ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୯
ଦ୍ୱିତୀୟ ଅଧ୍ୟାୟ ।

ପ୍ରଭୃତି ହିନ୍ଦୁସମାଜର ନିକୃଷ୍ଟ ଓ ଅସ୍ପର୍ଶ ସେବକବୃନ୍ଦ ଏହି ଆଦିମ ଅସଭ୍ୟ ଜାତିଙ୍କର ଗୋତ୍ରୋଦ୍ଭବ ଅଟନ୍ତି ।

ଓଡ୍ର—ଓଡ଼୍ରନାମକ ଏକ ଜାତି ମଧ୍ୟ ଆର୍ଯ୍ୟ ଆଗମନ ପୂର୍ବରୁ ଏ ପ୍ରଦେଶରେ ପ୍ରାଦୁର୍ଭୂତ ହୋଇଥିବାର ଜଣାଯାଏ । ଏ ଓଡ୍ରମାନେ କିଏ ଓ କେଉଁ ସମୟରେ ଏ ଦେଶକୁ ଆସିଲେ ସ୍ଥିର କରି କୁହାଯାଇ ନ ପାରେ । ଋକ୍‌ବେଦରେ କଳିଙ୍ଗ ଦେଶର ନାମ ଛଡ଼ା ଓଡ୍ରଦେଶର ବା ଜାତିର କୌଣସି ନିର୍ଦ୍ଦେଶ ନାହିଁ * । ମନୁସଂହିତାରେ ଅର୍ଯ୍ୟାବର୍ତ୍ତର ଯେଉଁ ସୀମା ନିର୍ଦ୍ଦିଷ୍ଟ ହୋଇଅଛି ତଦନ୍ତର୍ଗତ ଓଡ଼୍ରଦେଶ ନୁହଇ; ମାତ୍ର ମନୁ ଓଡ଼୍ରଙ୍କୁ ସଂସ୍କାରହୀନ ପତି‌ତ କ୍ଷତ୍ରିୟ ବୋଲି ବର୍ଣ୍ଣନା କରି ପୌଣ୍ଡ୍ର, ଦ୍ରାବୀଡ଼, କାମ୍ବୋଜା (ଆଫଗାନ), ଚୀନ ପ୍ରଭୃତି ଅନାର୍ଯ୍ୟ


ଏମାନଙ୍କ ମଧ୍ୟରେ କଣ୍ଡରା, କଦଳ, ଖଇରା, ଘୁଷୁରିଆ, ଚମାର, ଡ଼ମ, ପାଣ, ବାଉରି, ବାଖୁଡ଼ି, ଭୂଇଁଆ, ମେହେନ୍ତର ପ୍ରଧାନ । ଏମାନଙ୍କର ମୋଟସଂଖ୍ୟା ପ୍ରାୟ ଛଲକ୍ଷ । ତାଡିତ ଓ ପରାଭୂତ ଅନାର୍ଯ୍ୟଙ୍କ ମଧ୍ୟରୁ ଯେଉଁମାନେ ଆର୍ଯ୍ୟଙ୍କର ବଶବର୍ତ୍ତୀତ୍ୱ ଓ ଦାସତ୍ୱ ସ୍ୱୀକାର କରିଥିଲେ, ସେମାନଙ୍କର ଏମାନେ ଅଂଶ ଅଟନ୍ତି । ହିନ୍ଦୁଙ୍କ ଜଗନ୍ନାଥ ଓ ଅନ୍ୟାନ୍ୟ ଦେବଦେବୀଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ କରିବାର ଅଧିକାର ନ ଥିଲେ ସୁଦ୍ଧା ଏମାନଙ୍କର ଏହି ଦେବ ଦେବୀଙ୍କଠାରେ ବିଶ୍ୱାସ ଓ ଭକ୍ତି ଅଛି । ହିନ୍ଦୁଙ୍କର ଅନୁକରଣରେ ଏମାନଙ୍କର କେତେକ ସାମାଜିକ କ୍ରିୟା ମଧ୍ୟ ଗଠିତ ହୋଇଅଛି । ପୌରହିତ୍ୟର ପ୍ରାଦୁର୍ଭାବ ଏମାନଙ୍କ ମଧ୍ୟରେ ପ୍ରବେଶ କରିଅଛି । ମେହନ୍ତର ଜାତିଏ ଆପଣା ଆପଣା ମଧ୍ୟରେ ବ୍ରାହ୍ମଣ କଳ୍ପନା କରି, ତାଙ୍କୁ ପୈତା ପିନ୍ଧାଇ ପୌରହିତ୍ୟରେ ବରଣ କରିଅଛନ୍ତି । ପାଣ କଣ୍ଡରା ପ୍ରଭୃତି ନିଜ ନିଜ ଜାତୀୟ ବୈଷ୍ଣବଙ୍କ ମଧ୍ୟରେ ପୁରୋହିତ ସ୍ଥିର କରିଅଛନ୍ତି । କଣ୍ଡରା ଓ ପାଣ ଓଡିଶାର ଗ୍ରାମ୍ୟ ଚୌକିଦାର ଯୋଗାନ୍ତି । ଏହି ସବୁ ଜାତିଏ ପୁଣି ଯେ ଯାହାର ସେବା ଖଟନ୍ତି । ମଧ୍ୟ ଚାଷ ଉପରେ କେତେକ ପରିମାଣରେ ସମସ୍ତେ ନିର୍ଭର କରନ୍ତି ।

  • Babu Rajendralal Mittra's Antiquities of Orissa. Vol. I, P. 5

ଆସମୁଦ୍ରାତ୍ତୁ ବୈ ପୂର୍ବାଦାସମୁଦ୍ରାତ୍ତୁ ପଶ୍ଚିମାତ୍ ।

ତୟୋରେବାନ୍ତରଂ ଗିର୍ଯ୍ୟୋରାର୍ଯ୍ୟାବର୍ତ୍ତଔ ବିଦୁର୍ବଧାଃ ।-ମନ ।