ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଳିଙ୍ଗରେ ଆଧିପତ୍ୟ କରିଥିବାର ହାତୀଗୁମ୍ଫାଖୋଦିତ ଲିପିରୁ ପ୍ରତୀୟମାନ ହୁଅଇ, ସେ ପ୍ରଥମେ ହିନ୍ଦୁଧର୍ମାବଲମ୍ବୀ ଥିଲେ; ଚତ୍ୱାରିଂଶବର୍ଷ ବୟସରେ ତାଙ୍କର ସିଂହାସନାରୋହଣ ଘଟିଥିଲା । ରାଜଦଣ୍ଡ ବହନ କରିବା ପୂର୍ବରୁ ନଅବର୍ଷ କାଳ କେବଳ ସେ ବିଦ୍ୟାଧ୍ୟୟନରେ ଯାପନ ଚରିଥିଲେ । ସିଂହାସନାରୁଢ଼ ହେବାର କିଛିକାଳ ଉତ୍ତାରୁ ଦେଶର ପୂର୍ବଭାଗରୁ ବୌଦ୍ଧ ପୁରୋହିତଙ୍କୁ ନିମନ୍ତ୍ରଣ କରିଆଣି ସେମାନଙ୍କଠାରୁ ବ୍ୟବସ୍ଥା ଶିକ୍ଷା କରିଥଲେ । ତଦନନ୍ତର ନାନାପ୍ରକାର ସାଧାରଣ ହିତକରକାର୍ଯ୍ୟରେ ପ୍ରବୃତ୍ତ ହୋଇଥିଲେ । ଦୁଃଖିଲୋକଙ୍କ ସକାଶେ ବାପୀନିର୍ମାଣ, ରାଜଧାନୀର ଭଗ୍ନ ପ୍ରାଚୀରସଂସ୍କାର ଓ ରାଜପ୍ରାସାଦଗଠନ କାର୍ଯ୍ୟରେ ତାଙ୍କର ମନ ନିଯୁକ୍ତ ହୋଇଥିଲା । ନୃପସାଧାରଣବିଳାସଭୋଗୁ ସେ ଅବସୃତ ନ ଥିଲେ, ଗାୟକ ଓ ନର୍ତ୍ତକମାନେ ତାଙ୍କର ମନ ମୁଗ୍‌ଧ କରୁଥିଲେ; ମାତ୍ର ସମସ୍ତ ବିଳାସ ମଧ୍ୟରେ ଧର୍ମଭାବ ସୁଦ୍ଧା ତାଙ୍କ ମନରେ ଜାଗଭୁକ ଥିଲା । ମଧ୍ୟ ତାମ୍ରଲିପିରେ ବର୍ଣ୍ଣିତ ଅଛି ଯେ ମଗଧଦେଶର ନନ୍ଦରାଜାଙ୍କୁ ପରାସ୍ତ କରି ତାଙ୍କୁ ପ୍ରିଣାଦି ନାମକ ନଗରରେ ଅବସ୍ଥିତ କରିବାପାଇଁ ବାଧ୍ୟ କରିଥିଲେ । ତାଙ୍କ ଦଣ୍ଡବିଧି ବୌଦ୍ଧଧର୍ମର ମର୍ମାନୁଗତ ଥିଲା; ଜଣେ ପ୍ରାଣହତ୍ୟାକାରୀକି ଆଧୁନିକ ସଭ୍ୟ ଖ୍ରୀଷ୍ଟରାଜାଙ୍କର ପ୍ରାଣଦଣ୍ଡ ଦେବାର ଯେପରି ବିଧି ଅଛି, ସେପରି ନ କରି, ବେବଳ ପରିଶ୍ରମର ଦଣ୍ଡ ଦେଇଥିଲେ Ø । ପୁଣି ବର୍ଣ୍ଣିତ ଅଛି ଯେ ବିଷୟରେ ଅନେକେ ସନ୍ଦେହ କରନ୍ତି । ଯାହାହେଉ ଅମ୍ଭମାନଙ୍କ ବିବେଚନାରେ ଐର ନିଜ ଜୀବନର ପ୍ରଥମ‌ଭାଗରେ ହିନ୍ଦୁ ଥାଇ, ଅନନ୍ତର ବୌଦ୍ଧ ହୋଇଥିଲେ ଓ ଏହିରୂପ ଅମ୍ଭମାନଙ୍କୁ ବର୍ଣ୍ଣନାରୁ ପ୍ରକାଶ ପାଇବ ।

Ø ଖ୍ରୀଷ୍ଟପୂର୍ବ ୩୩୧ ଅବ୍ଦରେ ମାସିଡୋନିଅ ଅଧୀଶ୍ୱର ଆଲେକ୍‌ଜାଣ୍ଡର (ସେକନ୍ଦର) ଭାରତବର୍ଷ ଜୟ କରିବାପାଇଁ ଆସିଥିଲେ । ସେ ସମୟରେ ନନ୍ଦବଂଶୀୟ ୯ ଜଣ ରାଜାଙ୍କ ମଧ୍ୟରୁ ଶେଷ ନନ୍ଦରାଜା ମଗଧସିଂହାସନରେ ଅଧିରୁଢ଼ ଥିଲେ । ମହାପଦ୍ମନନ୍ଦ ନନ୍ଦବଂଶୀୟ ପ୍ରଥମ ରାଜା । ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ ଅବ୍ଦରେ ସେ ରାଜତ୍ୱ କରୁଥିଲେ । ଶେଷ ନନ୍ଦଙ୍କର ପୂର୍ବବର୍ତ୍ତୀ କୌଣସି ହୀନବଳ ନନ୍ଦ ସମ୍ଭବତଃ ଐରଙ୍କଦ୍ୱାରା ପରାଭୂତ ହୋଇଥିଲେ; ତାହାହେଲେ ଐର ଖ୍ରୀଷ୍ଟପୂର୍ବ ଚଢୁର୍ଥ ଶତାବ୍ଦୀର ମଧ୍ୟଭାଗରେ ରାଜତ୍ୱ କରୁଥୁବାର ଅନୁମାନ ଅସମ୍ଭବ ଓ ଅଯଥାର୍ଥପର ନୁହେ । ସୁତରାଂ ହଣ୍ଟରସାହେବ ଖ୍ରୀଷ୍ଟଙ୍କ ପଞ୍ଚାଶ ବର୍ଷରେ ସେ ଔରଙ୍କର ଶାସନକାଳ ନିର୍ଦ୍ଧାରଣ କରିଅଛି, ତାହା ସମ୍ପୂର୍ଣ୍ଣ ଭ୍ରମସଂକୁଳ ଓ ଅବିଶ୍ୱାସଯୋଗ୍ୟ ।