ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଞ) ପୁସ୍ତକରେ ପୃଷ୍ଠାଙ୍କ ବ୍ୟବହାର ବର୍ଜନ
ବସ୍ତୁତଃ ଏହି ସବୁ ସମୀକ୍ଷା ଓ ନିରୀକ୍ଷାରୁ ଏହା ପ୍ରତିଭାତ ହୁଏ ଯେ ଶ୍ରୀ ଦାସଙ୍କ କବିପ୍ରତିଭା ଦେଶ-କାଳ-ପାତ୍ର ନିରପେକ୍ଷ ଭାବରେ ସ୍ୱୀକୃତ । ଓଡ଼ିଆ କବିତାର ଦ୍ୱାରରେ ଦଶବର୍ଷ ତଳେ ମହାର୍ଘ କାବ୍ୟ-ଉପଢ଼ୌକନ ଘେନି ଉପସ୍ଥିତ ହୋଇଥିଲା ତାଙ୍କର ପ୍ରଥମ କବିତା ସଂକଳନ 'ପ୍ରଥମ ପୁରୁଷ’ । ଅନ୍ତୀରଣ ବିଗତ ଦଶ ବର୍ଷ ମଧ୍ୟରେ ସେ ଯେ ଅନେକ ଆଗନ୍ତୁକ କାବ୍ୟ-ପୁରୁଷର ଆମନ୍ତ୍ରକ ହୋଇଛି, ଏହା ହିଁ ତାର ଏକ ବିଶେଷ ସିଦ୍ଧି । କବି ଜୀବନର କାବ୍ୟର ଏଇ ପ୍ରବହମାନତା ନିୟତ ହେଉ – ‘ପ୍ରଥମ ପୁରୁଷ'ର ପ୍ରଥମ ଦଶନ୍ଧି ପୂର୍ତ୍ତି କାଳରେ ଓଡ଼ିଆ କବିତାର ଜଣେ ସଶ୍ରଦ୍ଧ ପାଠକ ଭାବରେ ଏଇ ଆଶା ପୋଷଣ କରୁଛି ।

ଗିରିବାଳା ମହାନ୍ତି

ଶାନ୍ତିନିକେତନ

୧୦-୧୦-୧୯୮୧