ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୯୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଥରେ ଶ୍ରେଣୀରେ ଡ୍ର ଇଂ ଶିକ୍ଷକ ଗୋଟିଏ ଗାଈ ଚିତ୍ର ଆଙ୍କିବାକୁ ପିଲାମାନଙ୍କୁ କ ହିଲେ।ମଡେଲ୍ ନଦେଖି ଆମ ପିଲା ମାନେ ଭଲ ଡ୍ର ଇଂ ଆଙ୍କି ପାରନ୍ତି ନାହିଁ।ଏହି କାରଣରୁ ପରଶୁରାମ ଏକ ଅବାଗିଆ 'ଗାଈ' ଚିତ୍ରଟିଏ କରି ତା' ତଳେ ଲେଖିଦେଲେ 'ବିଲାତି ଗାଈ'। ସେ ସମୟରେ ଚନ୍ଦ୍ରମୋହ ନ ମହାରଣା ଥିଲେ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ।ଡ୍ର ଇଂ ଶିକ୍ଷକ ପରଶୁରାମଙ୍କ 'ଗାଈ' ଚିତ୍ରଟିକୁ ନେଇ ତାଙ୍କୁ ଦେଖାଇଲେ।ଚିତ୍ରଟିକୁ ଦେଖି ହସ ବୃଷ୍ଟି ହେଲା।ପ୍ରଧାନ ଶିକ୍ଷକ ଆଦେଶ ଦେଲେ ବିଲାତି ଗାଈକୁ ଏକ ବିଲାତିଆଳୁ ନମ୍ବର ଦିଅନ୍ତୁ।

ଏହା ହେଲା ଡାକ୍ତର ପଣ୍ଡାଙ୍କର ଭାଷାରେ ପୁରୀ ଜିଲ୍ଲା ସ୍କୁଲର ଏକ ଘଟଣା।ଏହି କଥାକୁ ପଣ୍ଡିତ ଗୋଦାବରୀଶ ମିଶ୍ର ମଧ୍ୟ ନିଜ ଆତ୍ମଜୀବନରେ ଲେଖିଛନ୍ତି ,"ପରଶୁରାମ ବର୍ମା ବେଦ,ଉପନିଷଦ, ଗୀତା ପ୍ରଭୃତିରେ ଧୁରନ୍ଧର ଥିଲେ ।କିନ୍ତୁ ଚିତ୍ରାଙ୍କନରେ ଥିଲେ ନିପୁଟ ।ସେ ଥରେ ଗାଈ ଆଙ୍କି ସାରି ନିଜେ ଗାଈର ପ୍ରତିରୂପରେ ସଂତୁଷ୍ଟ ନୋହି ଚିତ୍ର ତଳେ ଲେଖିଲେ 'ଏ ବିଲାତି ଗାଈ ' ।

୧୯୦୮ ମସିହାରେ ପରଶୁରାମ ମାଟ୍ରିକ୍ ପାସ୍ କରି କଟକରେ ଆଇ।ଏ। ଓ ବି।ଏ।ଅଧ୍ଯୟନ କରିଥିଲେ|୧୯୧୨ ମସିହାରେ ବି।ଏ।ପାସ୍ କରି ତା ପର ବର୍ଷ ପାଟଣାରୁ ବି।ଟି।(ଆଜିର ବି।ଇଡି।)ଡିଗ୍ରିଲାଭ କରି ଥିଲେ|ସେ ମାଟ୍ରିକ୍ ପାସ୍ କଲା ବେଳେ ତାଙ୍କ ନାମ ଥିଲା ପରଶୁରାମ ପଟ୍ଟନାୟକ|ଆଇ।ଏ।ବେଳକୁ ତାହା ହୋଇ ଥିଲା ପଟ୍ଟନାୟକ ପରଶୁରାମ ପଟ୍ଟନାୟକ|ବି।ଏ।ପାସ୍ କଲା ବେଳେ ତାଙ୍କ ନାମ ହୋଇ ଥିଲା ପରଶୁରାମ ସାମନ୍ତବ ର୍ମା|ମାତ୍ର ସେ କେବଳ ପରଶୁରାମ ବର୍ମା ନାମରେ ବି।ଟି।ପାସ୍ କରିଥିଲେ|

ପରଶୁରାମ ବି।ଏ।ପାସ୍ କରି କଟକ ପ୍ଯାରିମୋହ ନ ଏକାଡେମୀରେ ସ ହକାରି ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ବ କରିଥିଲେ|ମାତ୍ର ଛା ମାସ ପରେ ସେ ଖୋର୍ଦ୍ଧା ହାଇସ୍କୁଲରେ ଯୋଗଦେଇଥିଲେ| ସେଠାରୁ ସେ ପାଟଣା ଯାଇ ଶୀକ୍ଷକତା ପାଇଁ ତାଲିମ୍ ନେଉଥିଲେ|ବି।ଟି।ପାସ୍ କରି ସେ ଖୋର୍ଦ୍ଧା ହାଇସ୍କୁଲରେ ପ୍ରଧାନ୍ ଶିକ୍ଷକ ହୋ ଇଥିଲେ|ଶିକ୍ଷକତାକୁ ସେ ନିଜ ଜୀବନର ପ୍ରଧାନ ବ୍ରତ ଭାବରେ ଗ୍ରହଣ କରିଥିଲେ|ତା ସ ହିତ ଜାତି ର ସେବା ଓ ପୁନର୍ଗଠନ କାର୍ଯ୍ୟା କରିବାରେ ସେ ଖୁବ୍ ଆଗ୍ରହୀ ଥିଲେ|

ଗୋଦାବରିଶ୍ କଲିକତା ବିଶ୍ବବିଦ୍ଯାଳୟରୁ ବି।ତି।ପାସ୍ କରି ସତ୍ଯବାଦୀ ବନ ବିଦ୍ଯାଳୟରେ ଶୀକ୍ଷକ ଥିଲେ|ପରଶୁରାମ ପ୍ରାୟ ପ୍ରତି ଶନିବାର ଦିନ ସତ୍ଯବାଦୀ ଯାଇ

                                                                                         ୭୯