସଂପୃକ୍ତ ହୋଇ ଲେଖା ଓ ସଂପାଦକୀୟ ସବୁ ପ୍ରକାଶ କରୁଥିଲେ । ଗୋଦାବରୀଶ କେତେଥର 'ସମାଜ'ର ସଂପାଦକୀୟ' ମଧ୍ଯ ଲେଖୁଥିଲେ । ଏହି ଶିକ୍ଷକତା ସମୟରେ ତାଙ୍କ ସାହିତ୍ଯ-ସାଧନ ବିକାଶପ୍ରାପ୍ତ ହୋଇଥିଲା । ଛାତ୍ର ଓ ଶିକ୍ଷକଗଣ ମିଳିମିଶି ସାହିତ୍ଯ ଆଲୋଚନା ଓ ରଚନା କରୁଥିଲେ ଏବଂ ଗୋଦାବରୀଶ ଏହି କ୍ଷେତ୍ରରେ ସକ୍ରିୟ ଭାଗ ନେଉଥିଲେ । ତାଙ୍କର ନେତୃତ୍ବ ମଧ୍ଯ ପ୍ରଶଂସନୀୟ ଥିଲା ।


ଗୋଦାବରୀଶ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନାର ଶ୍ରୀନିବାସରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ ୧୮୮୬ ମସିହାରେ । ତାଙ୍କ ପିତାଙ୍କନାମ ଲିଙ୍ଗରାଜ ମିଶ୍ର ଏବଂ ଭାଲେରୀ ଓ ଘଣ୍ଟଶିଳା ପାହାଡ, ଶାଳିଆ ନଈ, ଘନ ଅରନ୍ଯ, ଚିଲିକା ହ୍ରଦ ଆଦି ସୁନ୍ଦର ପ୍ରାକୃତିକ ପରିବାଶରେ ତାଙ୍କର ଜନ୍ମସ୍ଥାନ । ପରିବାରର ଆର୍ଥିକ ଦୁରବସ୍ଥା ଯୋଗୁଁ ତାଙ୍କର

                                                                           ୭୧