ପୃଷ୍ଠା:Odishara Itihas.pdf/୧୮୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
[ । ]

ଧଉଳି ପର୍ବତସ୍ଥ ଅଶୋକଙ୍କର ଏକାଦଶ ଆଦେଶର
ସାର ସର୍ମ ।


(୧) ଅହାର କିମ୍ବା ମେଧ ( ବଳି ) ନିମନ୍ତେ ପଶୁବଧ ନଷେଧ;
(୨) ରାଜ୍ୟ ମଧ୍ୟରେ ମନୁଷ୍ୟ ଓ ପଶୁମାନଙ୍କ ନିମନ୍ତେ ଔଷଧ ଓ ଚିକିତ୍ସାର ବ୍ୟବସ୍ଥା ଏବଂ ପଥପାର୍ଶ୍ୱରେ ବୃକ୍ଷ ରୋପଣ ଓ କୂପ ଖନନ ;
(୩) ପ୍ରତି ପାଞ୍ଚବର୍ଷରେ ବୌଦ୍ଧ ଧର୍ମର ପ୍ରଧାନ ଆଦେଶମାନ ପ୍ରଚାର କରିବା ;
(୪) ପୂର୍ବ ( ଅସଭ୍ୟ ) ଅବସ୍ଥା ସଙ୍ଗେ ବର୍ତ୍ତମାନର ରାଜନିୟମରେ ଦେଶର ଉନ୍ନତିର ତୁଳନା;
(୫) ଦେଶୀୟ ଓ ବିଦେଶୀୟମାନଙ୍କୁ ଧର୍ମୋପଦେଶଦ୍ୱାରା ଶିଷ୍ୟ କରିବା ବାରଣ ଉପଦେଷ୍ଟା ( ମିଶନରୀ ) ନି‌ଯୁକ୍ତି ;
(୬) ପ୍ରଜାବର୍ଗର ଆଚାର ବ୍ୟବହାର ଓ ରୀତିନୀତିବିଷୟକ ତତ୍ତ୍ୱାବଧାରଣ ନିମନ୍ତେ ଚର ନିଯୁକ୍ତି ;
(୭) ସମସ୍ତଙ୍କ ଭିନ୍ନ ଭିନ୍ନ ଧର୍ମ‌ବିଶ୍ୱାସର ଐକ୍ୟ ଓ ଅବସ୍ଥାର ସମାନ ଭାବ ସାଧନ ବିଷୟରେ ଏକାନ୍ତ ଇଚ୍ଛା;
(୮) ଇନ୍ଦ୍ରିୟସୁଖ ସାଧନାର୍ଥ ପୂର୍ବରାଜାନୁମୋଦିତ "ବିହାର ଯାତ୍ରା’ ପରିବର୍ତ୍ତରେ "ଧର୍ମଯାତ୍ରାର" ଅନୁଷ୍ଠାନ;
(୯) ଧର୍ମଚର୍ଚ୍ଚା ଯଥାର୍ଥ ସୁଖ ଓ ତଦ୍ଦ୍ୱାରା ସ୍ୱର୍ଗୀୟ ଶାନ୍ତି ଅନୁଭବ ଇତ୍ୟାତ୍ମକ ସତ୍ୟର ପ୍ରଚାର;
(୧୦) ଐହିକ ଅନିତ୍ୟ ଯଶୋପାର୍ଜନରେ ଅନାସ୍ଥା ଓ ପାରତ୍ରିକ ନିତ୍ୟ ସୁଖଲିପ୍‌ସାର ବ୍ୟଗ୍ରତା,
(୧୧) ଧର୍ମୋପଦେଶଦାନହିଁ ପ୍ରଧାନ ଦୟାର କାର୍ଯ୍ୟ ଓ ସର୍ବଗୁଣ ଶ୍ରେଷ୍ଠ ।


♣ ଆଦେଶ । ପିତୃଭକ୍ତି, ବନ୍ଧୁ, ପ୍ରତିବାସୀ ଓ ପୁରୋହିତବର୍ଗଙ୍କ ପ୍ରତି ସ୍ନେହ, ପଶୁମାନଙ୍କ ପ୍ରତି ଦୟା, ମିତାଚାରଦ୍ୱାରା ଶରୀରରକ୍ଷା, କୁବାକ୍ୟରେ ଅନାସକ୍ତି ଇତ୍ୟାଦି ।
ଧର୍ମ‌ଯାତ୍ରାର ଅଙ୍ଗ—ପବିତ୍ର ଆତ୍ମାର ସହବାସ, ଧନବିତରଣ, ଗୁରୁବ୍ୟକ୍ତିର ସମାଦର ଇତ୍ୟାଦି ।