ପୃଷ୍ଠା:Odishara Itihas.pdf/୧୧୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୨
ଓଡ଼ିଶାର ଇତିହାସ ।

ରାଜ୍ୟ ପ୍ରାୟ ସେମାନଙ୍କର ଉତ୍ତମ କାର୍ଯ୍ୟର ପୁରସ୍କାର ବା ଜାୟଗିର ସ୍ୱରୂପ ଥିଲା । ଏହିରୂପେ ଆଠଗଡ଼ ରାଜ୍ୟ, ସେଥିର ପ୍ରଥମ ରାଜା ଓଡ଼ିଶାରାଜାଙ୍କ ନିକଟରେ ବେବର୍ତ୍ତା ଥାଇ ଉତ୍ତମ କାର୍ଯ୍ୟ କରିଥିଲେ ବୋଲି ପୁରସ୍କାରସ୍ୱରୂପ ପ୍ରାପ୍ତ ହୋଇଥିଲେ । କୁଜଙ୍ଗ, କନିକା, ଦର୍ପଣୀ ( ଦର୍ପଣ ଧରୁଥିବା ବୃତ୍ତି ) ପ୍ରଭୃତି କେତେକ ରାଜାଙ୍କ ପୂର୍ବପୁରୁଷେ ଏହି ଏହି ରାଜଗିମାନ ଆପଣା ଆପଣା ଖଟଣୀପାଇଁ ଜାୟଗିରସ୍ୱରୂପ ପାଇ ଗଜପତି ରାଜାଙ୍କଦ୍ୱାରା ରାଜପଦରେ ପ୍ରତିଷ୍ଠିତ ହୋଇଥିଲେ । ବର୍ତ୍ତମାନ ଦେଖିବାର ଆବଶ୍ୟକ ରଖେ ଯେ ଭିନ୍ନ ଭିନ୍ନ ପ୍ରକାରେ ଦେଶ ମଧ୍ୟରେ କ୍ଷୁଦ୍ର କ୍ଷୁଦ୍ର ରାଜା ଓ ରାଜ୍ୟମାନ ପ୍ରତିଷ୍ଠିତ ଓ ଉକ୍ତ ରାଜାଏ ସାମନ୍ତରାଜା ପଦରେ ଅଭିହିତ ହୋଇ, ଗଜପତି ରାଜାଙ୍କର କି ଉପକାରରେ ଲାଗୁଥିଲେ, ଅବା କିରୂପ ସାହାଯ୍ୟ ପ୍ରଦାନ କରୁଥିଲେ । ସେମାନେ ଯେ ନୟମିତରୂପେ କର ଦେଉଥିଲେ ଏପରି ବୋଧ ହେଉ ନାହିଁ । ଯେହେତୁ ସେମାନଙ୍କ ମଧ୍ୟରେ କେହି କେହି ନାମମାତ୍ର ଓଡ଼ିଶାରାଜାଙ୍କର ଅଧୀନ ଥିଲେ ଓ କେହି କେହି ଓଡିଶାଧିପତିଙ୍କର ଅନୁରାଗର ଭାଜନ ହୋଇ କିଛି କିଛି ଭୂମିର ଅଧିକାର ପାଇ ମର୍ଯ୍ୟଦାସୂଚକ ପଦରେ ଅଧିଷ୍ଠିତ ହୋଇଥିଲେ । ସେ ଅବସ୍ଥାରେ ସେମାନଙ୍କୁ କର ଦେବା ସକାଶେ ଗଜପତିରାଜାଏ ବାଧ୍ୟ କରିଥିବା ପରି ବୋଧ ହୁଅଇ ନାହିଁ । ସମ୍ଭବତଃ ସମସ୍ତ ସାମନ୍ତରାଜାଏ ଯୁଦ୍ଧ ସମୟରେ ଓଡ଼ିଶାରାଜାଙ୍କୁ ସୈନ୍ୟ ଓ ଖାଦ୍ୟଦ୍ରବ୍ୟରେ ଯଥେଷ୍ଟ ସାହାଯ୍ୟ କରୁଥିଲେ ଓ ଗଜପତିରାଜାଙ୍କ ଅଭିଷେକ କି ଆବଶ୍ୟକ ସମୟରେ ଉପଢ଼ୌକନାଦି ଦେଉଥିଲେ । ମଧ୍ୟ ଗଜପତି ରାଜାଏ ଯେ ଦରବାର କରୁଥିଲେ ସେଥିରେ ଉପସ୍ଥିତ ହୋଇ ସେମାନେ ଗଜପତି ରାଜାଙ୍କୁ ଯଥେଷ୍ଟ ସମ୍ମାନ କରୁଥିଲେ । ପୁଣି ଚାମର ବ୍ୟଜନ ଛତ୍ର ଧାରଣ ପ୍ରଭୃତି ଯାହାର ଯେ ଯେ ସେବା ଓ ଖଟଣି ନିର୍ଦ୍ଧାରିତ ଥିଲା, ତାହା ସମ୍ପାଦନ କରୁଥିଲେ । ସ୍ଥୂଳରେ ଗଜପତରାଜାଙ୍କ ସମୟର ପ୍ରଧାନ ଓ ଅପ୍ରଧାନ ସମସ୍ତ ସାମନ୍ତରାଜାମାନେ ଦେଶର ଏକପ୍ରକାର ବଳସ୍ୱରୂପ ଥିଲେ ଓ ସେମାନେ


କେତେକ ଓଡ଼ମାନେ ଜଣେ ଡ଼ମର ରାଜ୍ୟପଣରେ ଅସନ୍ତୁଷ୍ଟ ହେଲାରୁ କୌଣସି ବାଙ୍କି ରାଜପୁତ୍ରଙ୍କ ସହାୟତା ଲୋଡ଼ିଲେ । ତହୁଁ ଉକ୍ତ ଡ଼ମରାଜାକୁ ହଣାଇ ବାଙ୍କି ରାଜପୁତ୍ର ଡ଼ମପଡ଼ାର ରାଜା ହେଲେ । ସ୍ୱୟଂ ଜନୈକ ଓଡ଼ିଶାଧିପତି କପିଳେନ୍ଦ୍ର ଦେବଙ୍କର ଅଠର ପୁଅମାନେ କିରୂପେ ଗଞ୍ଜାମ ଓ ସମ୍ବଲପୁରରେ କେତେକ ସାମନ୍ତରାଜ୍ୟ ସ୍ଥାପନ କରିଥିଲେ, ଏଥିପୂର୍ବେ ତାହା ବର୍ଣ୍ଣିତ ହୋଇଅଛି ।