ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମତେ ଚିହ୍ନିବାକୁ
ଆଉ କେହି ଚିହ୍ନି ପୁଣି ଅଜଣା ହୁଅନ୍ତି
କେବେ କେବେ ଯଦି ମୋର ମନେହୁଏ
ପରିଚୟ ପତ୍ର ହଜିଗଲା
ମୁଁ ନିଜକୁ ଦେଖିବାକୁ ଚେଷ୍ଟା କରେ
କାନ୍ଥକୁ ଅନାଏ
ଧାଡ଼ି ଧାଡ଼ି ମୁଖା ଏବଂ
ଇତସ୍ତତଃ ଭଙ୍ଗା କାଚ ଖାଲି

ଦର୍ପଣକୁ ପ୍ରଶ୍ନ କରି ଲାଭ ନାହିଁ

ପ୍ରଥମ ପୁରୁଷ । ୧୭