ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୪
ଓଡ଼ିଶାର ଇତିହାସ ।

ନିର୍ବାହାର୍ଥ ବାପୀ ପୋଖରୀ ନର୍ମାଣ, ଗୁହ ଉତ୍ତୋଳନ, ଅର୍ଥ ଓ ଭୂମି ପ୍ରଭୃତି ଦାନ କରୁଥିଲେ । ସେ ସମୟର ଦେଶୀୟ ସାମନ୍ତରାଜାଗଣ ଓ ଅନ୍ୟାନ୍ୟ ବିତ୍ତଶାଳୀ ଲୋକେ ମଧ୍ୟ ସେହିପରି ନାନା ହିତକର କାର୍ଯ୍ୟରେ ପ୍ରବୃତ୍ତ ହେଉଥିଲେ ।

ଦେଉଳଗଠନ—ଗଙ୍ଗାବଂଶୀୟ ରାଜାମାନେ ଅନେକାନେକ ଦେଉଳ ତୋଳି ଥିବାର ବାରମ୍ବାର ଲିଖିତ ହୋଇଅଛି । ସେ ସବୁ ମଧ୍ୟରେ ପୁରୀ ବଡ଼ଦେଉଳ, କଣାରଖର ଅର୍କ ମନ୍ଦିର ଓ ଯାଜପୁରର ବରାହନାଥ ମନ୍ଦିର ପ୍ରଧାନ । ଓଡ଼ିଶାର ସମସ୍ତ ଦେଉଳ ଏକ ରୀତିରେ ଓ ଏକ ଆକାରରେ ଗଠିତ । ଭୁବନେଶ୍ୱର ଦେଉଳ ଯେଉଁ ନିୟମରେ ନିର୍ମିତ ହୋଇଅଛି, ଏ ଦେଉ‌ଳମାନଙ୍କର ଗଠନପ୍ରଣାଳୀ ସେହି ସାଧାରଣ ନିୟମର ବହିର୍ଭୂତ ନୁହେ । ଜଗନ୍ନାଥ ଦେଉଳର ଉଚ୍ଚତା ଓ ବିସ୍ତୃତିରେ ଭୁବନେଶ୍ୱର ଦେଉଳ ସଙ୍ଗେ ସମାନ, କନ୍ତୁ ଏଥିର ସାଧାରଣ କାର୍ଯ୍ୟପ୍ରଣାଳୀ ତାଦୃକ୍ ସୁନ୍ଦରରୂପେ ସମ୍ପାଦିତ ହୋଇ ନାହିଁ । ଭୁବନେଶ୍ୱର ଦେଉଳ ପରି ନାନାପ୍ରକାର ଶିଳ୍ପଚାତୁର୍ଯ୍ୟ ଓ କାରିଗିରିଦ୍ୱାରା ପୁରୀଦେଉଳର ଶୋଭା ସମ୍ପନ୍ନ ଓ ବର୍ଦ୍ଧିତ ହୋଇ ନାହିଁ । ଅନଙ୍ଗଭୀମଙ୍କ ଆଜ୍ଞାରେ ୧୧୯୮ ଖ୍ରୀଷ୍ଟାବ୍ଦରେ ପରମହଂସ ବାଜପୋଇଙ୍କ ତ‌ତ୍ତ୍ୱାବଧାରଣରେ ଏଥିର ନିର୍ମାଣକାର୍ଯ୍ୟ ସମାପ୍ତ ହୋଇଥିଲା । କଣାରଖ ଦେଉଳ ଗଙ୍ଗାବଂଶୀୟ ରାଜାଙ୍କ ସମୟର ପ୍ରଧାନ ପ୍ରସ୍ତର-ଶିଳ୍ପ କୀର୍ତ୍ତି ଅଟଇ । ଏଥିରେ ସେ ସମୟ ଓଡ଼ିୟାଙ୍କର ଶିଳ୍ପକାର୍ଯ୍ୟରେ ପାରଦର୍ଶିତାର ବିଶେଷ ଚିହ୍ନ ପ୍ରକାଶିତ ହୋଇଅଛି । ସେଥି ଚତୁଃପାର୍ଶ୍ୱରେ ଯେଉଁ ପ୍ରାଚୀର ଥିଲା ତାହା ଦେଢ଼ଶତ ହସ୍ତ ଉଚ୍ଚ ଓ ଊଣେଇଶ ହାତ ପ୍ରଶସ୍ତ ଥିଲା । ଦେଉଳ ଦେହରେ ସୂର୍ଯ୍ୟ, ତାରା ଓ ନକ୍ଷତ୍ର- ଚୟର ଓ ମନୁଷ୍ୟ, ଅଶ୍ୱ, ହସ୍ତୀ, ଅଶ୍ୱାରୋହୀ ସୈନ୍ୟ ପ୍ରଭୃତିର ଅସଂଖ୍ୟ ପ୍ରତିମୂର୍ତ୍ତିମାନ ଖୋଦିତ ହୋଇଥିଲା । ବର୍ତ୍ତମାନ ଏ ଦେଉଳ ନିତାନ୍ତ ଭଗ୍ନାବସ୍ଥାରେ ରହିଅଛି । ମନ୍ଦିରର ଉପର ଓ ମଧ୍ୟଭାଗ ଆଉ ଦୃଷ୍ଟିଗୋଚର ହୁଅଇ ନାହିଁ । ଲାଙ୍ଗୁଳାନରସିଂହ ଦେବଙ୍କ ସମୟରେ ଶିବସାନ୍ତରାଙ୍କ ତ‌ତ୍ତ୍ୱାବଧାରଣରେ ଏ ମନ୍ଦିର ନିର୍ମିତ ହୋଇଥିଲା । ଯାଜପୁରର ବରାହନାଥଙ୍କ ଦେଉଳ ଏକ ମଧ୍ୟମାକୃତିର ମନ୍ଦିର ଅଟଇ । ସେ ସମୟର ଦେଉଳ ଗଠନର ସାଧାରଣ ରୀତିରେ ରାଜା ପ୍ରତାପରୁଦ୍ରଙ୍କଦ୍ୱାରା ଏହା ପ୍ରସ୍ତୁତ ହୋଇଥିଲା ।

ଧର୍ମଆନ୍ଦୋଳନ-କେଶରୀବଂଶୀୟ ରାଜାଙ୍କ ସମୟରେ ଓଡିଶାରେ ଶୈବଧର୍ମର ଯେପ୍ରକାର ପ୍ରାଦୁର୍ଭାବ ହୋଇଥିଲା, ଗଙ୍ଗାବଂଶୀୟ ରାଜାଙ୍କ ସମୟରେ ବୈଷ୍ଣବଧର୍ମର ଆଧିପତ୍ୟ ସେହିପରି ବିସ୍ତୃତିକି ଲଭିଥିଲା । ଜଗନ୍ନାଥଙ୍କ ଦେଉଳ ନିର୍ମାଣକୁ ଓଡ଼ିଶାରେ ବେଷ୍ଣବଧର୍ମ ବିସ୍ତୃତ ହେବାର ବୀଜ ବୋଲି ବୋଲିବାକୁ