ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କୃତଜ୍ଞତା

‘ବିକାଶ ପାଇଁ ବିନାଶ’ ପ୍ରବନ୍ଧଟି ପ୍ରଥମେ ସୃଜନିକା ସଂସ୍ଥାଙ୍କ ୍ୱାରା ଏକ ପୁସ୍ତିକା ରୂପେ
୨୦୦୩ ମସିହାରେ ପ୍ରକାଶ ପାଇଥିଲା । ପାକ୍ଷିକ ପତ୍ରିକା ‘ସମୃଷ୍ଟି’ରେ ଏହି ସଂକଳନରେ
ଅନ୍ତର୍ଭୁକ୍ତ ଆଉ ତିନୋଟି ପ୍ରବନ୍ଧ ପ୍ରକାଶ ପାଇଥିଲା; ଏହି ତିନୋଟି ହେଲା - ‘କଳ୍ପନାର
ଶେଷ’ (ଭାଗ-୪, ସଂଖ୍ୟା ୬,୭,୮,୯,୧୦), ‘ଗଣତନ୍ତ୍ର ପରେ ଜୀବନ’(ଭାଗ-୬,
ସଂଖ୍ୟା-୨୩,୨୪; ତଥା ଭାଗ-୭, ସଂଖ୍ୟା-୧,୨) ଓ ‘ଟୋପା ଟୋପା ବିକାଶ
ବିପ୍ଳବ’ (ଭାଗ-୫, ସଂଖ୍ୟା-୧୦,୧୧,୧୨,୧୩) । ଏହି ଅବସରରେ ‘ସୃଜନିକା’
ପରିବାର ତଥା ‘ସମୃଷ୍ଟି’ ପରିବାରଙ୍କୁ ଏହି ପ୍ରବନ୍ଧଗୁଡ଼ିକ ପ୍ରଥମେ ଛାପିଥିବା ପାଇଁ ଓ
ପୁର୍ନମୁ୍ରଣ ନିମନ୍ତେ ଅନୁମତି ବୋପାଇଁ ଆମେ କୃତଜ୍ଞତା ଜଣାଉଛୁ ।
ବମ୍ବେଇ ନଗରରେ ବିଜ୍ଞାପନ ଶିଳ୍ପରେ କାର୍ଯ୍ୟରତ, ଐତିହାସିକ ପ୍ରସନ୍ନ ମିଶ୍ରଙ୍କର
ସୁଯୋଗ୍ୟ ପୁତ୍ର, ବନ୍ଧୁ ସମ୍ବିତ୍ ମିଶ୍ର (ଛୁନୁ)ଙ୍କର ସାହାଯ୍ୟ ବିନା ଏହି ବହିଟିର ପ୍ରକାଶନ ଅସମ୍ଭବ ହୋଇଥାନ୍ତା ।

ଛୁନୁ, ଏ ବହିଟି ତୋ ପାଇଁ ।

ଶୈଲେନ୍