ପୃଷ୍ଠା:Odishara Itihas.pdf/୧୩୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୨
ଓଡ଼ିଶାର ଇତିହାସ ।

ମାନସିଂହ ଶାସନକର୍ତ୍ତା ହୋଇ ବଙ୍ଗଳାକୁ ପ୍ରେରିତ ହେଲେ (୧୫୮୬) । ୧୫୯୦ ଖ୍ରୀଷ୍ଟାବ୍ଦରେ ମାନସିଂହ ଓଡ଼ିଶାପ୍ରତି ଚଢ଼ାଉ କଲେ । ପ୍ରଥମ ଚେଷ୍ଟା ତାଙ୍କର ବିଫଳ ହେଲା । କୁତୁଲୁ ମୋଗଲସୈନ୍ୟଙ୍କୁ ପରାଭବ କରି ମାନସିଂହଙ୍କ ପୁତ୍ର ଜଗତ୍‌ସିଂହଙ୍କୁ ବନ୍ଦୀରୂପେ ଗ୍ରହଣ କଲେ । କିନ୍ତୁ ଯୁଦ୍ଧବିଦ୍ୟାବିଶାରଦ ମାନସିଂହ ସେହି ଏକ ଦୁର୍ଘଟଣାରେ ଅଧୀର ହେଲେ ନାହଁ । ଧୀରପୁରଠାରେ ଆଫଗାନକୁ ସଙ୍ଗେ ମାନସିଂହଙ୍କର ଏକ ଯୁଦ୍ଧ ଘଟିଲା, ସେଥିରେ କୁତୁଲୁ ନିଧନପ୍ରାପ୍ତ ହେଲେ; ତାଙ୍କର ମନ୍ତ୍ରୀ ଈଶା ଜଗତ୍‌ସିଂହଙ୍କୁ ପ୍ରତ୍ୟର୍ପଣ କରି ଓ ପୁରୀଜିଲାର ଅଧିକାର ଛାଡ଼ି ଦେଇ ସନ୍ଧି ସ୍ଥାପନ କଲେ (୧୫୯୦) । ତଦନନ୍ତର ଦୁଇ ବର୍ଷ ଓଡ଼ିଶା ଭାଗ୍ୟରେ କଥଞ୍ଚିତ୍ ଶାନ୍ତି ଘଟିଲା । ତାଜା ମାନସିଂହ —ବିଦ୍ରୋହ ଓସମାନ—୧୫୯୨ ଖ୍ରୀଷ୍ଟାବ୍ଦରେ ଈଶା କାଳପ୍ରାପ୍ତ ହେଲେ । କୁତୁଲୁଙ୍କ ପୁତ୍ରମାନେ ପୁରୀନଗର ଆକ୍ରମଣ ଓ ଲୁଣ୍ଠନ କଲେ । ମାନସିଂହ ମୋଗଲସମ୍ରାଟଙ୍କ ସମ୍ମତି ଅଣାଇ ପୁଣି ଓଡ଼ିଶା ପଠାଣଙ୍କ ବିରୁଦ୍ଧରେ ଅସ୍ତ୍ର ଚଳାଇଲେ । ସୁବର୍ଣ୍ଣରେଖା ତୀରରେ ବନାପୁରଠାରେ ଯୁଦ୍ଧ ହେଲା । ଅଫଗାନମାନେ ସମ୍ପୂର୍ଣ୍ଣରୂପେ ପ୍ରରାଙ୍ମୁଖ ହେଲେ । କଟକ, ଜଳେଶ୍ୱର, ଆଲି ଏହି ତିନି ଦୁର୍ଗ ମାନସିଂହଙ୍କର ହସ୍ତଗତ ହେଲା । ପୁଣି ଆଫଗାନମାନେ ସଜ୍ଜିତ ହୋଇ ସାରଙ୍ଗଗଡ଼ ନିକଟରେ ମାନସିଂହଙ୍କ ସଙ୍ଗେ ଯୁଦ୍ଧ କଲେ । ସେଥିରେ ସୁଦ୍ଧା ଦୁର୍ଭାଗ୍ୟବଶତଃ ସେମାନଙ୍କ କପାଳରେ ପରାଭବ ଘଟିଲା । ଏହି ଯୁଦ୍ଧ ଉତ୍ତାରୁ ଓଡ଼ିଶା ମଧ୍ୟ ଏକପ୍ରକାର ସମ୍ୟକ୍‌ରୂପେ ମୋଗଲସାମ୍ରାଜ୍ୟଭୁକ୍ତ ହେଲା । ତୋଦରମଲ ମୋଗଲସମ୍ରାଟଙ୍କ ସକାଶେ ଓଡିଶା ଜିଣି ଓଡ଼ିଶାର ରାଜସ୍ୱ ନିର୍ଦ୍ଧାରଣ କରିଥିଲେ ସତ୍ୟ, ମାତ୍ର ଓଡିଶାର ଭୂମିରାଜସ୍ୱ ମୋଗଲଭଣ୍ଡାରରେ ନିୟମିତରୂପେ ପ୍ରବିଷ୍ଟ ହୋଇ ନ ଥିଲା । ମାନସିଂହ ଓଡ଼ିଶା ଅଧିକାର କରି ଓଡ଼ିଶା ଶାସନର ଯେଉ ପରି ଶୃଙ୍ଖଳାମାନ ବାନ୍ଧିଥିଲେ, ସେଥିରେ ଓଡିଶାର ରାଜସ୍ୱ ମୋଗଲସମ୍ରାଟଙ୍କ ଭଣ୍ଡାରକୁ ନିୟମିତରୂପେ ସ୍ପର୍ଶ କରିଥିଲା, ମଧ୍ୟ ଓଡ଼ିଶାବାସିଏ ମୋଗଲରାଜତ୍ୱର ପ୍ରଭାବ ଅନୁଭବ କରିଥିଲେ । ସେହି ସମୟଠାରୁ ମୁସଲମାନ ଶାସନକର୍ତ୍ତାଙ୍କ ସନନ୍ଦରେ ବଙ୍ଗ, ବେହାର ଓ ଓଡିଶାର ଶାସନ‌କର୍ତ୍ତା ବୋଲି ଲିଖିତ ହେବାର ଆରମ୍ଭ ହେଲା । ମାନସିଂହ ଓଡ଼ିଶା ଆଫଗାନମାନଙ୍କୁ ପରାଭବ କରି ସେମାନଙ୍କ ପୌନଃପୌନିକ ଆକ୍ରମଣ ନିବାରଣାର୍ଥ ଆଦୌ ସେମାନଙ୍କୁ ଓଡ଼ିଶାରୁ ଘେନିଯାଇ ବଙ୍ଗଳାର ଯଶୋହର ଜିଲାରେ ବାସସ୍ଥାନ ପ୍ରଦାନ କଲେ । ତଦନନ୍ତର ରାଜ୍ୟରେ ଶାନ୍ତିବିଧାନ କରିବା ସକାଶେ ଅନେକ ସୁକୌଶଳ ମାନସିଂହଙ୍କଦ୍ୱାରା ଅବଲମ୍ବିତ ହେଲା । ଯେଉଁ