ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୯୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏକ ସାର୍ଥକ ସ୍ବର୍ଣ୍ଣ ଦଶନ୍ଧି । ସାରାପ୍ରଦେଶରେ ସେତେବେଳେ ନୂତନ ଆନ୍ଦୋଳନ , ନୂଆ ଚେତନା ଖେଳି ଯାଇଥିଲା । ବହୁ ଆଶା ନିରାଶା, ଉତ୍ତେଜନା ଓ ଉନ୍ମାଦନାରେ ଜନସାଧାରଣ କାଳ କଟାଉଥିଲେ । ଓଡ଼ିଶା ଓ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ସବୁ ଅଭାବ ଅସୁବିଧା ମଧ୍ଯରେ ବିପ୍ଲବର ଜୟଧ୍ବନୀ ବାଜି ଉଠିଥିଲା ।

ସେହି ସମୟରେ ଗଞ୍ଜାମରେ ସି• ବି• କଟ୍ରେଲ ସାହେବ ଥିଲେ ଜିଲ୍ଲା କଲେକ୍ଟର । ସେ ଆଇ• ସି •ଏସ୍ ପାସ୍ କରି ଖୁବ୍ ଉତ୍ସାହ ଓ ଆନନ୍ଦର ସହିତ କାର୍ଯ୍ଯ କରୁଥିଲେ । ସୌଭାଗ୍ଯକୁ ସେ ଥିଲେ ଓଡ଼ିଆ ପ୍ରେମୀ । ଆନ୍ଧ୍ରବାସୀଙ୍କର ପ୍ରଭାବ ଏଠାରେ ବଢ଼ିବାରେ ଲାଗିଥାଏ । ଏଣୁ ସେ ଏହାକୁ ପ୍ରତିହତ କରିବାକୁ ହରିହର ପଣ୍ଡାଙ୍କୁ ଏହି ହାଇସ୍କୁଲରେ ପ୍ରତିଷ୍ଠା ଓ ଉନ୍ନତିରେ ସାହାଯ୍ଯ କରିଥିଲେ ।

ପରଶୁରାମ ଆସ୍କା ହାଇସ୍କୁଲକୁ ମନୋପ୍ରାଣ ଦେଇ ଗଢ଼ିଲେ । ମୂଳରୁ ଚୂଲ ଯାଏ ତାର ସମସ୍ତ କାର୍ଯ୍ଯ ତାଙ୍କ ତତ୍ତ୍ବାବଧାନରେ ସଂପାଦିତ ହେଲା । ପ୍ରଥମେ ସ୍କୁଲ ପାଇଁ ଗୃହ ନଥିଲା । ମାତ୍ର ଆସ୍କାରେ ପ୍ରାୟ ୧୮୫୦ ମସିହାରୁ ଏକ ଚିନି କାରଖାନା ଗଢ଼ି ଉଠିଥିଲା । ଜର୍ମାନ ଦେଶରୁ ମିଞ୍ଚିନ ସାହେବ ଆସି ଏହି ଚିନି କାରଖାନା ପ୍ରତିଷ୍ଠା କରିଥିଲେ ।ଏଠାରେ ଚିନି ବର୍ଷେ ଫ୍ରାନ୍ସ ରାଜଧାନୀ ପ୍ଯାରିସ୍ ଠାରେ ଅନୁଷ୍ଠିତ ଏକ ଶିଳ୍ପମେଳାରେ ପୁରସ୍କାର ଲାଭ କରିଥିଲା ।

ଏବେ ମିଞ୍ଚିନ ସାହେବଙ୍କର ଏକ ମୂର୍ତ୍ତି ସେଇ ପୁରୁଣା ଚିନି କାରଖାନାର ପରିସର ମଧ୍ଯରେ ଦୃଷ୍ଟିଗୋଚର ହୁଏ । କାରଖାନାର ଏକ ଶ୍ରମିକା 'ସୁନା'ଙ୍କୁ ମିଞ୍ଚିନ ସାହେବ ବିବାହ କରିଥିଲେ । ତାଙ୍କ ଦେଶକୁ ନେଇ ସେ ସୁନାଙ୍କୁ ଶିକ୍ଷା ଦୀକ୍ଷା ଦେଇଥିଲେ । ସେମାନଙ୍କ ସନ୍ତାନମାନେ ଭାରତରେ ପ୍ରତିଷ୍ଠିତ ବହୁ ଆଙ୍ଗ୍ଲୋଇଣ୍ଡିଆନ୍ ପରିବାରରେ ବିବାହ କରିଥିଲେ ।

ସେହି ଚିନି କାରଖାନା ପାଖରେ ଥିଲା ମିଞ୍ଚନ ସାହେବଙ୍କ ବିରାଟ ବାସଭବନ । କଲେକ୍ଟରଙ୍କୁ କହି ତାଙ୍କ ସାହାଯ୍ଯରେ ସେ ଗୃହକୁ ସ୍କୁଲ ପାଇଁ ନିଆଯାଇଥିଲା । ଶିକ୍ଷା ବିଭାଗର ଇନ୍ସପେକ୍ଟର ରନସଫୋର୍ଡ଼ ସାହେବ ମଧ୍ଯ ପରଶୁରାମଙ୍କ କାର୍ଯ୍ଯ ଓ ନିଷ୍ଠାରେ ସଂତୁଷ୍ଟ ହୋଇ ବିଦ୍ଯାଳୟର ବିକାଶରେ ସବୁ ପ୍ରକାର ସାହାଯ୍ଯ ସହଯୋଗ କରିଥିଲେ ।

୧୯୧୮-୧୯ ଖ୍ରୀଷ୍ଟାଦ୍ଦରେ ଗଞ୍ଜାମ ଜିଲ୍ଲାରେ ମରୁଡ଼ି ପଡ଼ିଲା । ତେଣୁ ଭୟଙ୍କର ଦୁର୍ଭିକ୍ଷରେ ଜନସାଧାରଣ ପ୍ରପୀଡ଼ିତ ହେଲେ । ପରଶୁରାମଙ୍କ ନେତୃତ୍ବରେ ଓ କଟ୍ରେଲ ସାହେବଙ୍କ