ପୃଷ୍ଠା:Odishara Itihas.pdf/୧୭୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୨
ଓଡ଼ିଶାର ଇତିହାସ ।

ଜ୍ଞାନଚର୍ଚ୍ଚା ଓ ସଭ୍ୟତା ବଢ଼ୁଅଛି । ବନ୍ଦରମାନଙ୍କର ଉନ୍ନତି ହୋଇ ଓ ବର୍ତ୍ସ, ନାଳ ପ୍ରଭୃତି ପ୍ରସ୍ତୁତ ହୋଇ ଦେଶରେ ବାଣିଜ୍ୟବୁଦ୍ଧି ଓ ବାଷ୍ପୀୟ ପୋତ ଯାତାୟାତଦ୍ୱାରା ଲୋକଙ୍କର ଗମନାଗମନର ମଧ୍ୟ ସୁବିଧା ହୋଇଅଛି । ଡାକ ଓ ଟେଲିଗ୍ରାଫ ବନ୍ଦୋବସ୍ତ ହୋଇ ଦେଶ ମଧ୍ୟରେ ସମ୍ବାଦପ୍ରେରଣର ସୁବିଧା ହୋଇଅଛି । ଇଙ୍ଗ୍‌ରାଜଙ୍କ ଯତ୍ନରେ ଭାରତବର୍ଷକୁ ମୁଦ୍ରାଯନ୍ତ୍ର ଆନୀତ ହୋଇ ସେଥିଦ୍ୱାରା ଏ ପ୍ରଦେଶରେ ସୁଦ୍ଧା ବିଶେଷ ଉପକାର ଲବ୍‌ଧ ହେଉଅଛି । ଓଡିଶାରେ ଚାଷର ଉନ୍ନତି ବିଶେଷ ହୋଇ ନାହିଁ । ଇଙ୍ଗ୍‌ରାଜମାନେ ପ୍ରଥମେ ଓଡିଶାକୁ ଆସି ନୀଳ, କପା ପ୍ରଭୃତି ଲାଭକର ପଦାର୍ଥମାନଙ୍କର ଚାଷ ଅରମ୍ଭ କରିଥିଲେ, କିନ୍ତୁ ସେ ସବୁ ଓଡ଼ିଶାରେ ଲାଭଜନକ ହେଲା ନାହିଁ । ସ୍ଥୂଳରେ ଦେଶର ଚତୁର୍ଦ୍ଦିଗରେ ଶାନ୍ତି ଓ ସ୍ୱଚ୍ଛନ୍ଦତା ବିରାଜିତ ରହିଅଛି । ଓଡିଶାରେ ଅପରାଧସଂଖ୍ୟା ସହ‌ଜରେ ଊଣା ମଧ୍ୟ ଚୋରୀ ଡକାଇତୀ ଯାହାଥିଲା ଇ‌ଙ୍ଗ‌୍‌ରାଜଙ୍କ ଶାସନରେ ସେ ସମସ୍ତ ଗୁରୁତର ଅପରାଧମାନ ସ୍ଥକିତପ୍ରାୟ ହୋଇଅଛି ।

ବିଦ୍ୟଶିକ୍ଷା ଓ ଜ୍ଞାନଚର୍ଚ୍ଚା—ଉତ୍କଳୀୟମାନେ ଅଧିକ ମରହଟ୍ଟାଙ୍କ ରାଜକାର୍ଯ୍ୟରେ ନିଯୁକ୍ତ ନ ଥିଲେ । କାଗଜରେ ସେମାନଙ୍କର ଲେଖିବାର ଋଜୁତା ନ ଥିଲା । ଇଂରାଜଙ୍କ ଶାସନକାଳରେ ସେମାନେ ସେ ବିଷୟରେ ଉନ୍ନତି ଲାଭ କରି ଅଛନ୍ତି ଓ କ୍ରମେ କ୍ରମେ ଉଚ୍ଚ କାର୍ଯ୍ୟମାନଙ୍କରେ ଅଧିଷ୍ଠିତ ହେଉଅଛନ୍ତି । ଉଚ୍ଚ ଇଙ୍ଗ୍‌ରାଜୀ ଶିକ୍ଷାର ବହୁଳ ପ୍ରଚାର ଓଡିଶାରେ ହୋଇ ନାହିଁ ସତ୍ୟ, କିନ୍ତୁ ସେଥିକି କହିବାର ଅଛି ଯେ ଇଙ୍ଗରାଜୀ ଉଚ୍ଚ ଶିକ୍ଷା ଓଡିଶାବାସିଙ୍କି ଦେବା ସକାଶେ ଇଙ୍ଗରାଜଙ୍କର କୌଣସି ବିଶେଷ ଚେଷ୍ଟା ହୋଇ ନାହିଁ । ଶିକ୍ଷାବିଷୟରେ ଓଡ଼ିଶାର ଯାହା କିଛି ବିଶେଷ ଉନ୍ନତି, ତାହା ଗତ ଦଶନ୍ଧିରେ ହେବାର ଆରମ୍ଭ ହୋଇଅଛି; ମାତ୍ର ବିଦ୍ୟା ଶିକ୍ଷା ସଙ୍ଗେ ସଙ୍ଗେ ସମାଜ ମଧ୍ୟ କେତେକ ପରିମାଣରେ ସଂସ୍କୃତ ହେବାକୁ ଆରମ୍ଭ ହୋଇଥିବାର ଦେଖାଯାଏ । ବର୍ତ୍ତମାନ ଦେଶମଧ୍ୟରେ ବିଦ୍ୟା ଆଲୋଚନାଦି କରିବା ସକାଶେ ଗୋଟିକେତେ ସଭା ସ୍ଥାପିତ ହୋଇଅଛି । ଧର୍ମାଲୋଚନା ସକାଶେ ଯୁବକଙ୍କ ମଧ୍ୟରେ ବ୍ରାହ୍ମସମାଜ ମଧ୍ୟ ସ୍ଥାପିତ ହୋଇଅଛି ।

ଉତ୍କଳ ଭାଷା ଓ ସାମୟିକ ପତ୍ର ଇଙ୍ଗରାଜମାନେ ଓଡିଶା ଅଧିକାର କଲା ଉତ୍ତାରୁ ଓଡ଼ିଆକୁ ଅଦାଲତ ଭାଷାରୂପେ ପ୍ରଚଳିତ କଲେ ସୁଦ୍ଧା ଓଡ଼ିଆ ଭାଷାର ଉନ୍ନତି ସାଧନ କରିବା ସକାଶେ ବିଶେଷ ଚେଷ୍ଟାନ୍ୱିତ ହୋଇ ନ ଥିଲେ । ଇଙ୍ଗରାଜଙ୍କର ପ୍ରଥମେ ପ୍ରଥମେ ସମସ୍ତ ଉଚ୍ଚ କର୍ମଚାରୀ ପ୍ରାୟ ବଙ୍ଗଦେଶରୁ ଆନୀତ